ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଏହି ରାଶିର ଛାତ୍ରଙ୍କ ପାଇଁ ଆଜି ଦିନ ଭଲ ରହିବ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଛୋଟ ମୋଟ କଥାରେ କ୍ରୋଧ କରନ୍ତୁ ନାହି । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ବା ପାଖ ଲୋକ ଆପଣଙ୍କୁ ଚିନ୍ତା ରେ ପକାଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ ନିଜର ଧ୍ୟାନ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ଆଜି ଆପଣଙ୍କୁ ମନ ପସନ୍ଦର ଭୋଜନ ମିଳିବ । ମିତ୍ର ମାନଙ୍କ ସହ ଆଜି ଛୋଟ ମୋଟ କଥା ରେ ରାଗନ୍ତୁ ନାହି ନଚେତ କଥା ବିଗିଡି ଯାଇପାରେ ।
ବୃଷ ରାଶି : ଏହି ରାଶିର ଲୋକେ ଦୟା ଓ କୃତଜ୍ଞତା ଦେଖାଇ ବାହାଦୁର ହେବାକୁ ଚେଷ୍ଟା କରିବେ । ପରିବାର ସହ ଭଲ ସମୟ ବ୍ଯତୀତ କରିବେ । ଅନ୍ୟ ର ସାହାଜ୍ଯ କରନ୍ତୁ ଏଥିରେ ଆପଣଙ୍କୁ ଫାଇଦା ମିଳିବ । ପଇସା ନିବେଶ କରିଲେ ଫାଇଦା ରେ ରହିବେ । ଚାକିରି କରୁଥିବା ଲୋକଙ୍କ ପାଇଁ ଦିନ ଭଲ ରହିବ । ସମ୍ପତି ଓ ନିବେଶ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିପାରେ । ପ୍ରୋଫେସନାଲ ଲାଇଫ ରେ ଆପଣଙ୍କୁ ଭଲ ଅବସର ମିଳିବ । ସାମାଜିକ କ୍ଷେତ୍ର ରେ ଆପଣ ପ୍ରଶଂସା ର ପାତ୍ର ହେବେ ।
ମିଥୁନ ରାଶି : ବାହନ ସୁଖରେ ବୃଦ୍ଧି ହେବ । ସମୟର ଦୁର୍ବ୍ୟବହାର କରନ୍ତୁ ନାହି । ଆଜି ବିଶେଷ ଲାଭ ହେବାର ସମ୍ଭାବନା ରହିଛି ତେଣୁ ବିଚାର କରି କାର୍ଯ୍ୟ କରନ୍ତୁ । ପରିଜନ ଙ୍କ ଠାରୁ ଅନୁକୂଳ ସମାଚାର ଶୁଣିବାକୁ ପାଇବେ । ସନ୍ତାନ ମାନଙ୍କର ଉନ୍ନତି ହେବ । ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ଓ ନିବେଶ କରିବା ପାଇଁ ବହୁତ ଭଲ ଅବଧି ଆଜି ରହିଛି । ଆଜି ଦିନ ଟି କୌଣସି ଉପହାର ଠାରୁ କମ ନୁହେଁ ଆପଣଙ୍କ ପାଇଁ । କୌଣସି କ୍ଷେତ୍ର ରେ ଭୟ କରନ୍ତୁ ନାହି । ଦୃଢ ମନୋବଳ ଦ୍ଵାରା ଆପଣଙ୍କ ସବୁ କ୍ଷେତ୍ରରେ ଆଗକୁ ବଢନ୍ତୁ ।
କର୍କଟ ରାଶି : ଆଜି ଜରୁରୀ କାଗଜ ପାତ୍ର ସାଥିରେ ରଖନ୍ତୁ । ସାମାଜିକ ସମ୍ବଧ ରେ ସୁଧାର ଆସିବାର ଯୋଗ ରହିଛି । ଲମ୍ବା ସମୟରୁ ଅଟକି ରହିଥିବା ଧନ ମିଳିବ । ବ୍ୟାପାରିକ ସମସ୍ଯା ସମାଧାନ ହେବାର ଅଛି । ଏହାରି ମଧ୍ୟରେ ପରିବାରର କୌଣସି ଜରୁରୀ କାମ ପୁରା କରିବେ । ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ । ବୈବାହିକ ଚର୍ଚ୍ଚା ରେ ମନ ପ୍ରସନ୍ନ ରହିବ । ଆଜି ଆପଣ ପକ୍ଷୀ ଙ୍କୁ ଦାନା ଖାଇବାକୁ ଦିଅନ୍ତି । ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ।
ସିଂହ ରାଶି : ଏହି ରାଶିର ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ବ୍ୟବସାୟ ପରିବର୍ତ୍ତନ ର ଯୋଜନା କରିବେ । ପ୍ରତିଯୋଗୀ ପରୀକ୍ଷା ରେ ସଫଳତା ଓ ପାରିବାରିକ ଉତ୍ତର ଦାୟିତ୍ଵ ପୂର୍ଣ୍ଣ ହେବ । ଯଦି ବାହାରକୁ ଯିବାର କୌଣସି ଯୋଜନା କରିଛନ୍ତି ତେବେ ସମୟ ପୂର୍ବରୁ ଏହା ପରିବର୍ତ୍ତନ ହୋଇପାରେ । ଆପଣଙ୍କୁ ନିଜର ଘର ବା କାର୍ଜ୍ଯାଳୟ ରେ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ଆଜି ବ୍ୟବସାୟିକ କ୍ଷେତ୍ର ରେ ଅନୁକୂଳ ହେବାରୁ ମନ ହର୍ଷିତ ରହିବ ।
କନ୍ୟା ରାଶି : ଆଜି ଗୃହ ଊପୋଯୋଗୀ ବସ୍ତୁ ଉପରେ ଧନ ଖର୍ଚ୍ଚ ହେବ । ଏହି ସମୟରେ ଜୀବନରେ ଆପଣଙ୍କୁ ଦାଂପତ୍ଯ ଜୀବନର ଭରପୁର ଆନନ୍ଦ ନେବେ । ସାଂସାରିକ ସୁଖ ଭୋଗ ର ସାଧନାରେ ବୃଦ୍ଧି ହେବ । ଅଧିନସ୍ଥ କର୍ମଚାରୀ ବା କୌଣସି ସମ୍ପର୍କ ପାଇଁ ଆପଣଙ୍କ ମାନସିକ ଚିନ୍ତା ରେ ରହି ପାରନ୍ତି । ପଇସା ଲେନଦେନ କରିବା ସମୟରେ ସାବଧାନ ରୁହନ୍ତୁ ନଚେତ ଧନ ଅଟକି ଯାଇପାରେ । ଆପଣଙ୍କୁ ଭାଇ ଭଉଣିଙ୍କ ସହଯୋଗ ପ୍ରାପ୍ତ ହୋଇପାରେ । ଶିକ୍ଷକ ଙ୍କ ପାଇଁ ଦିନ ଠିକ ଠାକ ରହିବ । ସମ୍ପତି ଉପରେ ହସ୍ତକ୍ଷେପ କରନ୍ତୁ ନାହି ।
ତୁଳା ରାଶି : ଆଜି ଧର୍ଯ୍ୟ ହରାନ୍ତୁ ନାହି । ଦୃଢ ହୋଇ ନିଜର ଲକ୍ଷ୍ୟ ର ଦିଶାରେ ଆଗକୁ ବଢନ୍ତୁ । ଅଳ୍ପ ଚେଷ୍ଟା କରିଲେ ଆପଣଙ୍କୁ ଅଟକି ରହିଥିବା ପଇସା ମିଳିପାରେ । ମନର ଉଦାସି ଦୂର ହେବ । ଚିତ୍ତ ରେ ପ୍ରସନ୍ନତା ରହିବ । କାର୍ଯ୍ୟ କ୍ଷେତ୍ର ରେ ଜଡିତ ଲୋକ ଙ୍କ ସହ ବିଶିଷ୍ଟ ପରିଚୟ କରିବେ । କାର୍ଯ୍ୟ ରେ ଯଶ ମିଳିବ । କାରୋବାର ବିଷୟରେ କହିବାକୁ ଗଲେ ଗୁଣବାର୍ତ୍ତା ରେ ବୃଦ୍ଧି ହେବ । ଆଜି ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ ସଫଳତା ନିଶ୍ଚୟ ମିଳିବ । ସେଥିପାଇଁ ଆପଣଙ୍କୁ ସଂଘର୍ଷ କରିବାକୁ ପଡିବ ।
ବିଛା ରାଶି : ଚାକିରି ଓ ବିଜନେସ ସମ୍ବଧିତ ମାମଲା ଶେଷ କରିବା ପାଇଁ ଦିନ ଭଲ ରହିବ । ଅଫିସରେ ଆଜି ଆପଣଙ୍କର କାର୍ଯ୍ୟ କୁ ମହତ୍ଵ ଦିଆଯିବ । ଯଦି ଆପଣ ବ୍ଯାଙ୍କ ସେକ୍ଟର ସହ ଜଡିତ ଅଛନ୍ତି ତେବେ ବ୍ଯାଙ୍କ ତରଫରୁ ଟାର୍ଗେଟ ମିଳିପାରେ । ଆପଣ ଏକ ରୁ ଅଧିକ ପ୍ରୋଜେକ୍ଟ ରେ ସାମିଲ ହୋଇ ପାରିବେ । ସମୟ କମି ଆପଣ ଅନୁଭବ କରିବେ । ଆପଣଙ୍କ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ । ନିଜର ବାଣୀ ରେ ଅନ୍ୟର ହୃଦୟ ଜିଣିବେ । ନିଜର ଆଚାର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ ।
ଧନୁ ରାଶି : ଆଜି ଆପଣ ତରବର ହୋଇ ରହିବେ ଆଉ ଟିକେ ଚିନ୍ତାରେ ବି ରହିବେ । ଆଜୀବିକା କ୍ଷେତ୍ର ରେ କାର୍ଯ୍ୟରତ ଲୋକ ଙ୍କୁ ଆଜି ଉତ୍ତମ ଅବସର ପ୍ରାପ୍ତ ହେବ । ଯଦି ଆପଣ କୌଣସି ନୂଆ ବ୍ୟାପାର ରେ ଇନଭେଷ୍ଟ କରିବାକୁ ଚିନ୍ତା କରୁଛନ୍ତି ତେବେ ସେଥିପାଇଁ ସମୟ ଉତ୍ତମ ରହିବ । ଆପଣଙ୍କୁ ମାତାଙ୍କର ସ୍ୱାସ୍ଥ୍ୟ ର ଚିନ୍ତା ରହିପାରେ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇପାରେ । ରୋଗରୁ ମୁକ୍ତି ମିଳିବ ।
ମକର ରାଶି : ସମାଜରେ ଆପଣଙ୍କର ଅଲଗା ପରିଚୟ ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ଉନ୍ନତି ଭରା ରହିବ । ଶାସନ ସତ୍ତା ରେ ଥିଲେ ଆଜି ଆପଣଙ୍କୁ ଲାଭ ମିଳିବ । ଶ୍ଵଶୁର ଘର ପକ୍ଷ ରୁ ଆଜି ଆପଣଙ୍କୁ ଧନ ଲାଭ ହୋଇପାରେ । ପ୍ରେମ କ୍ଷେତ୍ରରେ ସମୟ ବେହତର ରହିବ । ସମ୍ପତି ମାମଲାରେ ଆପଣ ଅତିରିକ୍ତ ଆୟ ଅର୍ଜିତ କରି ପାରନ୍ତି । ଯିଏ ଆପଣଙ୍କର ଶତ୍ରୁ ଆଜି ସେ ଆପଣଙ୍କର ପ୍ରଶଂସା କରିବେ । ସୂର୍ଯ୍ୟାସ୍ତ ପରେ ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ବିଚାର କରି କରନ୍ତୁ ।
କୁମ୍ଭ ରାଶି : ଆଜି ଆପଣଙ୍କୁ କୌଣସି କ୍ଷେତ୍ର ରୁ ବଡ ଲାଭ ମିଳିପାରେ । ଆଜି ଆପଣଙ୍କୁ ତରବର ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ଧର୍ଯ୍ୟ ସହ କାମ କରନ୍ତୁ । ଚାକିରି କରିଥିବା ଜାତକ ଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ । ବନ୍ଧୁ ସହଯୋଗ କରିବେ । ଆପଣଙ୍କର ପାରିବାରିକ ଜୀବନ ଉଶ୍ଚାହପୂର୍ଣ୍ଣ ରହିବ । ଯାତ୍ରା ବ୍ଯବସାୟିକ ଓ ଆର୍ଥିକ ରୂପରେ ଫାଇଦା ଆଣିପାରେ । ଚିନ୍ତା କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟ ରେ ପ୍ରଭାବ ପଡିପାରେ ।
ମୀନ ରାଶି : ନିଜର ବାଣୀ ଉପରେ ସଂଯମ ରଖନ୍ତୁ ନଚେତ ପ୍ରେମ ଜୀବନରେ ଏହାର ଖରାପ ପ୍ରଭାବ ପଡିପାରେ । ନିଜର ଭଲ ପ୍ରଦର୍ଶନ ଓ କଠିନ ମେହନତ ବଳରେ ଆପଣ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ଯଦି ଆଜି ଆପଣ କୌଣସି କାମ କରଛନ୍ତି ତେବେ ସେଥିରେ ସଫଳ ହେବେ । ଆପଣଙ୍କୁ ପ୍ରିୟଜନ ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ମିଳିବ । ଆଜି କାର୍ଯ୍ୟ ରେ ବାଧା ଆସିବାର ଆଶଙ୍କା ରହିଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।