ଆଜିର ରାଶିଫଳ, 9 ନଭେମ୍ବର 2020, ସୋମବାର, ମହାଦେବଙ୍କ କୃପାରୁ ବନୁଛି ଅଦ୍ଭୁତ ସଂଯୋଗ, ଏହି ୪ଟି ରାଶି ହେଇଯିବେ ମାଲାମାଲ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କୁ କୌଣସି କ୍ଷେତ୍ରରୁ ପ୍ରଚୁର ଧନ ମିଳିବ । ଆପଣଙ୍କ କୋଣସି ଯୋଜନା ସମୟ ପୂର୍ବରୁ ସମ୍ପୂର୍ଣ ହୋଇଯିବ । ଆଜି ଆପଣ ଯେଉଁ କମ କରିବା ପାଇଁ ଭାବିଥିବେ ସେଥିରେ ସଫଳତା ପାଇବେ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ଯାହା ଫଳରେ ଆପଣଙ୍କ ମନ ଖୁସି ରହିବ । ଆପଣ ଧନ ନିବେଶରେ ଭଲ ଲାଭ ପାଇବେ । କୌଣସି କୋର୍ଟ କଚେରି ମାମଲାରେ ରାୟ ଆପଣଙ୍କକସପକ୍ଷରେ ଯିବ । ଅଫିସ ଓ ବ୍ୟବସାୟରେ ଆପଣଙ୍କ ନିଷ୍ପତ୍ତି ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।

ବୃଷ

ପରିବାର ସହିତ ଆପଣ ଭଲ ସମୟ ବିତେଇ ପାରନ୍ତି । ଘରକୁ କୌଣସି ସମ୍ପର୍କୀୟ ଆସିବାର ସମ୍ଭାବନା ଅଛି । ଯାହା ଦ୍ଵାରା ଆପଣଙ୍କର ବୁଲିବାର କିମ୍ବା ମନୋରଞ୍ଜନ ହୋଇପାରେ । ଆପଣ ଭାବିଥିବା କାମ ଆରମ୍ଭ କରି ଦିଅନ୍ତୁ । ଯାହା ଦ୍ଵାରା ବହୁତ ଲାଭ ମିଳିପାରେ । ଆଜି ଆପଣ ସତେଜ ଅନୁଭବ କରିବେ । ଯାହା ଆପଣ ସ୍ଵପ୍ନ ଦେଖିବେ ତାହା ଆପଣଙ୍କର ପୁରା ହୋଇପାରେ । ସାମାଜିକ କାମ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଆପଣ ପରିବାର ଭଲ ପାଇଁ ଆପଣଙ୍କୁ କିଛି ମହତ୍ବପୂର୍ଣ ନିଷ୍ପତି ନେବାକୁ ପଡିପାରେ ।

ମିଥୁନ

ଆଜି ଆପଣଙ୍କ କାମରେ ସିନିୟର ଖୁସି ହୋଇ କିଛି ଉପହାର ଦେବେ । ପରିଚିତ ଲୋକମାନଙ୍କ ଠାରୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ମିଳିପାରେ । ଯାହା ଦ୍ଵାରା  ଆପଣଙ୍କର କାମ ସହଜରେ ହୋଇଯିବ । ଭାଗ୍ୟର ସାଥ ଓ ଅଟକିଥିବା ପଇସା ଆପଣଙ୍କୁ ମିଳିପାରେ । ଟଙ୍କା ସଞ୍ଚୟ କରି ରଖନ୍ତୁ । ଯାହା ଦ୍ଵାରା ଏହି ବର୍ଷ ଆପଣଙ୍କୁ ସମ୍ପତ୍ତି ସମ୍ବନ୍ଧିତ କିଛି ସମସ୍ୟାର ସାମ୍ନା କରିବାକୁ ନ ପଡେ । ଆଜି ଆପଣ କିଛି ସାଙ୍ଗମାନଙ୍କର କଥା ମନେ ପକାଇ ପାରନ୍ତି ।

କର୍କଟ

ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ମାତା ପିତାଙ୍କ ପରାମର୍ଶ ନେଇ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କୁ ସନ୍ତାନ ପକ୍ଷରୁ କିଛି ଶୁଭ ଖବର ମିଳିପାରେ । ଆଜି ଆପଣଙ୍କୁ କୌଣସି କ୍ଷେତ୍ରରୁ ବିବାହର ପ୍ରସ୍ତାବ ଆସିପାରେ । ଆପଣଙ୍କୁ କୌଣସି ନିବେଶରୁ ଲାଭ ମିଳିବ । ଆପଣ ଯାହା କରିବାକୁ ଚାହୁଁଛନ୍ତି ତାହାକୁ ଗୁପ୍ତ ରଖନ୍ତୁ ନଚେତ ସେହି କାମରେ ବିଳମ୍ବ ହୋଇପାରେ । ଆପଣ ନୂଆ କାମ ଆରମ୍ଭ କରିପାରନ୍ତି । ଆପଣ କୌଣସି କାମ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ସମସ୍ତ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ସିଂହ

ଶୁଭ ସମାଚାର ମିଳିବାର ଯୋଗ ଅଛି । ଆଜି ଆପଣ କୌଣସି ପୁରୁଣା ମିତ୍ର ସହ ଦେଖା କରି ପାରନ୍ତି । ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ବଡ ଲାଭ ମିଳିପାରେ । କୌଣସି ମହତ୍ବପୂର୍ଣ କାମ କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ବହୁତ ଲୋକଙ୍କ ସହିତ ମତଭେଦ ହୋଇପାରେ । ବହୁତ ଲୋକ ଆପଣଙ୍କୁ ସାହାର୍ଯ୍ୟ କରି ପାରନ୍ତି । ଆପଣଙ୍କର ସବୁ କିଛି ଠିକ ହୋଇଯିବ । ଧର୍ଯ୍ୟ ରଖନ୍ତୁ । ଅଫିସରେ ଆପଣ କାହାର ପରାମର୍ଶ ନେଇ ପାରନ୍ତି । ଆଗକୁ ବଢିବା ପାଇଁ କିଛି ନୂଆ ଶିଖିବାକୁ ପଡିପାରେ । ଘର ଓ ଅଫିସରେ ସମସ୍ୟା ଆସିପାରେ । ସେଥିପାଇଁ ଆପଣ ସାବଧାନ ରୁହନ୍ତୁ ।

କନ୍ୟା

ଅଫିସରେ ଆପଣ କାମକୁ ପୁରୁଣ କରିବାରେ ସକ୍ଷମ ଅଟନ୍ତି । ଛାତ୍ରମାନଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । ଆଜି ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଭୂମି ଓ ସମ୍ପତ୍ତି କାମରେ ଧନ ଲାଭର ଯୋଗ ମଧ୍ୟ ଅଛି । କୋଣସି ବଡ ଚିନ୍ତାରୁ ଆପଣ ଆଜି ମୁକ୍ତି ପାଇ ପାରନ୍ତି । ଶେଷ ହୋଇଥିବା କାମକୁ ଆଉ ଥରେ ଚେକ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ କାମ ସଠିକ ହୋଇଯିବ । ଆପଣଙ୍କୁ କୌଣସି କଠିନ ସ୍ଥିତିର ସାମ୍ନା କରିବାକୁ ପଡିପାରେ ।

ତୁଳା

ଆଜି ଅଫିସରେ ଆପଣ ଉଚ୍ଚ ଅଧିକାରୀଙ୍କ ସହଯୋଗ ଦ୍ଵାରା କିଛି ମହତ୍ଵ ପୂର୍ଣ କାମକୁ ଅତି ସହଜରେ କରି ପାରିବେ । ଘରକୁ ଅତିଥିଙ୍କ ଆଗମନରେ ଆପଣ ବହୁତ ଖୁସି ରହିବେ । ଆଜି ଆପଣ ଯାହା ବି କରିବେ ସେଥିରେ ଆପଣଙ୍କୁ ଲାଭ ମିଳିବ । ଆଜି ଆପଣଙ୍କର କୌଣସି ଆର୍ଥିକ ସମସ୍ୟା ଦୂର ହୋଇଯିବ । ଆପଣ କୌଣସି କ୍ଷେତ୍ରରେ ନିବେଶ କରୁଛନ୍ତି ତ ଭଲ ଭାବରେ ଭାବିଚିନ୍ତି କରନ୍ତୁ ସେଥିରେ ଆପଣଙ୍କୁ ଧନ ଲାଭ ହେବ । ଆଜି ଆପଣ ନିଜର ଖର୍ଚ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ଭବିଷ୍ୟତରେ ଆପଣ ଆର୍ଥିକ କ୍ଷେତ୍ରରେ ସମସ୍ୟାର ସମୁଖୀନ ହେବେ ।

ବିଚ୍ଛା

ଆପଣଙ୍କ ଅଟକିଥିବା ପଇସା ମିଳିଯିବ । ଆପଣ କୌଣସି ନୂଆ କାମ ଆରମ୍ଭ କରିପାରିବେ । ଯାହ ଦ୍ଵାର ଆପଣଙ୍କୁ ଭଲ ଅର୍ଥ ପ୍ରାପ୍ତି ହେବ । ଏହି ସମୟଟି ଭଲ ଅଛି ଯାହା ଦ୍ଵାରା ଆପଣ ଭଲ ଧନ ସଞ୍ଚୟ କରିପାରିବେ । ଖର୍ଚ ଉପରେ ନିୟନ୍ତ୍ରଣ କରନ୍ତୁ ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣଙ୍କ ଦକ୍ଷତାକୁ ପ୍ରଦର୍ଶନ କରିବାରେ ସଫଳତା ହେବେ । ପରିବାରରେ ମନୋରଞ୍ଜନ ଭରା କାର୍ଯ୍ୟ ହେବା ଦ୍ଵାରା ଆପଣଙ୍କ ମନ ଖୁସି ରହିବ । ବ୍ୟବସାୟ କାରଣରୁ ବାହାରକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଧନୁ

ଆଜି ନିଜ ପରିବାର ସହିତ ଭଲ ସମୟ ବିତାଇବେ । ଅଫିସରେ କୌଣସି କର୍ମଚାରୀଙ୍କ ସହଯୋଗ ମିଳିବ । କ୍ୟାରିୟରରେ ଉନ୍ନତି ହେବ ଯାହା ଫଳରେ ଆପଣ ଆଗକୁ ଆସୁଥିବା ସମୟରେ ଚାକିରି କ୍ଷେତରରେ ଭଲ ଲାଭ ମିଳିବ । ନିଜ ମନ ଅନୁସାରେ କାମ କରିବାରେ ସଫଳ ହେବେ । କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ । କୌଣସି ପୁରୁଣା ବିବାଦକୁ ଆଜି ସମାଧାନ କରିବେ । ନିଜକୁ ନିୟନ୍ତ୍ରଣରେ ରଖି ସହ କାମ କରନ୍ତୁ ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆଜି ଆପଣ ଅଧିକ ପରିଶ୍ରମ କରିବା ଯୋଗୁଁ ଆଳସ୍ୟ ଅନୁଭବ କରିବେ ।

ମକର

ଆଜି ଛାତ୍ରମାନଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ । କାହା ଶାୟତ ପ୍ରେମ ହୋଇପାରେ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଆଜି ଆପଣ ଖୁସିରେ ରହିବେ । ଆଜି ଆପଣ ନିଜର ବିଚାର ଶକ୍ତି ଦ୍ଵାରା କିଛି ଲୋକଙ୍କ ଠାରୁ ପ୍ରଶଂସିତ ହେବେ । କୌଣସି କାମରୁ ଭଲ ଧନ ଲାଭ ମିଳିବ । ଅବିବାହିତ ଲୋକମାନଙ୍କର ବିବାହ ହୋଇପାରେ । କୌଣସି ଅସମ୍ପୂର୍ଣ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ବ୍ୟବସାୟୀମାନଙ୍କୁ ଭଲ ଧନ ଲାଭ ମିଳିବ ।  ପରିଶ୍ରମ ଅନୁସାରେ ଫଳ ନ ମିଳିପାରେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

କୁମ୍ଭ

ଆଜି ଛାତ୍ରମାନଙ୍କୁ କୌଣସି ବଡ ଉପଲବ୍ଧି ମିଳିବ । ଆପଣଙ୍କ ପ୍ରେମ ସମ୍ପର୍କ ଭଲ ରହିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପରିବାର ସହ ବୁଲିବାକୁ ଯାଇ ପାରନ୍ତି । କୌଣସି ମିତ୍ରଙ୍କ ସହଯୋଗ ମିଳବା ଦ୍ଵାରା ଆପଣଙ୍କର କୌଣସି ମହତ୍ବପୂର୍ଣ କାମ ସମ୍ପୂର୍ଣ ହୋଇଯିବ । ପରିବାରରେ ସବୁ ସଦସ୍ୟଙ୍କ ସହଯୋଗ ମିଳିବ । ବ୍ୟବସାୟରେ ବହୁତ ଲାଭ ମିଳିବ । ସମାଜରେ ଆଜି ମାନ ସମ୍ମାନ ମିଳିବ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର କୌଣସି ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ନଚେତ ଆପଣ ଭବିଷ୍ୟତରେ ବଡ ସମସ୍ୟାରେ ପଡ଼ିପାରନ୍ତି ।

ମୀନ

ଆଜି ଆପଣଙ୍କ ଟଙ୍କା କୌଣସି କ୍ଷେତ୍ରରେ ଅଟକି ଯାଇ ପାରେ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ଖର୍ଚ ବଢି ପାରେ । ସାମାଜିକ ସ୍ତରରେ  ମାନ ସମ୍ମାନ ମିଳିପାରେ । ପୁରୁଣା କାର୍ଯ୍ୟରୁ ଲାଭ ମିଳିବ । ନିଜର ବୁଦ୍ଧି ବଳରେ ନିଜ କାମକୁ ସହଜରେ ପୁରା କରିପାରିବେ । ଆପଣଙ୍କ ଶତ୍ରୁମାନେ କମଜୋର ହୋଇଯିବେ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅର୍ଥ ହାନି ହୋଇପାରେ । ଆଜି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ଅବନ୍ନତି ଆସିପାରେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।