ଆଜିର ରାଶିଫଳ, 19 ଜାନୁଆରୀ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକସ୍ଥିତି ସୁଧୁରିଯିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୯ ଜାନୁଆରୀ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ପାଠପଢା ପିଲା ମାନଙ୍କୁ ନିଜର ଦକ୍ଷ ଅନୁଯାଇ ବହୁତ ଭଲ ଫଳ ପ୍ରଦ ହେବ । ନିଜର ଦକ୍ଷ ଠାରୁ ଅଧିକା ଦାଇତ୍ୟ ନେଇପାରନ୍ତି । କଲେଜରେ ପାଠ ପଢୁଥିଲେ ସେ ତାଙ୍କ ଶିକ୍ଷକଙ୍କ ଠାରୁ କିଛି ଶିକ୍ଷା ଗ୍ରହଣ କରିପାରନ୍ତି । ଯେଉଁ ଯାତ୍ରାରେ ଆଜି ଯିବେ ସେଥିରେ ଆପଣଙ୍କୁ ଲାଭ ହେବ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଜୀବନ ସାଥିଙ୍କ ସହ ଅଧିକ ସମୟ କାଟି ପାରନ୍ତି । ଚାକିରି ଓ ବ୍ୟବସାୟରେ ଅନୁକୂଳ ରହିବ କିଛି ନୂଆ ନୂଆ ଜିନିଷ କରିବାକୁ ଚାହୁଥିଲେ ସେହି କାର୍ଯ୍ୟ ଆରମ୍ଭ କରିପାରିବେ । କୌଣସି ଏକ ଖରାପ କାମ କରିବା ଫଳରେ ନିଜ ସ୍ତ୍ରୀଙ୍କ ସାମନ୍ନାରେ ମୁଣ୍ଡ ତଳକୁ ହୋଇଯିବ ।

ବୃଷ

ନୂଆ ଜିନିଷ ମିଳିବା ଫଳରେ ପରିବାରରେ ବହୁତ ଖୁସି ଓ ଆନଦ ଲହରୀ ଖେଳିଯିବ । ଯଦି ଆପଣ କମ୍ପୁଟରରେ ଓ ସେହି ରିଲେଟେଡ଼ କାମ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଲାଭ ଦାୟକ ହେବ । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଓ ଯାହା ଦ୍ଵାରାକି ସମାଜରେ ଆପଣଙ୍କର ସଂମ୍ମାନ ବଢିବ । ଆଜି ଦିନ ଆପଣଙ୍କର ଶୁଭ ରହିବ ବ୍ୟବସାୟରେ ଭଲ ଲାଭ ହେବ । ଆପଣଙ୍କର ରାଗ ହିଁ ବଡ କ୍ଷତି କରି ଦେଇପାରେ । କାର୍ଯ୍ୟ ଭାର ଅଧିକା ରହିବା ହେତୁ ମନ କଷ୍ଟ ଲାଗିବ କିନ୍ତୁ ଆପଣଙ୍କର କଠିନ ପରିଶ୍ରମ ଓ ଚେଷ୍ଟା ହିଁ ଆପଣଙ୍କୁ ଖୁବ ଶୀଘ୍ର ସଫଳ କରାଇଦେବ ।

ମିଥୁନ

ଯେଉଁ ଦିନ କୁ ଆପଣ ଅପେକ୍ଷା କରିଥିଲେ ସେହି ଦିନକୁ ଆଊ ଅପେକ୍ଷା କରିବାକୁ ପଡ଼ିବ ନାହିଁ ସେହି ଖୁସି ଆଉ ଖୁବ୍ କମ୍ ଦିନରେ ପାଇ ପାରିବେ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କର୍କଟ

ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ ।ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ ।ଯଦି କାରବାର ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ବହୁତ୍ ଭଲ ଦିନ ଅଟେ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।

ସିଂହ

କୌଣସି ଏକ କାରଣରୁ ବହୁତ୍ ଖୁସି ରହିବେ । ନୂଆ ସାଙ୍ଗ ସହ ଭେଟ ହୋଇପାରେ । ଚାକିରି କରୁଥିବା ଲୋକେ ଆଜି ବହୁତ୍ ଖୁସି ରହିବେ କିନ୍ତୁ ତାଙ୍କ କାମରେ ଆଜି କେହି ତାଙ୍କୁ ଖାଲରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି ଯେହେତୁ ଆପଣ ଧର୍ମ ପରାୟଣ ଲୋକ ବିଶେଷ କିଛି କ୍ଷତି ହେବ ନାହିଁ । ରାଗ ଉପରେ ନୀୟତ୍ରଣ ରଖନ୍ତୁ । ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଛନ୍ତି ଆଜି ବହୁତ ଶୁଭ ଦିନ ଅଟେ । ପିତାଙ୍କ ସହଯୋଗ କରିବା ହେତୁ ଆଜି କାମ ବହୁତ ସହଜ ହୋଇଯିବ । ଆଜି ଯଦି ଘର ଛାଡି ନୂଆ ଘରକୁ ଯିବାକୁ ଚାହୁଛନ୍ତି ବହୁତ ଭଲ ହେବ ।

କନ୍ୟା

ବହୁଦିନ ରୁ ଅସୁବିଧା ଭୋଗ କରୁଥିବା ସମସ୍ୟା ରୁ ଆଜି ବାହାରକୁ ବାହାରି ପାରିବା । କିଛି ନୂଆ ସମାଧାନ ପାଇ ସେହି ନିର୍ଦ୍ଦେଶ ଅନୁସାରେ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଗାଡି ଓ ଜମି ଭଳି ଜିନିଷ ଆଜି କିନିପାରିବେ ଏଥିରେ କୌଣସି ବାଧା ଆସିବ ନାହିଁ ।

ତୁଳା

ସାଙ୍ଗ ସାଥୀ କିମ୍ବା ପରିବାରର କୌଣସି ସଦସ୍ୟ ସାଙ୍ଗେ ମିଶି ବହୁତ୍ ମଜା ଉଠାଇ ପାରନ୍ତି । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳି ଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ତାଙ୍କର ସେବା କରିବାକୁ ଚେଷ୍ଟା କରନ୍ତୁ । ଆଜି ଦିନ ସାରା କାମ ବ୍ୟସ୍ଥ ରେ ରହିବେ । ବହୁତ ଲୋକେ ଆପଣଙ୍କୁ ଖାଲରେ ପକାଇ ପାରନ୍ତି । ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ ।

ବିଚ୍ଛା

କୌଣସି ଭଲ ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ । କାହାକୁ ବେସୀ ବିଶ୍ଵାସ କରନ୍ତୁ ନାହିଁ କାରଣ ଆଜି କେହି ଆପଣଙ୍କୁ କେହି ବିପଦ ମୂହ କୁ ଠେଲି ଦେଇପାରେ ।

ଧନୁ

ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ । ଯଦି ସରକାରୀ ଚାକିରି କେଉଁ ଠାରେ କରିବା ପାଇଁ ଚାହୁଁଥାନ୍ତି ତେବେ ସେଥିରେ ଆଜି ସେଠାରୁ କିଛି ଖୁସି ଖବର ଆସିପାରେ । ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା । କିଛି ଭଲ କାମ କରିବା ଫଲରେ ଘର ଲୋକେ ଭଲ ପାଇବେ ।

ମକର

ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ

ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ଆଜି ସମୟ ପୁରା ଆପଣଙ୍କ ସାଥ ଦେବ ଓ ଆପଣ ଯେ କୌଣସି କାମ ହେଉ ପୂର୍ଣ୍ଣ ହୋଇଯିବ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପ୍ରେ ରହିପାରାନ୍ତି । କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଗୁପ୍ତ ଧନ ପାଇବାର ସମ୍ଭାବନା ଅଛି ।

ମୀନ

ଭାଗ୍ୟ ପୁରା ସାଥ ଦେବ । ପରିବାର ରେ କେହି ଲୋକ ଆଜି କଷ୍ଟ ପାଈପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଯାନ ବାହାନ ଧୀରେ ଚାଲନ୍ତୁ ବାଟରେ ଧକ୍କା ହୋଇଯିବାର ସମ୍ଭାବନା ଅଛି । ଗୁପ୍ତ ଧନ ଆଜି କେଉଁଠାରୁ ମିଳି ପାରେ । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ଆର୍ଥିକ ସମସ୍ୟା ଭଲ ରହିବ । ବ୍ୟବସାୟରେ ଭଲ ଲାଭ ହେବ। ଯଦି ବ୍ୟବସାୟ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ବହୁତ ଭଲ ଦିନ ହେବ ଆପଣଙ୍କ ପାଇଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।