ଯେଉଁ ଝିଅର ତା ସାଙ୍ଗ ମାନେ ମଜା ଉଡାଉଥିଲେ ସେହି ଝିଅ ଟି ଦେଶର ସର୍ବଶ୍ରେଷ୍ଠ ପରୀକ୍ଷାରେ ସର୍ବଶ୍ରେଷ୍ଠ ସ୍ଥାନ ପାଇଁ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେ ଏକ ପ୍ରେରଣା ର ସ୍ରୋତ । ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ଆଜି ସିଏ ଏକ IAS ଅଫିସର । ଆଜି ଆମେ ସେହି ଝିଅ ବିଷୟରେ କହିବୁ ଯିଏ 2017 ରେ IAS ଟପର ହୋଇଥିଲେ, ତାଙ୍କ ନାମ ନନ୍ଦିନୀ କେଆର । ସାଙ୍ଗ ମାନେ ବହୁତ ଚିଡାଉଥିଲେ । ରେଜଲ୍ଟ ବାହାରିବା ପୂର୍ବରୁ ନନ୍ଦିନୀ କେଆର ଙ୍କୁ ତାଙ୍କ ସାଙ୍ଗ ବହୁତ ମଜାକ ଉଡାଉ ଥିଲେ ।
ଗୋଟେ ସପ୍ତାହ ରୁ ନନ୍ଦିନୀ କେଆର ନିଜ ସାଙ୍ଗ ମାନଙ୍କ ଥଟାର ବିଷୟ ଥିଲେ । ରିପୋର୍ଟ ଅନୁସାରେ ତାଙ୍କୁ ବାରମ୍ବାର ଦେଖାଇ ଶିଖାଇ କହୁଥିଲେ ବା ଚିଡାଉଥିଲେ କି ଏଥରକର IAS ପରୀକ୍ଷାର ଟପର ସେ ହିଁ ହେବେ ବୋଲି । କିନ୍ତୁ ଯେଉଁ କଥା ତାଙ୍କ ସାଙ୍ଗ ମାନେ ମଜାକରେ କହୁଥିଲେ ଶେଷରେ ତାହାହିଁ ସତ୍ୟ ରେ ପରିଣତ ହେଲା । ଯେତେ ବେଳେ ସିବିଲ ସେବା ପରୀକ୍ଷା ର ଫଳ ବାହାରିଲା ନନ୍ଦିନୀ ଏହାକୁ ବିଶ୍ବାସ କରିପାରିଲେ ନାହିଁ । IAS ପୂର୍ବରୁ ନନ୍ଦିନୀ ଫରିଦାବାଦ ରେ ଭାରତୀୟ ରାଜସ୍ୱ ସେବା ର ଅଧିକାରୀ ରୂପେ କାମ କରୁଥିଲେ ।
ସ୍ଵପ୍ନ ଥିଲା IAS ହେବାର
ନନ୍ଦିନୀ କହିଲେ “ଆଇଏଏସ ହେବା ମୋର ଏକ ସ୍ଵପ୍ନ ଥିଲା । ଯଦି ଆପଣ ସମାଜର ସେବା କରିବାକୁ ଚହୁଁଛନ୍ତି ତେବେ ଆପଣ ଆଇଏଏସ ହୋଇ ଏହାକୁ ଭଲ ଭାବେ କରି ପାରିବେ ।“ କର୍ଣାଟକ ର କୋଲାର ଜିଲ୍ଲାର ଏକ ଶିକ୍ଷକଙ୍କ ଝିଅ ନନ୍ଦିନୀ ନିଜର ପଢା ପଢୀ ସରକାରୀ ବିଦ୍ୟାଳରୁ କରିଛନ୍ତି । ଦ୍ଵାଦଶ ଶ୍ରେଣୀର ପଢା ପାଇଁ ସେ ଚିକମାଙ୍ଗଲୁର ଜିଲ୍ଲାର ମୁଦାବିଦରି ଆସିଥିଲେ, ଓ ପରୀକ୍ଷାରେ 94-83 ପ୍ରତିଶତ ରେ ପାସ କରିଥିଲେ ।
ସେ ଏମଏସ ରମୈୟା ଇଂସ୍ଟୀଟ୍ଯୂଟ ରୁ ଇଞ୍ଜିନିୟରିଂ ପାସ କରିବା ପରେ କର୍ଣାଟକ ର ପିଡ଼ବ୍ଲ୍ୟୁଡି ବିଭାଗରେ ଚାକିରି କରିଥିଲେ । ସେଠାରେ କାମ କରୁଥିବା ସମୟରେ ହିଁ ସେ ସବୁ ସରକାରୀ ସ୍ତରର କାର୍ଯ୍ୟ ଦେଖିଲେ, ଏବଂ ଭାବିଲେ କି ମୁଁ ଆଇଏଏସ ଅଫିସର ହୋଇ ସମାଜ ର ସେବା ଭଲ ଭାବେ କରିପାରିବି । ଏହା ପରେ ସେ ଆଇଏଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ପରୀକ୍ଷାରେ ଟପ ମଧ୍ୟ କରିଥିଲେ ।