ବିଛଣା ଉପରେ ଭୁଲରେବି କରନ୍ତୁ ନାହିଁ ଏହି ସବୁ କାମ, ନେହେଲ ହେଇଯିବେ ବର୍ବାଦ

ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଯାହା ବି ସବୁ ଘଟଣା ଘଟିଥାଏ ତାହା ସବୁ ଆମ କର୍ମ ଉପରେ ନିର୍ଭର କରିଥାଏ । ଅର୍ଥାତ ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ । କହିବାକୁ ଗଲେ ଆମର ଜୀବନଶୈଳୀରେ ବାସ୍ତୁ ଶାସ୍ତ୍ରର ନିୟମ ଗୁଡିକ ବହୁତ ବିଶେଷ ରୂପରେ ପ୍ରଭାବ ପକାଇ ଥାଏ । ଏମିତିରେ ସବୁ ବାସ୍ତୁ ନିୟମକୁ ମାନିବା ଉଚିତ । ଏମିତିରେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କିଛି ନିୟମ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଶୋଇବା ଘରେ ଥିବା ବିଛଣା ସହ ଜଡିତ ଅଟେ । ତେବେ ଚାଳନ୍ତୁ ଜାଣିବା ବିଛଣା ଉପରେ ଅର୍ଥାତ ବେଡ ଉପରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ଅଟେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବେଡରୁମକୁ ସବୁବେଳେ ଘରର ଦକ୍ଷିଣ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ । ଏହା ସହିତ ଆପଣ ନିଜର ବେଡ କିମ୍ବା ଖଟକୁ ସବୁବେଳେ ଦକ୍ଷିଣ, ଉତ୍ତର ଦିଗକୁ ଲଗାଇ ରଖନ୍ତୁ । ଧ୍ୟାନ ରଖିବେ କି ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗକୁ ଓ ଗୋଡ ଉତ୍ତର ଦିଗକୁ ରହିବା ଉଚିତ । ନଚେତ ମୁଣ୍ଡ ପୂର୍ବ ଦିଗକୁ ଓ ଗୋଡ ପଶ୍ଚିମ ଦିଗକୁ ରହିବା ଉଚିତ । ଏହା ଆମର ଶରୀରର ଓ ଘର ପାଇଁ ଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ହେଲେ ବି ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇବା ଉଚିତ ନୁହେଁ । ଏହିଭଳି ଶୋଇବା ଦ୍ଵାରା ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଯାଇଥାଏ । ଏହା ସହିତ ଘରେ ନକାରାତ୍ମକ ଶକ୍ତି ବି ବୁଦ୍ଧି ପାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କିଛି କାମ ଅଛି ଯାହାକୁ ଘରର ଖଟ ଉପରେ କେବେ ବି କରିବା ଉଚିତ ନୁହେଁ । ଯଦି ଆପଣ ଏହିଭଲ କିଛି କାମ କରୁଛନ୍ତି ତେବେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ ।

ଏମିତିରେ କେତେକ ବ୍ୟକ୍ତି ଏହି ସବୁ ନିୟମ ବିଷୟରେ ଜାଣିଛନ୍ତି କିନ୍ତୁ ଅନ୍ୟ ପଟେ ଅନ୍ୟ କିଛି ବ୍ୟକ୍ତି ଏହି ନିୟମ ବିଷୟରେ ଜାଣି ମଧ୍ୟ ଏହି ସବୁ ଭୁଲ କାମ କରିଥାନ୍ତି । ତେବେ ଚାଳନ୍ତୁ ଜାଣିବା ଶୋଇବା ଖଟ ଉପରେ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ ଅଟେ ।

୧- ରାତିରେ ଶୋଇବା ସମୟରେ କିଛି ବି ଜିନିଷ ପାଟିରେ ରଖି ଶୋଇ ଯାଆନ୍ତୁ ନାହିଁ । ଯଦି ଆପଣ ପାଟିରେ କିଛି ଖାଦ୍ୟ କିମ୍ବା କିଛି ନିଶା ଦ୍ରବ୍ୟ ରଖି ଶୋଇ ଯାଉଛନ୍ତି ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀ ସେହି ଘରୁ ଚାଲି ଯାଆନ୍ତି ।

୨- ସକାଳେ ଜଲ୍ଦି ଉଠିବ ପରେ ବିଛଣାକୁ ସଜାଡି ଦେବା ଉଚିତ । କେବେ ହେଲେ ବି ବାସୀ ବିଛଣା ପଡିଥିବା ଅବସ୍ଥାରେ ଘରେ ପୂଜା ପାଠ କରନ୍ତୁ ନାହିଁ ।

୩- ଭୁଲରେ ବି ବିଛଣା ଉପରେ କାଗଜ ପକାଇ ଖାଦ୍ୟ ସେବନ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣ କାଙ୍ଗାଲ ହୋଇଯିବେ । ଏହିଭଳି କାର୍ଯ୍ୟ ମାତା ଲକ୍ଷ୍ମୀଙ୍କୁ ପସନ୍ଦ ହୋଇ ନ ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।