ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜାନୁୟାରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ସମୟ ଅନୁକୂଳ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ଆୟରେ ବୃଦ୍ଧି ହେବ । ଅନ୍ୟ ଉପାୟରେ ଆପଣ ଆର୍ଥିକ ଲାଭ କରିବେ । ଆଜି ଆପଣଙ୍କୁ ଅନ୍ୟ ଦ୍ଵାରା କିଛି ନୂଆ କଥା ଶିଖିବାକୁ ମିଳିବ । ସମଯରେ ଆପଣଙ୍କର ଯଶ ଓ ପ୍ରତିଷ୍ଠାର ମାନ ବଢିବ । ପରିବାର ଲୋକଙ୍କ ସହଯୋଗ ମିଳିବା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ସଫଳତା ହାସଲ କରିବେ ।
ବୃଷ ରାଶି : ଏହି ରାଶିର ଲୋକ ମାନଙ୍କୁ ଆଜି ତାଙ୍କର ସଚ୍ଚା ପ୍ରେମ ମିଳିବାର ମହା ସଂଯୋଗ ରହିଛି । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । କୌଣସି କ୍ଷେତ୍ର ରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବାର ସମୟ ଆସି ଯାଇଛି । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଉତ୍ତମ ରହିବ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ଆଜି ଆପଣ ଅସହାୟ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଏହା ଦ୍ଵାରା ଆପଣ କର୍ମ କ୍ଷେତ୍ର ରେ ସଫଳତା ହାସଲ କରିବେ । ଦାଂପତ୍ଯ ଜୀବନରେ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଶେଷ ହେବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ ।
କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କୁ ମହିଳା ମିତ୍ର ଙ୍କ ଠାରୁ ଅଧିକ ଲାଭ ମିଳିବ । ସାଙ୍ଗ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଅଫିସରେ ବଡ ଅଧିକାରୀ ମାନଙ୍କର ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ କର୍ମ କ୍ଷେତ୍ର ରେ ସଫଳତା ହାସଲ କରିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ କରିବେ । ଧନ ଉପାର୍ଜନ ପାଇଁ ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବାର ସମୟ ଆସି ଯାଇଛି । ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ସିଂହ ରାଶି : ଏହି ରାଶିର ଲୋକ ମାନେ ଆଜି ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଦ୍ଵାରା ଅନ୍ୟ ମାନେ ପ୍ରଭାବିତ ହେବେ । ବ୍ୟବସାୟରେ କିଛି ନୂଆ ନିବେଶ କରିବେ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ଧାର୍ମିକ କାର୍ଯ୍ୟ ରେ ଆପଣ ପରିବାର ଲୋକଙ୍କ ସହ ସାମିଲ ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଆପଣ ପାଇବେ ।
କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କୁ ସନ୍ତାନ ଓ ଜୀବନ ସାଥି ଙ୍କ ସାଥ ମିଳିବ । ପାରିବାରିକ ବାତବାରଣା ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ଵ ଦିଅନ୍ତୁ । ଚାକିରି କ୍ଷେତ୍ର ରେ ଆପଣଙ୍କର ନୂଆ ପଦ ପାଇ ପାରନ୍ତି । ଯେଉଁ ମାନଙ୍କର ବିବାହ ହେଉ ନ ଥିବ ସେମାନଙ୍କ ପାଇଁ ଶୁଭ ସମାଚାର ରହିବ । ଛାତ୍ର ମାନେ ଶିକ୍ଷା ପ୍ରତି ଆଗ୍ରହୀ ହେବେ । ଧନ ଉପାର୍ଜନ ପାଇଁ ଆପଣଙ୍କୁ ନୂଆ ଅବସର ମିଳିବ । ଯାହା ଆପଣଙ୍କର ଆଗାମୀ ଭବିଷ୍ୟତରେ ବହୁତ କାମରେ ଆସିବ ।
ତୁଳା ରାଶି : ଏହି ରାଶିର ଲୋକ ମାନଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବ । ରୋଜଗାର ପ୍ରାପ୍ତି ପାଇଁ ପ୍ରୟାସ ଜାରି ରହିବ । ବ୍ୟବସାୟରେ ଭଲ ଲାଭ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ସହକର୍ମୀ ମାନଙ୍କ ସହ ଆପଣଙ୍କର କୌଣସି କାରଣରୁ ମତଭେଦ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ବିଦେଶକୁ ଯାତ୍ରା କରି ପାରନ୍ତି । ଭବିଷ୍ୟତରେ ସଫଳତା ପାଇବାକୁ ହେଲେ ଛାତ୍ର ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।
ବିଛା ରାଶି : ଏହି ରାଶିର ଲୋକ ମାନେ ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ସହ ଅଧିକ ପଇସା ଖର୍ଚ୍ଚ କରି ପାରନ୍ତି । ବିଦେଶକୁ ଯାତ୍ରା କରିବାର ମୌକା ମିଳିବ । ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ବିତାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ସେଥି ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଛାତ୍ର ମାନେ ନିଜ ଭବିଷ୍ୟତରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ ।
ଧନୁ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ସହ ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଅଫିସରେ ନିଜ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଆପଣଙ୍କର କାମରେ କୌଣସି କ୍ଷତି ହେବା କାରଣରୁ ଆପଣ ଚିନ୍ତିତ ରହିବେ । ମହିଳା ମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ନିଜ ପଡୋଶୀ ମାନଙ୍କ ସହ ଭଲ ସମ୍ଭନ୍ଧ ରହିବ । ବିଦ୍ୟାର୍ଥୀ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସନ୍ତାନ ମାନଙ୍କର ଉନ୍ନତିରେ ବିକାଶ ଘଟିବ ।
ମକର ରାଶି : ଏହି ରାଶିର ଲୋକ ମାନଙ୍କର ଧନ ଲାଭର ଯୋଗ ରହିଛି । ସେଥି ପାଇଁ ଆପଣଙ୍କ ଦିନଟି ଆନନ୍ଦରେ ଅତିବାହିତ ହେବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ କଥାବାର୍ତ୍ତା ହୁଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଆପଣଙ୍କ ସମାନ ବଢିବ । ଦାଂପତ୍ଯ ଜୀବନରେ ନିଜ ସ୍ତ୍ରୀଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କର ସମ୍ପର୍କ ଦୃଢ ହେବ । ଚାକିରି କରିଥିବା ଲୋକ ମାନେ ଆଜି ନୂଆ ପଦ ପାଇ ପାରନ୍ତି ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ନିଜ ପରିବାର ସହ କୌଣସି ସମାରୋହକୁ ଯାତ୍ରା କରିବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ମହିଳା ମାନେ ପୂଜା ପାଠରେ ନିଜର ସବୁ ସମୟ ବିତାଇବେ । ପରିବାରରେ ଖୁସିର ମାହୋଲ ରହିବ । ଆପଣଙ୍କୁ ନିଜର ଭଲ ଭବିଷ୍ୟତ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ । ଯେଉଁ ମାନେ ଆପଣଙ୍କ ଉପରେ ଭରସା ଓ ବିଶ୍ଵାସ କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ପ୍ରୟାସ କରନ୍ତୁ ।
ମୀନ ରାଶି : ଏହି ରାଶିର ଲୋକ ମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଭାଇ ଭଉଣୀଙ୍କ ପାଇଁ ଆପଣ ଚିନ୍ତିତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟୀ ମାନେ ନିଜ ବେପାରରେ ଭଲ ଲାଭ କରିବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ କିଛି ଭଲ ଉପଦେଶ ମିଳିପାରେ । ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।