ଆଜିର ରାଶିଫଳ, 18 ଅକ୍ଟୋବର 2020, ରବିବାର, ଏହି ୪ ଟି ରାଶିଙ୍କ ପାଇଁ ଧନ ଲାଭ ଓ ଉନ୍ନତିର ଯୋଗ ଅଛି, ଜାଣନ୍ତୁ ଆପଣଙ୍କ ରାଶିର ସ୍ଥିତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର କୌଣସି ଅଧା କାର୍ଯ୍ୟ ପୁରା ହୋଇଯିବ । ଯାହା ଫଳରେ ଆସୁଥିବା ଦିନ ମାନଙ୍କରେ ବହୁତ ଲାଭ ମିଳିବ । ଜମି, ସେୟାର ବଜାର ଓ ସମ୍ପତି ଆଦି ମାମଲାରେ ସାବଧାନର ସହ କାର୍ଯ୍ୟ କରନ୍ତୁ । ଆଜି ଦିନଟି ବହୁତ ଖୁସିରେ ବିତିବ । ଜମି ବାଡି କିଣିବା ଓ ମିତ୍ରଙ୍କ ସହଯୋଗ ମିଳିବା ଦ୍ଵାରା ମାନସିକ ଶାନ୍ତି ମିଳିବ । ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ସଫଳତା ମିଳିବ । ନୂଆ ନିବେଶ କରନ୍ତୁ ନାହିଁ କି ବ୍ୟବସାୟରେ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ  । କୌଣସି ବିବାଦରେ ପଡନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଗୁପ୍ତା ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ । ୨୪ ତାରିଖ କିଛି ଅସୁବିଧା ହୋଇପାରେ ।

ବୃଷ

ଚାକିରିରେ ପଦୋନ୍ନତି ମିଳିବ । ଧନ ଦେବା ନେବାରେ ଲାଭ ମିଳିବ । ପ୍ରପଟିରେ ଲାଭ ମିଳିବ । ଭାବି ଥିବା କୌଣସି ପୁରୁଣା କାମ ସହଜରେ ହୋଇଯିବ । ବୟସ୍କ ଲୋକଙ୍କ ସହ ଦେଖା ହେବ । ଆଜି ଦିନଟି ବହୁତ ଭଲରେ ଯିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଧର୍ଯ୍ୟ ରଖନ୍ତୁ ଓ ନିଜ ବାଣୀ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ମହତ୍ବପୂର୍ଣ କାମରେ ନିସ୍ପତି ନେବା ପୂର୍ବରୁ କୌଣସି ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଘର ଜମି ବାଡି କ୍ରୟ କରିବାର ସମ୍ଭାବନା ଅଛି । ଅଳ୍ପ ସତର୍କ ବି ରହନ୍ତୁ ।

ମିଥୁନ

ଆପଣଙ୍କର କୌଣସି ଅଟକି ଥିବା କାମ ପୁରା ହୋଇଯିବ । କ୍ୟାରିୟରରେ ଉନ୍ନତି ହେବ । ଆକସ୍ମିକ ଭାବେ ଧନ ଲାଭ ମିଳିବ । ନିଜର କଥାର ଶୈଳରୁ ବହୁତ ବଡ ବଡ କାର୍ଯ୍ୟ ବି ସହଯରେ ସମାପ୍ତ ହୋଇଯିବ । ନିଜ ଆଖି ପ୍ରତି ଯତ୍ନ ନିଅନ୍ତୁ । ଶତୃ ବିଜୟୀ ହେବେ । ଚାକିରି ତଥା ବ୍ୟବସାୟରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି । ଏହି ଦିନମାନଙ୍କରେ ଚନ୍ଦ୍ର ଜାତକରେ ଷଷ୍ଠ ଭାଗରୁ ଅଷ୍ଟମ ଭାଗ ପର୍ଯ୍ୟନ୍ତ ଯିବ । ଆପଣଙ୍କ ନିଜର ରଣନୀତିରେ ସଫଳ ନ ହେବା ପର୍ଯ୍ୟନ୍ତ କାହାକୁ ଜଣାନ୍ତୁ ନାହିଁ । ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ରରେ ସମୟ ବହୁତ ଭଲ ଅଛି । ଆଜି ସାବଧାନ ରୁହନ୍ତୁ ।

କର୍କଟ

ଆଜି ଚନ୍ଦ୍ର କର୍କଟ ରାଶିରୁ ତୁଳା ରାଶିକୁ ଗୋଚର କରିବେ । ଚନ୍ଦ୍ରର ଏହି ସ୍ଥିତି ଯୋଗୁଁ ଆପଣ ଚାକିରି ତଥା ବ୍ୟବସାୟକୁ ନେଇ କରିଥିବା ଯୋଜନାରେ ସଫଳତା ପାଇବେ । କୌଣସି ଅଟକିଥିବା କାର୍ଯ୍ୟ ସପୂର୍ଣ ହୋଇଯିବ । ସମାଜ ଓ ଧାର୍ମିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ଦ୍ଵନ୍ଦରେ ପଡନ୍ତୁ ନାହିଁ । ଚାକିରି କିମ୍ବା ବ୍ୟବସାୟରେ ଆପଣଙ୍କୁ କୌଣସି ବଡ ପଦ ପଦବୀ ମିଳିପାରେ । ଆପଣ କେତେକ କ୍ଷେତ୍ରରେ ସଠିକ ନିଷ୍ପତି ନେଇ ପାରିବେ ।

ସିଂହ

ଧନ, ଭାବନା ଓ ଦାୟିତ୍ଵରେ ବ୍ୟସ୍ତ ରହିବେ । ଆପଣ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । ଅଧିକ ଖର୍ଚ କରନ୍ତୁ ନାହିଁ । ବିଦେଶୀ ଚାକିରି ପାଇଁ ଆବେଦନ କରି ସଫଳ ହେବେ । କୌଣସି ଷଡଯନ୍ତ୍ରର ଶିକାର ହୋଇପାରନ୍ତି । ନିଜର କୌଣସି ସମ୍ପର୍କୀୟ ବିଶ୍ଵାସଘାତକତା କରିପାରନ୍ତି । କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି । ଇମପୋର୍ଟ, ଏକ୍ସପର୍ଟ ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଦ୍ଵନ୍ଦ ପ୍ରତି ସାବଧାନ ରୁହନ୍ତୁ ।

କନ୍ୟା

ଆଜି ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ । କାର୍ଯ୍ୟରେ ବ୍ୟାଘାତ ହେବ । ଚାକିରି ତଥା ବ୍ୟବସାୟରେ କୌଣସି ଅସୁବିଧା ଆସିପାରେ । ଆୟରେ ବୃଦ୍ଧି ହେବ । ଅଟକି ଥିବା ଧନ ମିଳିବ । ପରିବାର ସଦସ୍ୟଙ୍କ ଠାରୁ କୌଣସି ଲାଭ ମିଳିବ । ଚାକିରିରେ ପଦୋନ୍ନତି ମିଳିବ । କିନ୍ତୁ କଠିନ ପରିଶ୍ରମ କରିବାକୁ ପଡିବ । କାହାକୁ ଧାର ଉଧାର ଦିଅନ୍ତୁ ନାହିଁ । ଆପଣଙ୍କ ସହଯୋଗୀ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ତୁଳା

ଆପଣଙ୍କ ସଞ୍ଚୟରେ ବୃଦ୍ଧି ହେବ । ଆପଣଙ୍କ କୌଣସି ଇଛା ପୁରା ହୋଇଯିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । କୌଣସି ଅନ୍ୟ ଚାକିରି ପାଇଁ ଆବେଦନ କରି ସଫଳ ହେବେ । ଶାସନ ତନ୍ତ୍ରର ପୂର୍ଣ ସୁଖ ମିଳିବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭ ମିଳିବ । କୌଣସି ବିବାଦ ସମାଧାନ ହୋଇଯିବ । ଆପଣ ସବୁ କାର୍ଯ୍ୟକୁ ବିଶ୍ଵାସର ସହ କରନ୍ତୁ ।

ବିଚ୍ଛା

ଚାକିରି କ୍ଷେତ୍ରରେ ଆପଣଙ୍କ ପାଇଁ ବହୁତ ଭଲ ଅଛି । ବ୍ୟବସାୟରେ କୌଣସି ବଡ ଡିଲ କରିବାରେ ସଫଳ ହେବେ । ଆପଣଙ୍କୁ ଆକସ୍ମିକ ଭାବେ ଧନ ମିଳିବ । ଆପଣ କୌଣସି ବଡ ବ୍ୟବସାୟ ଆରମ୍ଭ କରି ପାରିବେ । ପରିବାରରେ କୌଣସି ସମ୍ପର୍କୀୟଙ୍କ ଆଗମନରେ ଖୁସିର ଲହରୀ ଖେଳିଯିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସାଙ୍ଗ ସାଥି ଓ ପରିବାରଙ୍କ ସହଯୋଗ ମିଳିବ । ଅନାବଶ୍ୟକ ଖର୍ଚ କମିବ । ସନ୍ତାନ ପ୍ରତି ଚିନ୍ତାରୁ ମୁକ୍ତି ପାଇବେ ।

ଧନୁ

ଆଜି ଆପଣଙ୍କ ଖର୍ଚ ବଢିପାରେ । କୌଣସି କାର୍ଯ୍ୟ ଶେଷ କରିବାରେ ଆପଣ ବ୍ୟସ୍ତତା କରନ୍ତୁ ନାହିଁ । କୌଣସି କାର୍ଯ୍ୟରେ ରିସ୍କ ନବାରେ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ନିଜର ଲୋକମାନେ ଆପଣଙ୍କୁ ଅପମାନ ଦେଇପାରନ୍ତି । ଅଥବା ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିପାରନ୍ତି । ଆପଣନଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ । ଆଜି ସାବଧାନ ହୋଇକି ରହିବାକୁ ପଡିବ । କାରଣ ଆପଣଙ୍କୁ ଅନ୍ୟମାନେ ଠକିପରନ୍ତି । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ଉପରିସ୍ଥଙ୍କ ସହଯୋଗ ମିଳିବ ।

ମକର

ଆପଣଙ୍କ କୌଣସି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଆପଣଙ୍କ କୌଣସି ନିଷ୍ପତ୍ତି ଆପଣଙ୍କୁ ଲାଭ ଦେବ । କୌଣସି ଖାସ କାମ କିମ୍ବା ନିଷ୍ପତି ନେବା ପୂର୍ବରୁ ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପ୍ରେମ ସମ୍ପର୍କ ଭଲ ରହିବ । ବ୍ୟବସାୟିଙ୍କୁ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ପରିବାରରେ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ ।

କୁମ୍ଭ

ଆଜିର ଦିନ ଚାକିରି ତଥା ବ୍ୟବସାୟୀଙ୍କ ପାଇଁ ଅନୁକୂଳ ଅଛି । ଜମି ବାଡିକୁ ନେଇ କୌଣସି ମାମଲାରେ ଆପଣଙ୍କୁ ବଡ ନିଷ୍ପତ୍ତି ନେବାକୁ ପଡିପାରେ । ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତ ହେବାର ଅଛି । ଭୂମି ଓ ବାହନ କିଣିବାର ଯୋଗ ଅଛି । ଧାର ଉଧାର କରନ୍ତୁ ନାହିଁ । ନୂଆ ଲୋକଙ୍କ ସହ ଦେଖା ହୋଇ ଆପଣ ଖୁସି ହେବେ । ସବୁ କାର୍ଯ୍ୟରେ ପରିବାର ସମ୍ପର୍କୀୟଙ୍କ ସହଯୋଗ ମିଳିବ ।

ମୀନ

ଆପଣ ଭାବିଥିବା କୌଣସି କାର୍ଯ୍ୟ ସହଜରେ ପୁରା ହୋଇଯିବ । ସମୟ ଅନୁସାରେ କାର୍ଯ୍ୟ କରନ୍ତୁ ସଫଳତା ମିଳିବ । ଜମି ବାଡି ଓ ବାହନ ଆଦି କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । କୌଣସି କାର୍ଯ୍ୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି । କୌଣସି ଅଟକିଥିବା କାମ ପୁରୁଣ ହୋଇଯିବ । ସାମାଜିକ କ୍ଷେତ୍ରରେ ଅପଣଙ୍କୁ ପ୍ରତିଷ୍ଠା ମିଳିବ । ପାରିବାରିକ ଓ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ପରିବାର ସହିତ ଭଲ ସମୟ ବିତେଇବ । ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।