ଆଜିର ରାଶିଫଳ, 16 ଅକ୍ଟୋବର 2020, ଶୁକ୍ରବାର, ଏହି ୫ଟି ରାଶିଙ୍କ ଜୀବନରେ ଆସିବ ନୂଆ ମୋଡ, ବହୁଦିନରୁ ଅଟକି ଥିବା କାର୍ଯ୍ୟ ପୁରା ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଭାଗ୍ୟ ବହୁତ ଭଲ ଅଛି । ପାରିବାରିକ ଜୀବନରେ ଖୁସି ଆସିବ । ଆପଣଙ୍କୁ ଆପଣଙ୍କ ସମ୍ପର୍କୀୟମାନେ ସବୁ ପ୍ରକାରର ସହଯୋଗ କରିବେ । ନୂଆ ବ୍ୟବସାୟରେ ବହୁତ ଲାଭ ମିଳିବ । କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ଯାତ୍ରା ସଫଳ ହେବେ । ସଂଯମତା ସହ କଥାବାର୍ତ୍ତା କରନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆପଣ କିଛି ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ମିଶି ଆପଣ ନିଜର ବ୍ୟବସାୟକୁ ବିସ୍ତାର କରିବେ । ପ୍ରେମ ସମ୍ପର୍କ ଭଲ ରହିବ । ଜୀବନସାଥିଙ୍କ ସହ ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ଆଜି ଆପଣଙ୍କ ଦିନ ବହୁତ ଭଲ ଅଛି । ସବୁ କାର୍ଯ୍ୟ ସମୟ ପୂର୍ବରୁ ପୂର୍ଣ ହେବ । ପ୍ରେମ ସମ୍ପର୍କ ଭଲ ରହିବ ଓ ଆଜି କିଛି ନୂଆ ପ୍ରେମରେ ବାନ୍ଧି ହେବେ । ଆପଣଙ୍କ ପୁରୁଣା ସମସ୍ୟା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ମିଳିବ । ସନ୍ତାନ ସୁଖ ପାଇବେ । ଗୁରୁଜନଙ୍କ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ

ଆଜି ଦିନଟି ମିଳାମିଶା ରହିବ । ମନକୁ ନିୟନ୍ତ୍ରଣରେ ରଖନ୍ତୁ ଆଜି ଖର୍ଚ ବଢିପାରେ । ବ୍ୟବସାୟରେ ଭଲ ଲାଭ ମିଳିବ । ବ୍ୟବସାୟିକ ଯାତ୍ରା ସଫଳ ହେବ । କିଛି ପ୍ରଭାବଶାଳି ଲୋକଙ୍କ ସହ ଦେଖା ହେବ । ସବୁ କଥା ଭାବି ଚିନ୍ତି କରନ୍ତୁ । ମନରେ ଅଶାନ୍ତି ରହିପାରେ । କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ । ପ୍ରେମ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ

ଆଜି ଦିନ ବହୁତ ଶୁଭ ଓ ଆନନ୍ଦଦାୟକ ରହିବ । ଚାକିରିରେ ଉପରିସ୍ଥ ଅଫିସର ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ଆପଣଙ୍କୁ କିଛି ନୂଆ ଅବସର ମିଳିବ । ଆପଣଙ୍କ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପ୍ରେମ ସମ୍ପର୍କ ଭଲ ରହିବ । କିଛି ମହତ୍ଵପୂର୍ଣ ଲୋକଙ୍କ ସହ ଦେଖା ହେବ । ଅର୍ଥ ନିବେଶରେ ଲାଭ ମିଳିବ । ଅଟକି ଥିବା କାର୍ଯ୍ୟ ପୁରା ହେବ । ସନ୍ତାନ ସୁଖ ମିଳିବ । ପାରିବାରିକ ଖୁସି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଆଜି କାର୍ଯ୍ୟ ବ୍ୟସ୍ତତା ରହିବ । ପୂଜା ପାଠରେ ମନ ଲାଗିବ, ମାନ ସମ୍ମାନ ମିଳିବ । ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିପାରେ ଏବଂ ଆପଣଙ୍କୁ ଏହାର ସୁଧାର କରିବାକୁ ପଡିବ । ଭାବି ଚିନ୍ତି ନିବେଶ କରନ୍ତୁ । ପୈତୃକ ସମ୍ପତିକୁ ନେଇ ସମସ୍ୟାର ସମାଧାନ ଶାନ୍ତିପୂର୍ବକ କରନ୍ତୁ । ବ୍ୟବସାୟିକ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ସନ୍ତାନକୁ ନେଇ ଚିନ୍ତା ଦେଖାଯାଇପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆଖି ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ସୁଖ ମିଳିବ ।

କନ୍ୟା

ଆଜି ଆପଣଙ୍କ ଭାଗ୍ୟ ଉଜ୍ଜଳ ଅଛି । ଘର ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । କାର୍ଯ୍ୟରେ ନୂଆ ଅବସର ମିଳିବ । ସନ୍ତାନମାନେ ପରୀକ୍ଷାରେ ଭଲ କରିବେ । ବ୍ୟବସାୟରେ ନୂଆ ଯୋଜନା ଫଳପ୍ରଦ ହେବା ପାଇଁ ସମୟ ଅଧିକ ଲାଗିପାରେ । ଶୁଭ କାର୍ଯ୍ୟରେ ଧନ ନିବେଶ କରିବେ । କାହା ସହ ମତ ଭେଦ କରି ସମୟ ନଷ୍ଟ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ଭଲ ରହିବ । ସନ୍ତାନ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ତୁଳା

ଆପଣ ବାହାନ ଚଳାଇବା ସମୟରେ ସାବଧାନ ରୁହନ୍ତୁ ନଚେତ କୌଣସି ସମସ୍ୟା ହୋଇପାରେ । ପରିସ୍ଥିତି ଅନୁସାରେ ରଣନୀତି ପ୍ରସ୍ତୁତ କରନ୍ତୁ । ଆପଣ ପାର୍ଟନରଶିପରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଆପଣ ଯଦି କୌଣସି ବ୍ୟାଙ୍କରୁ ଋଣ ନେବା ପାଇଁ ପ୍ରୟାସ କରୁଛନ୍ତି ତେବେ ସେଥିରେ ଆପଣ ସଫଳ ହେବେ । ଅଜଣା ଲୋକଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । ପରିବାରରେ ତାଳମେଳ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ପେଟ ସମ୍ବନ୍ଧୀୟ ରୋଗ ହୋଇପାରେ । ପ୍ରିୟଜନଙ୍କ ସହ ଯାତ୍ରାରେ ସଫଳ ହେବେ । ପ୍ରେମ ସମ୍ପର୍କ ଭଲ ରହିବ ।

ବିଚ୍ଛା

ଆଜି ଆପଣଙ୍କୁ ସବୁ ପ୍ରକାର ଲାଭ ମିଳିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ପରିବାରରେ ଖୁସି ମିଳିବ । ଆପଣ ଅଳ୍ପ ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଆପଣ କରୁଥିବା ପରିଯୋଜନାରେ ସମସ୍ୟା ଆସିପାରେ ।  ସେୟାର ବଜାର ଓ କିଣାବିକା ଧନ୍ଦାରେ ଲାଭ ମିଳିବ । କୌଣସି ମହତ୍ଵପୁର୍ଣ ନିଷ୍ପତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ପରିବାରରେ ହସ ଖୁସିରେ ଜୀବନ ବିତିବ ।

ଧନୁ

ଆପଣ ସବୁ କାର୍ଯ୍ୟରେ ସଫଳ ହେବ । ଆପଣଙ୍କ ଅଟକି ଥିବା ଧନ ସାମାନ୍ୟ ପ୍ରୟାସରେ ମିଳିଯିବ । ଆପଣଙ୍କ ରଚନାତ୍ମକ କୌଶଳ ସବୁ କାର୍ଯ୍ୟରେ ଲଗାଇ ପାରିବେ ଓ ଏଥିରେ ଭଲ ଲାଭ ମିଳିବ । ଆପଣ ବୈଠକ ଓ ସମ୍ମଳନୀରେ ଲୋକପ୍ରିୟତା ହାସଲ କରିବେ । ଆପଣଙ୍କ ପ୍ରଭାବ ବଢିବ ଓ ବିରୋଧୀ ପରାସ୍ତ ହେବେ । ଅଚାନକ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ । ଆପଣ ଆପଣଙ୍କ ଘରକୁ ବ୍ୟବସ୍ଥିତ ଢଙ୍ଗରେ ସଜାଡିବେ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି ।

ମକର

ଆଜି ଆପଣ ସକାଳୁ ହିଁ ଭଲ ମୁଡରେ ରହିବେ । ଆପଣ ଠିକ ସମୟରେ ଠିକ ନିଷ୍ପତି ନେଇ ଲାଭବାନ ହେବେ । ଆପଣଙ୍କୁ ଶାନ୍ତ ଓ ବିନମ୍ର ରହିବାକୁ ପଡିବ କୌଣସି କଳହରୁ ଦୂରେଇ ରହନ୍ତୁ । ଛାତ୍ରମାନେ ସଫଳତା ହାସଲ କରିବେ । ମିତ୍ରଙ୍କ ସହଯୋଗରେ ପୁରୁଣା ରୁଣ ଫେରସ୍ତ ପାଇବେ । ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାର୍ଯ୍ୟ କ୍ଷେତ୍ରରେ ମିଳିବ । ପ୍ରେମ ସମ୍ପର୍କ ସ୍ଥାପନ ହୋଇପାରେ । ମାନସିକ ଅଶାନ୍ତି ଦ୍ଵାରା ସ୍ୱାସ୍ଥ୍ୟରେ ଅବନ୍ନତି ହୋଇପାରେ ।

କୁମ୍ଭ

ଆଜି ନିଜ କାମରେ ମନ ନିବେଶ କରନ୍ତୁ । ବିବାଦରେ ପଡନ୍ତୁ ନାହିଁ । ନଚେତ ଅସୁବିଧାରେ ପଡିବେ । ଆପଣଙ୍କର ମାତା ଓ ସନ୍ତାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇବ । କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟ ସ୍ଥଳରେ ଆପଣ ବ୍ୟସ୍ତ ରହିବେ । ଆପଣ କୌଣସି ବଡ ଆର୍ଥିକ ନିଷ୍ପତି ନିଅନ୍ତୁ ନାହିଁ । ଆପଣଙ୍କ କିଛି ଶତ୍ରୁ ମିତ୍ର ଭଳି ବ୍ୟବହାର କରିବେ ସେଥିପାଇଁ ସାବଧାନ ରୁହନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ ।

ମୀନ

ଆତ୍ମବିଶ୍ଵାସ ଓ ପରାକ୍ରମରେ ବୃଦ୍ଧି ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ । କିନ୍ତୁ  କାର୍ଯ୍ୟସ୍ଥଳରେ ଆପଣ ବ୍ୟସ୍ତ ରହିବେ । ଅଟକି ଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । ଚାକିରି କ୍ଷେତ୍ରରେ ପ୍ରମୋସନ ମିଳିବ । ବ୍ୟବସାୟକୁ ନୂଆ ରୂପ ଦେବେ । କଳା ଓ ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ଶତୃଙ୍କ ପ୍ରଭାବ କମିବ । ଛୋଟ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଆପଣ ବାହାନ, ସମ୍ପତ୍ତି ଆଦିରେ ନିବେଶ କରିବେ । ଆପଣ ଯଦି ରାଜନୈତିକ କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କୁ  ପ୍ରଶଂସା ମିଳିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।