କାନର ସବୁ ମଇଳା ବାହାରିଯିବ ବିନା କୌଣସି କ୍ଷତିରେ, କେବଳ ୨ ଟୋପା ଏଥିରୁ ନିଜ କାନରେ ପକାନ୍ତୁ

କାନରେ ମଇଳା ଜମିବା ଏକ ସାଧାରଣ କଥା ହୋଇଥାଏ, ଯାହା ସମସ୍ତଙ୍କ ସହ ହୋଇଥାଏ । କାନରେ ମଇଳା ଜମିବା ଦ୍ଵାରା କାନରେ ବିଭିନ୍ନ ପ୍ରକାରର ସମସ୍ୟା ଆରମ୍ଭ ହୋଇଯାଏ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି କାନରେ ମଇଳା ଜମିବା ଭଲ ଅଟେ ଓ ଏହା ଜମିବା ମଧ୍ୟ ଜରୁରୀ ଅଟେ । କାରଣ ଏହି ମଇଳା ଜମିବା ଦ୍ଵାରା ଏହା ବାହାରର ଧୁଳି ମାଟି ଓ ଖରାପ ଜିନିଷକୁ କାନ ଭିତରକୁ ଯିବାରେ ଅଟକାଇଥାଏ । କିନ୍ତୁ ଏହା ଅଧିକ ଜମା ହୋଇଗଲେ କାନରେ ବହୁତ ଗୁଡିଏ କ୍ଷତି ହୋଇଥାଏ ।

ଏହା ପରେ ଆମକୁ ଏହାକୁ ସଫା କରିବା ନିହାତି ଆବଶ୍ୟକ ଅଟେ । କିଛି ଲୋକ କାନରୁ ମଇଳା ସଫା କରିବା ପାଇଁ ବହୁତ ଗୁଡିଏ ଭୁଲ ଉପାୟ ଆପଣାୟ ଥାଆନ୍ତି । ଯାହା ଦ୍ଵାରା କାନର ପରଦା ଫାଟି ଯାଇଥାଏ ଓ ଶୁଣିବା ଶକ୍ତି କମ ହୋଇଯାଏ ଓ କାନରେ ବିଭିନ୍ନ ପ୍ରକାରର ସମସ୍ୟା ଆରମ୍ଭ ହୋଇଥାଏ । ଆଜି ଆମେ ଜାଣିବା କାନକୁ ସଫା କରିବାର କିଛି ଉପାୟ ବିଷୟରେ ।

୧. ବାଦାମ ତେଲ

କାନକୁ ସଫା କରିବାର ଏକ ପୁରୁଣା ଉପାୟ ହେଲା କାନରେ ୧-୨ ଟୋପା ବାଦାମ ତେଲ ପକାନ୍ତୁ । ତେଲ ପକାଇବା ପରେ ୫ ମିନିଟ ଏହିପରି ଛାଡି ଦିଅନ୍ତୁ । ଦେଖିବେ କାନରୁ ମଇଳାଗୁଡିକ ସବୁ ବାହାରକୁ ବାହାରିଯିବ ।

୨. ହାଇଡ୍ରୋଜେନ ପେରୋକ୍ସାଇଡ

ଗୋଟିଏ ଚାମଚ ପାଣିରେ ଦୁଇ ଟୋପା ହାଇଡ୍ରୋଜେନ ପେରୋକ୍ସାଇଡ ପକାନ୍ତୁ । ଏହା ପରେ ଏକ ତୁଳା ସାହାର୍ଯ୍ୟରେ ଏହାକୁ କାନରେ ପକାନ୍ତୁ । ହାଇଡ୍ରୋଜେନ ପେରୋକ୍ସାଇଡ କାନର ମଇଳାକୁ ବହୁତ ସହଜରେ ବାହାରକୁ ବାହାର କରିଥାଏ । ଏହାକୁ ଅଧିକ ମାତ୍ରାରେ ପକାଇଲେ ଏହା କାନ ପାଇଁ କ୍ଷତିକାରକ ଅଟେ । ଏହାକୁ ଡାକ୍ତରଙ୍କ ପରାମର୍ଶରେ ହିଁ ପକାନ୍ତୁ ।

୩. ସୋରିଷତେଲ

ଆପଣ ସୋରିଷ ତେଲକୁ ଗରମ କରି ତୁଳା ସାହାର୍ଯ୍ୟରେ ୩-୪ ବୁନ୍ଦା ନିଜ କାନରେ ପକାନ୍ତୁ । ଏହା ପରେ କାନକୁ ତୁଳା ସାହାର୍ଯ୍ୟରେ ବନ୍ଦ କରି ଦିଅନ୍ତୁ । ଏହା ଦ୍ଵାରା କାନର ମଇଳା ଗୁଡିକ ସଫ୍ଟ ହୋଇ ବାହାରକୁ ଆସିଯିବ । ଆପଣ ରାତିରେ କାନରେ ତେଲକୁ ପକାଇ ଶୋଇ ପଡନ୍ତୁ । ସକାଳେ ଉଠିଲା ପରେ କାନକୁ ସଫା କରନ୍ତୁ , କାରଣ ଏହା ବହୁତ ସ୍ଲୋ ଉପାୟ ଅଟେ । କିନ୍ତୁ ଏହା ସବୁଠୁ ନିରାପଦ ଓ ଭଲ ଉପାୟ ଅଟେ । ଆପଣ ମାସକୁ ଗୋଟେ ଥର ନିଶ୍ଚୟ କାନରେ ସୋରିଷ ତେଲ ପକାନ୍ତୁ ।