ଆଜିର ରାଶିଫଳ, 26 ସେପ୍ଟେମ୍ବର 2020, ଶନିବାର, ଶନିଦେବଙ୍କ କୃପାରୁ ବନୁଛି ଶୁଭ ଯୋଗ, ଏହି ୪ ରାଶିର ସବୁ କଷ୍ଟ ହେବ ଦୂର ହେବ ଧନପ୍ରାପ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଭଲ କାମ କରିବେ । ଆପଣଙ୍କୁ କିଛି ସମାରୋହରେ ସାମିଲ ହେବାର ଚାନ୍ସ ମିଳିପାରେ । ରାଜନୈତିକ ଲାଭ ମିଳିବ । ଆର୍ଥିକ ଦୃଷ୍ଟିରୁ ସବୁ ଭଲ ଚାଲିବ । ଆଜି ଆପଣଙ୍କ ଭାଗ୍ୟର ପୁରା ସାଥ ମିଳିବ । ସମୟ ଅନୁସାରେ ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ସନ୍ତାନ ପକ୍ଷ ତରଫରାଉ ଶୁଭ ସମାଚାର ମିଳିପାରେ । ସେୟାର ବଜାରରେ ଆପଣଙ୍କୁ ଲାଭ ମିଳିପାରେ । ଅନାବଶ୍ୟକ କାମ କାରଣରୁ ଆପଣ ଦଉଡା ଦଉଡି କରିପାରନ୍ତି । ଧନ ସଞ୍ଚୟ କରିବାରେ ଆପଣ ବିଫଳ ହୋଇପାରନ୍ତି । ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରନ୍ତୁ, ଆପଣଙ୍କ ସବୁ କାର୍ଯ୍ୟ ହୋଇଯିବ ।

ବୃଷ

ଆଜିର ଦିନଟି ଆପଣଙ୍କ ସବୁଠୁ ପସନ୍ଦିତା ଦିନ ହେବ । ଆପଣ ଧାର୍ମିକ କାର୍ଯ୍ୟରେ ଭାଗ ନେବେ । ଆପଣଙ୍କୁ ଆନନ୍ଦ ପ୍ରାପ୍ତି ହେବ । ଆପଣ ଯାହା ଚାହିଁବେ ତାହା ଆପଣ ହାସଲ କରିପାରିବେ । ଭାଗ୍ୟ ଆପଣଙ୍କ ସାଥ ଦେବ ଓ ଧନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି ଆପଣ ବ୍ୟବସାୟ କରୁଛିନ୍ତି ତେବେ ବ୍ୟବସାୟିକ ଭଲ ମିଳିବ । ସରକାରୀ କାର୍ଯ୍ୟରେ ଅଧିକ ଲାଭ ମିଳିପାରେ । ଏହି ସମୟରେ ବିଶେଷ କରି ଶିକ୍ଷା, ଦଲାଲି ଓ ବୀମା କ୍ଷେତ୍ରରେ କାମ କରୁଥିବା ଲୋକମାନେ ଭଲ ପ୍ରଗତି କରିପାରନ୍ତି । ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରନ୍ତୁ । ତେବେ ଆପଣଙ୍କ କାମ ମନ ମୁତାବିକ ପୁରା ହେବ ।

ମିଥୁନ

ଆପଣଙ୍କ ଦିନଟି ଭଲରେ କଟିବ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣ ନିଜ ସାଙ୍ଗମାନଙ୍କ ସହ ବୁଲିଯିବା ପାଇଁ ପ୍ଳାନ କରିପାରନ୍ତି । ନୂଆ ବସ୍ତ୍ର, ଆଭୁଷଣ ଓ ବାହନ ଆଦି କିଣିପାରନ୍ତି । କାର୍ଯ୍ୟରେ ଆପଣଙ୍କ ଯଶ ପ୍ରାପ୍ତି ହେବ । ଆୟ ଓ ବ୍ୟବସାୟରେ ସ୍ଥିତି ସାମାନ୍ୟ ରହିବ । ଧନ ପ୍ରାପ୍ତିର ମଧ୍ୟ ଯୋଗ ଅଛି । ଅଧିକ ଟଙ୍କା ଆୟ ହେବାର ସମ୍ଭାବନା ଅଛି । କାମର ବୋଝ ଅଧିକ ରହିଥିବାରୁ ମାନସିକ ରୂପରେ ଅସୁସ୍ଥ ରହିବେ । ମନ୍ଦିରରେ ଆପଣ ଫଳ ଦାନ କରନ୍ତୁ, ଆପଣଙ୍କ ସବୁ କାମ ସଫଳ ହେବ ।

କର୍କଟ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଦୌଡ ଦୌଡିରେ ଅସୁସ୍ଥତା ଅନୁଭବ କରିବେ । କୌଣସି ସମ୍ପର୍କୀୟ ସହ ଦେଖା ହୋଇପାରେ । ଭୂମି ଓ ବାହନ ଇତ୍ୟାଦିରେ ଆପଣଙ୍କ ଯୋଗ ଭଲ ଅଛି । ଆପଣଙ୍କୁ ଅଚାନକ ଧନ ଲାଭର ହୋଇପାରେ । ଆପଣଙ୍କ ପ୍ରତିଭା ଓ କରତବ୍ୟ ନିଷ୍ଠା ବଳ ଆପଣ ନିଜର ଆର୍ଥିକ ସ୍ଥିତିକୁ ପ୍ରଗତି କରିବାରେ ସକ୍ଷମ ହେବେ । ବ୍ୟବସାୟରେ ମିଳିଥିବା ଲାଭ ଦ୍ଵାରା ନୂଆ ସମ୍ପତି ଓ ମେସିନାରୀ ଜିନିଷ କିଣି ପାରନ୍ତି । ଆପଣଙ୍କ ଆତ୍ମବିଶ୍ବାସ କମଜୋର ରହିପାରେ । ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରନ୍ତୁ, ଆପଣଙ୍କ ସବୁ ଦୁଖ ଦୂର ହୋଇଯିବ ।

ସିଂହ

କୌଣସି କାମ କରୁଛନ୍ତି ତେବେ ସେହି ସମୟରେ ଆପଣ ନିଜର ମନକୁ ଶାନ୍ତ ରଖନ୍ତୁ ଯାହା ଦ୍ଵାରା ସହଜରେ ସେହି କାମ ହୋଇଯିବ । ଆପଣ ପାଖ ଲୋକଙ୍କ ବ୍ୟବାହାରରେ ଆପଣଙ୍କ ଚିନ୍ତା ବଢିପାରେ । ଆପଣ ଭାବିଥିବା କାର୍ଯ୍ୟ ପୁରା ହେବ । କାମରେ ସଫଳତା ମିଳିବା ଦ୍ଵାରା ଆପଣ ଆନନ୍ଦିତ ହୋଇଯିବେ । ସେୟାର ବଜାରରେ ବୁଝି ବିଚାରି ନିଷ୍ପତି ନିଅନ୍ତୁ । ଆର୍ଥିକ ପ୍ରଗତି ହୋଇପାରେ । ପକ୍ଷୀମାନଙ୍କୁ ବାଜରା ଖୁଆନ୍ତୁ, ଆପଣଙ୍କ ମନ ପ୍ରସନ୍ନ ରହିବ ।

କନ୍ୟା

ଆଜି ଆପଣଙ୍କ ମନରେ ନୂଆ ବିଚାର ଉତ୍ପନ ହୋଇପାରେ । ପାରିବାରିକ ପରିବେଶ ସୁଖମୟ ରହିବ । ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ । ମା ଓ ବାପାଙ୍କ ସହିତ ସମ୍ବନ୍ଧ ଭଲ ହେବ ଏହା ସହିତ ସହଯୋଗ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପାରିବାରିକ ମାମଲାରେ ଖର୍ଚ ଅଧିକ ହୋଇପାରେ । ଆପଣଙ୍କ ଆୟ ସୀମିତ ରହିବ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସ୍ଵଭାବ ନକାରତ୍ମକ ହୋଇପାରେ । ଆପଣ ସାବଧାନ ରୁହନ୍ତୁ । ପକ୍ଷୀମାନଙ୍କୁ ବଜରା ଖୁଆନ୍ତୁ , ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା

ଆଜି କାମ ପୁରା କରିବାକୁ ଚାହିଁବେ ତେବେ ସେଥିରେ ବାଧା ଆସିପାରେ । କୌଣସି ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଟଙ୍କା ଲାଭ କାରଣରୁ ଆପଣଙ୍କ ଖୁସି ଦୁଇଗୁଣ ବଢିଯିବ । ପରିବାର ଓ ପିଲାଙ୍କ ତରଫରୁ କୌଣସି ଭଲ ଖବର ମିଳିପାରେ । କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରନ୍ତି । ବ୍ୟପାର ଓ ଚାକିରି କରୁଥିବା ଲୋକମାନଙ୍କ ଆୟରେ ବୃଦ୍ଧି ହେବ । ଭୁଲ କାର୍ଯ୍ୟ ପଛରେ ଆପଣଙ୍କ ଊର୍ଜା ନଷ୍ଟ ହୋଇପାରେ । କୌଣସି ଝଗଡା ଓ ସଂଘର୍ଷକୁ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ମନ୍ଦିରକୁ ଯାଇ ଆପଣ ଭଗବାନଙ୍କୁ ଦର୍ଶନ କରନ୍ତୁ, ଆପଣଙ୍କ ସହିତ ଭଲ ହେବ ।

ବିଚ୍ଛା

ଆଜି ଆପଣଙ୍କ ଦିନଟି ଅନୁକୂଳ ରହିବ । ଆପଣଙ୍କୁ ଚାକିରି କ୍ଷେତ୍ରରେ ଭଲ ଖବର ମିଳିପାରେ । ଆପଣଙ୍କ ମନ ପସନ୍ଦ କମ୍ପାନୀରୁ ଆପଣଙ୍କୁ ଇଣ୍ଟରଭିୟୁ ପାଇଁ ଡାକିପାରନ୍ତି । ଆର୍ଥିକ ଦୃଷ୍ଟି କୋଣରୁ ଏହି ସମୟଟି ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । କିଛି ନୂଆ ଶିଖିବାର ଇଚ୍ଛା ହିଁ ଆପଣଙ୍କୁ ଆଗକୁ ବଢିବାରେ ସାହାର୍ଯ୍ୟ କରିବ । ଅତ୍ୟଧିକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ମନରେ ଆସୁଥିବା ନକରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ । ଗଣେଶ ଭଗବାନଙ୍କୁ ଲଡୁ ଭୋଗ ଚଢାନ୍ତୁ, ଜୀବନରେ ଲୋକଙ୍କ ସହଯୋଗ ମିଳିବ ।

ଧନୁ

ଆଜି ମିତ୍ରଙ୍କ ସାହାଯ୍ୟ ଦ୍ଵାରା ଆପଣଙ୍କ କାମ ପୁରା ହେବ । ଆଜି ଆପଣଙ୍କ ଦିନଟି ବହୁତ ଭଲ ରହିବ । ଆପଣ ନିଜର ଅଧୟନ ଉପରେ ଧ୍ୟାନ ଦିଅନ୍ତୁ । କିଛି ଆଧ୍ୟାତ୍ମିକ ବିଷୟ ପ୍ରତି ରୁଚି ବଢିବ । ଆପଣଙ୍କ ମନରେ ବିଭିନ୍ନ ପ୍ରକାରର ବିଚାରରେ ଆସିବ । ଆପଣଙ୍କ କାମରେ ଆପଣଙ୍କ ମନ ଲାଗିବ । ପରିବାରରେ କୌଣସି ବାଦବିବାଦ ଉତ୍ପନ୍ନ ହୋଇପାରେ । ସୂର୍ଯ୍ୟ ଦେବତାଙ୍କୁ ଆପଣ ଜଳ ଅର୍ପଣ କରନ୍ତୁ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ମକର

ଆଜି ଆପଣ ନିଜର ପରିବାର ସମୟ ବିତେଇବେ । ଆପଣଙ୍କ ପାଇଁ କିଛି ନିଷ୍ପତି ନେବା ପାଇଁ କଠିନ ହୋଇପାରେ । ପ୍ରତିଯୋଗୀ ନିଜର ପରୀକ୍ଷାର ପ୍ରସ୍ତୁତିରେ ଧ୍ୟାନ ଦେବେ । ପରିବାରରେ ସୁଖ ଶାନ୍ତି ରହିବ । କାର୍ଯ୍ୟରେ ଆପଣଙ୍କ ମନ ଲାଗିବ ନାହିଁ । ଏହି ସମୟରେ ଅନାବଶ୍ୟକ କାର୍ଯ୍ୟରେ ବିବାଦ ଉତ୍ପନ୍ନ କରନ୍ତୁ ନାହିଁ । ସବୁ ମହତ୍ଵପୂର୍ଣ କାର୍ଯ୍ୟରେ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ । ଇଷ୍ଟ ଦେବତାଙ୍କୁ ଫୁଲ ଅର୍ପଣ କରନ୍ତୁ, ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ।

କୁମ୍ଭ

ଆପଣ ନିଜର ଟଙ୍କା ରଚନାତ୍ମକ କାର୍ଯ୍ୟରେ ନିବେଶ କରିବେ । ଦିନଟି ବହୁତ ଖୁସିରେ କଟିବ । ଆପଣଙ୍କ ସବୁ ଇଛା ପୂରଣ ହେବ । ଛାତ୍ର ମାନଙ୍କ ପାଇଁ ଦିନଟି ଭଲ ଅଛି । ଜୀବନସାଥିଙ୍କ ସହଯୋଗ ମିଳିବ । ଆକସ୍ମିକ କୌଣସି କ୍ଷେତ୍ରରେ ଲାଭ ମିଳିବାରୁ ଆର୍ଥିକ ସ୍ଥିତି ସୁଦୃଢ ହେବ । ଯଦି ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ନ ମିଳିବ ତେବେ ନ ଡରି ଆଗକୂ ବଢନ୍ତୁ । ଘର ପରିବାରରେ ସହ ସାମଞ୍ଜସ୍ୟ ରଖନ୍ତୁ ଆପଣଙ୍କ ପାଇଁ ଲାଭ ଦାୟକ ରହିବ । ଆପଣ ନିଜ ପରିବାରର ଦାୟିତ୍ଵ ନେବା ପାଇଁ ଚେଷ୍ଟା କରନ୍ତୁ । ମନ୍ଦିରରେ ଦୀପକ ଜଳନ୍ତୁ, ଆପଣଙ୍କ ଇଚ୍ଛା ପୂର୍ଣ ହେବ ।

ମୀନ

ଆଜି ଆପଣଙ୍କ ଦିନଟି ଉତ୍ତମ ରହିବ । କୌଣସି ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳି ପାରେ । ଆପଣଙ୍କ ଅଧ୍ୟୟନରେ ରୁଚି ବଢିବ । ଆପଣ ସ୍ଥିର ଗତିରେ ଆଗକୁ ବଢିବେ । ପାରିବାରିକ ମାମଲାରେ ଟଙ୍କା ଖର୍ଚ ହୋଇପାରେ । ସନ୍ତାନ ପାଇଁ ଆପଣ ଟଙ୍କା ଖର୍ଚ କରିବେ । ଆପଣ ବିଶେଷ କରି ଉଧାର କରଜ ଠାରୁ ବଞ୍ଚନ୍ତୁ । ନଚେତ ଆଗକୁ ଅସୁବିଧାରେ ପଡି ପାରନ୍ତି । ଆପଣ କପାଳରେ ତିଳକ ଲଗାନ୍ତୁ, ସଫଳତା ଆପଣଙ୍କ ପାଦ ଛୁଇଁବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।