ଆଜିର ରାଶିଫଳ, 26 ଜୁନ 2020, ଶୁକ୍ରବାର, ଆଜିର ଦିନ ଏହି ୪ଟି ରାଶି ପାଇଁ ରହିବ ନାହିଁ ଭଲ, ସାବଧାନ ରୁହନ୍ତୁ ଧନହାନିର ରହିଛି ଆଶଙ୍କା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଜୁନ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ କାର୍ଯ୍ୟ ସ୍ଥାନରେ ସମ୍ମାନିତ ହେବେ । ବର୍ତ୍ତମାନର ସମୟ ଆପଣଙ୍କ ପାଇଁ ସୋଭାଗ୍ୟଶାଳି ଅଟେ । ଆଜି କାମ ପୁରା ହେବା ଉପରେ ଶାନ୍ତି ଅନୁଭବ କରିବେ । ଆପଣ କୌଣସି ମାମଲାରେ ବଡ ନିଷ୍ପତି ନେଇ ପାରନ୍ତି । ନିଜର ବନ୍ଧୁମାନଙ୍କ ସହିତ ବାହାରକୁ ଯାଇ ପାରନ୍ତି । ଆପଣଙ୍କ ଜୀବନରେ ବାଧା ଆସିପାରେ । ଟଙ୍କା ମାମଲାରେ ଆପଣ ଭାଗ୍ୟବାନ ରହିବେ । ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଟେ । ଉଚ୍ଚ ପ୍ରଶଂସା ଲାଭ ହେବ ।

ବୃଷ

କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ସାହସ ବୃଦ୍ଧି ହେବ । ସମସ୍ୟା ଦୂର ହେବ । ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ବି ଉନ୍ନତି ଆସିବ । ପ୍ରତିଦ୍ଵନ୍ଦିତା ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ସୁସମ୍ବାଦ ଶୁଣିବେ । ଆର୍ଥିକ ସଙ୍କଟ ଦୂରେଇ ଯିବ । ଅଶାନ୍ତିର ଝଡ ଶାନ୍ତ ହେବ । ମହିଳାମାନଙ୍କ କର୍ମ କ୍ଷେତ୍ରରେ ପଦୋନ୍ନତି ହେବ । ସୁଖ, ସମ୍ପତ୍ତି ଲାଭ ହେବ । ସାହାଯ୍ୟ ପ୍ରାପ୍ତି ହେବ । ଯୁବକ ଯୁବତୀମାନଙ୍କ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ ।

ମିଥୁନ

ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ । ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ସାମ୍ଭାଳିବାରେ ସମର୍ଥ ହେବେ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଯୁବକ ଯୁବତୀମାନଙ୍କ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ ଓ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

କର୍କଟ

ଭାବପ୍ରବଣତା ବଶତଃ ଅତି ନିକଟରେ ରହୁଥିବା କିମ୍ବା ଅଧିକାଂଶ ସମୟରେ ମିଶୁଥିବା ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ଆୟ ଅଳ୍ପ ଓ ବ୍ୟୟ ଅଧିକ ହେବାର ସମ୍ଭାବନା ଅଛି । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅସୁବିଧା ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ସହକର୍ମୀମାନଙ୍କ ସହ ବାଦବିବାଦ କ୍ରମେ ଜଟିଳ ହେବ । ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ ।

ସିଂହ

ଜମିଜମା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । ଶତୃମାନେ ପରାଜିତ ହେବେ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଚିନ୍ତିତ ରହିବେ । ନୂତନ କର୍ମ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । କର୍ମ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ।

କନ୍ୟା

ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ଭୋଗବିଳାସରେ ସାମିଲ ହେବାକୁ ଅବସର ମିଳିବ । ମହିଳାମାନେ ପରିବାରରେ ସୁଖଭୋଗ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ ରହିବ । ବନ୍ଧୁବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ସରକାରୀ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ । ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି ।

ତୁଳା

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଯୁବକ ଯୁବତୀମାନେ ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ ।

ବିଚ୍ଛା

ଦୁର୍ନୀତି ନିବାରଣ ପ୍ରତି ଉଦଯୋଗୀ ହେବେ । ଛାତ୍ରଛାତ୍ରୀମାନଙ୍କ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆମୋଦ ପ୍ରମୋଦର ମିଲୋବ । ମହିଳାମାନେ ଅନ୍ୟର ସାହାଯ୍ୟ କରିବେ ଓ ନିଜର ପ୍ରତିଷ୍ଠା ବୃଦ୍ଧି ହେବ । ଘରେ ବାହାରେ କେହି ଆପଣଙ୍କୁ କାର୍ଯ୍ୟରୁ ହଟାଇ ପାରିବେ ନାହିଁ । ବନ୍ଧୁଙ୍କ ସମସ୍ୟା ସମାଧାନ କରିବା ପାଇଁ ଚିନ୍ତା କରିବେ ।

ଧନୁ

କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ମହିଳାମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବା ସହ ନୂତନ ଘର ପ୍ରାପ୍ତି ହେବ ।

ମକର

ମହିଳାମାନେ ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ । କର୍ମକ୍ଷେତ୍ରରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ବସିଥିଲେ ମଧ୍ୟ କେହି ଆସି ଆପଣଙ୍କୁ ଖୋଜିବେ । ଯୁବକ ଯୁବତୀମାନଙ୍କ ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ ।

କୁମ୍ଭ

ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । କଳା, ସାହିତ୍ୟ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଂଶସିତ ହେବେ । କର୍ମକ୍ଷେତ୍ରରେ ଆଶା କରୁଥିବା ଖବର ଅଚାନକ ଭାବରେ ଶୁଣି ଖୁସି ହେବେ । ନିକଟ ଅତୀତରେ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ । ଚାକିରୀରେ ଯଶ ସମ୍ମାନ ଓ ସୁଖ୍ୟାତି ମିଳିବ । ବ୍ୟବସାୟରେ ଧନଧାନ୍ୟରେ ଗୃହ ଭରପୁର ହୋଇଉଠିବ ଓ ଲାଭ ଆପଣଙ୍କ ପଛେ ପଛେ ଗୋଡ଼ାଇବ ।

ମୀନ

ଶାନ୍ତଶୀଳ ଭାବଧରି ଦୁର୍ନୀତି ଦୁସ୍ତର କାର୍ଯ୍ୟକୁ ହଟାଇବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ । ସତର୍କତା ସହିତ ନ ଚଳିଲେ କାର୍ଯ୍ୟକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି । ବ୍ୟବସାୟରେ ଆନୁସଙ୍ଗିକ କ୍ରିୟାଦ୍ୱାରା ନୂଆ ଧରଣର କାର୍ଯ୍ୟକୁ ପସନ୍ଦ କରିବେ । ଯୋଜନା ମୁତାବକ କାମକରି ସବୁ ଭଲ ଥିଲେ ମଧ୍ୟ ପରୋକ୍ଷ ଶତୃତା ଯୋଗୁ ବିଚଳିତ ବୋଧ କରିପାରନ୍ତି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।