ଆଜିର ରାଶିଫଳ, 2 ଜୁଲାଇ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆଜି କୌଣସି କାରଣ ନିମନ୍ତେ ଆପଣଙ୍କ ପିତା ଆପଣଙ୍କ ଉପରେ ଗର୍ବ ଅନୁଭବ କରିବେ । ଵଡ଼ ଭାଇ ଓ ଭଉଣୀଙ୍କ ଠୁ ଆପଣଙ୍କୁ ସହଯୋଗ ମିଳିବ । କାମ ମାମଲା ରେ ଆପଣ ସାବଧାନ ରହିବେ କାହା ସହ ଝଗଡା ହୋଇପାରେ ଓ ଏହାର ପ୍ରଭାବ ଆପଣଙ୍କ କାମ ରେ ପଡିବ । ପାରିବାରିକ ଚାପ ମଧ୍ୟ ରହିବ । ଯଦି ଆପଣଙ୍କ ମାତା କୌଣସି ପ୍ରଫେସନ ରେ ଅଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ସନ୍ତାନ ର ପଢ଼ା ରେ ପଇସା ଖର୍ଚ୍ଚ ହେବ । ପ୍ରପଟି ଦଳାଲି ରେ ଆପଣଙ୍କୁ ଭଲ ଲାଭ ମିଳିବ । ରାମଜୀ ଙ୍କ ଦର୍ଶନ କରନ୍ତୁ, ରହିଥିବା କାର୍ଯ୍ୟ ପୁରା ହେବ ।

ବୃଷ ରାଶି –

ଘର ଲୋକଙ୍କ ସହଯୋଗ ଆପଣଙ୍କ ସବୁ କାର୍ଯ୍ୟ ରେ ରହିବ । ଆଜି ର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଦାମ୍ପତ୍ୟ ଜୀବନ ରେ ମଧ୍ୟ ଚାପରୁ ମୁକ୍ତି ମିଳିବ । ପ୍ରେମଜୀବନରେ ରହୁଥିବା ବ୍ୟକ୍ତିମାନେ ସେମାନଙ୍କୁ ସେମାନଙ୍କ ପ୍ରିୟ ନିଜର ମନ କଥା ଖୋଲିକରି କହିବେ । ଏହି ରାଶି ର ଲୋକମାନେ ନିଜର ପ୍ରଫେସନ ରୁ ଆର୍ଥିକ ଲାଭ ପାଇବେ । ଆପଣ ନିଜ ପରିବାର ସହିତ ଆନନ୍ଦ ପୂର୍ଣ୍ଣ ସମୟ ବିତେଇବେ । ଆପଣ ନିଜ ଭବିଷ୍ୟତର ସୁରକ୍ଷିତ ପାଇଁ କୌଣସି ମ୍ୟୁଚଲ ଫଣ୍ଡ ବା ଫିକ୍ସ ଦିପୋଜିଟ ପଇସା ଲଗାଆଇ ପାରନ୍ତି । ଆଜି ର ଦିନରେ ଚଣା ବନାଯାଇଥିବା ଛତୁ ର ଦାନ କରନ୍ତୁ, ଆପଣ ସବୁ କାମ ଭଲରେ ପୁରା କରିବେ ।

ମିଥୁନ ରାଶି-

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଅଫିସରେ ଆପଣଙ୍କୁ ଆପଣଙ୍କ ସହଯୋଗୀ ଙ୍କ ସାହାର୍ଯ୍ୟ କାମ ରେ ମିଳିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ଆପଣ ଆପଣଙ୍କ ଜୀବନସାଥୀଙ୍କ ସହ କୌଣସି ଭଲ କଥା ସେୟାର କରିବେ । ଆର୍ଥିକ ରୂପ ଆପଣଙ୍କ ର ଲାଭ ହେବ । ଆଜି ଆପଣଙ୍କ ଘରେ ହୋମ କରିବା ଦରକାର, ବ୍ୟାପାର ବୃଦ୍ଧି ହେବ ।

କର୍କଟ ରାଶି –

ଆପଣଙ୍କୁ ଆପଣ କର୍ଯ୍ୟଶୈଳୀ ରେ ଉନ୍ନତି କରିବା ଦରକାର । ଆପଣଙ୍କୁ ଆପଣ ଆମଦାନୀ କୁ ନଜର ରଖି ଖର୍ଚ୍ଚ କରିବା ଦରକାର । କ୍ୟାରିୟର କୁ ନୂଆ ଦିଗ କୁ ନେବାପାଇଁ ଆପଣ କିଛି ନୂଆ ପ୍ରୟାସ କରିବେ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ ଆପଣଙ୍କୁ କିଛି ରୋଗ ମଧ୍ୟ ହୋଇପାରେ । ଆପଣଙ୍କୁ ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ । ଗାୟତ୍ରୀ ମନ୍ତ୍ର ର ଜପ କରନ୍ତୁ, ବିରୋଧୀଙ୍କ ଠୁ ରକ୍ଷା ମିଳିବ ।

ସିଂହ ରାଶି –

ଆପଣଙ୍କୁ ପରିଶ୍ରମ ର ସହ ଆଗକୁ ବଢିବାକୁ ହେବ । କାହାରି କଥା ରେ ବିଶ୍ୱାସ କରି କୌଣସି ନିଷ୍ପତି ନିଅନ୍ତୁନି । ଆପଣଙ୍କ ଆୟ ବୃଦ୍ଧି ହେବ ଓ ଖର୍ଚ୍ଚ ମଧ୍ୟ । ଆଇନଗତ କାର୍ଯ୍ୟ ରେ ଆପଣଙ୍କ ର ଜୟ ହେବ । ପରିବାର ରେ କୌଣସି କଥା ପାଇଁ ଅଳ୍ପ ଅଶନ୍ତି ହୋଇପାରେ କିନ୍ତୁ ଆପଣ ଏହାକୁ ସମ୍ଭାଳିନେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୌଣସି ଗରିବ ବ୍ୟକ୍ତି କୁ ଫଳ ଦାନ କରନ୍ତୁ, ଲୋକଙ୍କ ସାହାଯ୍ୟ ଆପଣଙ୍କୁ ପ୍ରାପ୍ତ ହେଇଥିବ ।

କନ୍ୟା ରାଶି- ଯଦି ଆପଣ କାହାକୁ ନିଜର ମନ କଥା କାହାକୁ କହିବାର ଅଛି ତେବେ ଆଜି ର ଦିନ ଏହା ପାଇଁ ଭଲ ରହିବ । କାର୍ଯ୍ୟ ରେ ସଫଳ ହେବେ । ଚାକିରୀ ର ସୁଯୋଗ ମିଳିବ । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ର ଯୋଗ ଅଛି । ଆପଣଙ୍କୁ ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । ଖର୍ଚ୍ଚ ରେ ନିୟନ୍ତ୍ରଣ କରିବା ଜରୁରୀ । ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିବାର ଯୋଗ ଅଛି ତେଣୁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ର ବିଶେଷ ଧ୍ୟାନ ରଖନ୍ତୁ ।

ତୁଳା ରାଶି –

ବ୍ୟବସାୟ ରେ ଖାସ ଉନ୍ନତି ହେବନି । ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ । ପରିବାର ଲୋକ ଙ୍କ ସାହାଯ୍ୟ ଆପଣଙ୍କୁ ମିଳିବ । ଦାମ୍ପତ୍ୟ ଜୀବନ ବଞ୍ଚୁଥିବା ବ୍ୟକ୍ତି ମାନଙ୍କ ପାଈଁ ଆଜି ର ଦିନ ଅତ୍ୟନ୍ତ ଭଲ ରହିବ । ପ୍ରେମ ଜୀବନ ପାଇଁ ଆଜିର ଦିନ ଏତେ ଖାସ ନୁହେଁ । ଆଜି ଆପଣଙ୍କୁ ଆପଣଙ୍କ କାର୍ଯ୍ୟସ୍ଥଳ ରେ ପ୍ରଶଂସା ମିଳିବ । ଆଜି ଆପଣ କିଛି ନୂଆ ଜିନିଷ ଚିନ୍ତା କରିବେ । ଆଜି ଆପଣ କିଛି ଦ୍ରବ୍ୟ ଦାନ କରନ୍ତୁ, ଆପଣଙ୍କ ର କ୍ଷତି ହେବାରୁ ଆପଣ ବଂଚିତ ହେବେ ।

ବିଛା ରାଶି –

ଆଜି ଆପଣ ବ୍ୟବସାୟ କୁ ନେଇକି ଜୀବନସାଥୀଙ୍କ ସହ କିଛି ଆଲୋଚନା କରିବେ ଓ ଜୀବନସାଥୀଙ୍କ ଠାରୁ କିଛି ଭଲ ବିଚାର ମଧ୍ୟ ମିଳିବ । ପରିବାରର ବାତାବରଣ ମଧ୍ୟ ଠିକ ରହିବ । ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଦ୍ୱିପ୍ରହର ପରେ ସ୍ଥିତି ରେ କିଛି ପରିର୍ବତନ ହେବ ମାନସିକ ଚାପ ରୁ ଆପଣ ମୁକ୍ତ ହେବେ । ଆଜି ଆପଣ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ପାଇବେ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ମଧୁର ହେବ । ମାଛ ମାନଙ୍କୁ ଅଟା ଗୋଲା କରି ଖାଇବାକୁ ଦିଅନ୍ତୁ, ଆପଣଙ୍କ ଦିନ ଭଲ ରହିବ ।

ଧନୁ ରାଶି –

ଆଜି ଆପଣଙ୍କୁ ପରିବାର ଲୋକଙ୍କ ସାହାର୍ଯ୍ୟ ମିଳିବ । ଆର୍ଥିକ କ୍ଷେତ୍ରରେ ପିତା ଆପଣଙ୍କୁ ସାହାର୍ଯ୍ୟ କରିବେ । କୌଣସି ଶୁଭ ସମାଚାର ଶୁଣି ଘରେ ଖୁସି ର ବାତାବରଣ ସୃଷ୍ଟି ହେବ । ଆପଣ ଆପଣଙ୍କ ସ୍ୱାସ୍ତ୍ୟ ର ବିଶେଷ ଧ୍ୟାନ ରଖନ୍ତୁ ଶରୀର ଖରାପ ହେବାର ଯୋଗ ଅଛି । ନିଜ ଖାଦ୍ୟ ଓ ପାନୀୟ ର ଧ୍ୟାନ ରଖନ୍ତୁ । ଆୟରେ ବୃଦ୍ଧି ହେବ । ମାଟି ପାତ୍ର ଦାନ କରନ୍ତୁ, ସ୍ବାସ୍ଥ୍ୟ ସୁସ୍ଥ ହୋଇଯିବ ।

ମକର ରାଶି –

ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଆଜି ର ଦିନ ଭଲ ରହିବ । ଅଫିସରେ ଅଧିକ କାମ କରିବାକୁ ପଡିବ । ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆପଣଙ୍କ ଜୀବନସାଥୀ ଆପଣଂକୁ ବହୁତ ଭଲ ବିଚାର ଓ ନୂଆ ମତାମତ ଦେବେ । ଏହି ସମୟରେ ଅଳ୍ପ ପରିଶ୍ରମ କରିବା ଦ୍ୱାରା ଆପଣ ଵଡ଼ ସଫଳତା ପାଇବେ । ଶ୍ରୀ ରାମ ଙ୍କ ନିକଟରେ ମିଠା ଭୋଗ କରନ୍ତୁ, ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

କୁମ୍ଭ ରାଶି –

ଆଜି ଆପଣଙ୍କ ଦିନ ବହୁତ ଭଲ ରେ କଟିବ । ଆପଣ ଆପଣଙ୍କ ପରିବାର ଵର୍ଗ ଙ୍କ ସହ କିଛି ସୁଖ ର ମୁହୁର୍ତ୍ତ ବିତାଇବେ । ସମାଜରେ ଆପଣଙ୍କ ମାନ- ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ କର୍ଯ୍ୟସ୍ଥଳୀ ରେ ଆପଣଙ୍କ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିବେ । ଆପଣ ଓ ଆପଣଙ୍କ ଜୀବନସାଥିଙ୍କ ସହ କୌଣସି ଜାଗା କୁ ଯାତ୍ରା କରିପାରନ୍ତି । ଜୀବନସାଥୀ ଙ୍କ ତରଫରୁ ଆପଣଙ୍କୁ ବେଶି ଲାଭ ମିଳିବ । ଗରିବ ବା ଅସହାୟ ଲୋକଙ୍କ ର ସାହାର୍ଯ୍ୟ କରନ୍ତୁ, ସମାଜରେ ପ୍ରତିଷ୍ଠା ବଢିବ ।

ମୀନ ରାଶି –

ଆଜି ଆପଣ କୌଣସି ସମ୍ପତି କିଣିବାକୁ ମନ କରିବେ । ପ୍ରେମୀ ମାନେ ପରସ୍ପର କୁ ଗିଫ୍ଟ ଦେବେ । ଆଜି ଆପଣଙ୍କ ଘରେ ସୁଖ ସୁବିଧା ବଢିବ । ଘର ର କୌଣସି ସଦସ୍ୟ ସାମାଜିକ ଉପାଧି ପାଇବେ । ଧନ ପ୍ରାପ୍ତି ଯୋଗ ଅଛି । କୌଣସି ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି । କୌଣସି ଧର୍ମିକ ଅନୁଷ୍ଠାନ ରେ ଯୋଗ ଦେଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖ ଓ ଶାନ୍ତୁ ବଢିବ । କାର୍ଯ୍ୟକ୍ଷେତ୍ରରେ କୌଣସି ନୂଆ ପ୍ରୋଜେକ୍ଟ କୁ ନେଇ ଆପଣ କାର୍ଯ୍ୟ କରିବେ । ବନ୍ଧୁ ମାନଙ୍କ ସହ କିଛି ଖୁସି ର ମୁହୁର୍ତ୍ତ ବିତାଇବେ । ନିଜ ଇଷ୍ଟ ଦେବ ଙ୍କୁ ପ୍ରଣାମ କରନ୍ତୁ ଆପଣଙ୍କ ଦିନ ଉତ୍ତମ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।