ଦୀପାବଳି ରାତିରେ ଲୋକମାନେ ବିଧି ବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା ଅର୍ଚନା ଏବଂ ସମସ୍ତ କର୍ମ କରନ୍ତି ଯାହା ଦୂରା ତାଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଲାଭ ହୁଏ । ଆପଣ ମାନେ ବି ଏହି ଥର ପୂଜାର ବ୍ୟବସ୍ତା କରୁଥିବେ, କିନ୍ତୁ ଆପଣ ମାନେ ଜାଣନ୍ତି କି ସେହି ସଙ୍କେତ ବିଷୟରେ ଯେଉଁଥିରେ ଏହା ଜାଣି ବାକୁ ମିଳେ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳି ଥାଏ । ଯେମିତିକି କୁହା ଯାଇଛି ଯେ ସକୁନ ଶାସ୍ତ୍ର ଏବଂ ପ୍ରାଚୀନ ମାନ୍ୟତା ଅନୁସାରେ ଦୀପାବଳି ରାତିରେ କିଛି ଏମିତି ସଙ୍କେତ ମିଳେ ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଏହି ବର୍ଷ ଆପଣଙ୍କ ଉପରେ ଲକ୍ଷ୍ମୀ କୃପା ହେଇଛନ୍ତି ବୋଲି । ଆଜି ଆମେ ଆପଣଙ୍କୁ ସେହି ସଙ୍କେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ।
ଯଦି ଦେଖନ୍ତି ପେଚା
ଦୀପାବଳି ରାତିରେ ପେଚା ଦେଖିବା ବହୁତ ଶୁଭ ମନାଯାଏ । କାରଣ ପେଚା ଦେବୀ ମା ଲକ୍ଷ୍ମୀଙ୍କର ବାହନ ମାନନ୍ତି ଏବଂ ସମସ୍ତ ମାନନ୍ତି କି ଦୀପାବଳି ର ଅମାବାସ୍ୟା ରାତିରେ ଦେବୀ ମା ଲକ୍ଷ୍ମୀ ନିଜ ବାହନରେ ବସି ଭ୍ରମଣ କରନ୍ତି । ସେଥିପାଇଁ ଏହି ଦିନ ପେଚା ଦେଖିବା ମା ଲକ୍ଷ୍ମୀ ଙ୍କର କୃପା ଦୁରା ସମ୍ଭବ ହୁଏ । ଯଦି ଏହିଥର ଆପଣଙ୍କୁ ଏହି ପକ୍ଷୀ ଦେଖା ଯାଏ ତେବେ ଭାବିନେବେ ଆପଣଙ୍କର ଭାଗ୍ୟ ଖୋଲି ଗଲା ।
କେଶରୀ ରଙ୍ଗର ଗାଈ ର ଦର୍ଶନ
ଦୀପାବଳି ଦିନ କେଶରୀ ରଙ୍ଗ ଗାଈ ର ଦର୍ଶନ ବହୁତ ଶୁଭ ମନା ଯାଏ । ଶକୁନ ଶାସ୍ତ୍ର ଅନୁସାରେ କେଶରୀ ରଙ୍ଗ ର ଗାଈ ଦେବତା ର ପ୍ରତୀକ ଅଟେ ଏବଂ ସେହିଦିନ ଗାଈକୁ ଦେଖିଲେ ସୁଖ ସମୃଦ୍ଧି ର ଆଗମନ ହୁଏ । ସେଥିପାଇଁ ଏଥର ଦୀପାବଳି ରେ କେଶରୀ ରଙ୍ଗ ର ଗାଈ କୁ ଦର୍ଶନ କରନ୍ତୁ ।
ଯଦି ମିଳି ଯାଏ ଅଟକି ଥିବା ଧନ
ଦୀପାବଳି ଦିନ ଶୁଭ ସଙ୍କେତ ଦ୍ଵାରା ଆସୁ ନଥିବା ଧନ ମିଳି ଯିବାର ମଧ୍ୟ ଶୁଣା ଯାଏ । ଦୀପାବଳି ଦିନ ଆପଣଙ୍କୁ ହରେଈଥିବା କିଂମ୍ବା କୋଣସି ଠାରେ ଅଟକିଥିବା ଧନ ମିଳିଯାଏ ତେବେ ଏହାକୁ ମା ଲକ୍ଷ୍ମୀଙ୍କର କୃପା ବୋଲି ମାନିବାକୁ ପଡିବ । ଏଥି ସହିତ ଏହି ଦିନରେ ଉପହାର ମିଳିବା ବି ଶୁଭ ମନା ଯାଇଥାଏ। ସେଥିପାଇଁ ଦୀପାବଳି ଦିନ ପରସ୍ପର ଭିତରେ ଉପହାର ଦବାର ପରଂପରା ମଧ୍ୟ ରହି ଅଛି ।