ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ଆତ୍ମବିଶ୍ଵାସ ରେ କମି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଚୋରୀ ହେବାର ଆଶଙ୍କା ରହିଛି । ନ୍ୟାୟିକ ମାମଲାରେ ଆପଣ ଫସିବାର ସ୍ଥିତି ସୃଷ୍ଟି ହୋଇପାରେ । ଆଜି ଆପଣଙ୍କର ସାକାରାତ୍ମକ ଚିନ୍ତାଧାରା ସଫଳତା ଆଣିବାରେ ସାହାଜ୍ଯ କରିବ । ଏମିତି କେହି ସମ୍ପର୍କୀୟ ଯିଏ ଆପଣଙ୍କ ଠାରୁ ଦୂରରେ ଅଛନ୍ତି ସେ ଆଜି ଆପଣଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିବେ । ପରିବାର ସହ ସାମାଜିକ ଗତି ବିଧି କାରଣରୁ ଆପଣ ଚିନ୍ତା ରେ ରହିବେ । ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନଙ୍କ ପାଇଁ ଖୁସି ଖବର ରହିଛି ।
ବୃଷ ରାଶି : ଆଜି ଆପଣଙ୍କର ସବୁ କାର୍ଯ୍ୟ ଯୋଜନା ଅନୁଯାୟୀ ପୂରଣ ହେବ । ଆର୍ଥିକ ଦୃଷ୍ଟିରୁ ଜିନିଷ ସବୁ ଠିକ ରହିବ । ସନ୍ତାନଙ୍କର କ୍ଯାରିୟରକୁ ନେଇ କୌଣସି ନିସ୍ପତି ନେବେ । ସାବଧାନ ରୁହନ୍ତୁ ଆପଣଙ୍କ ପରିବେଶ ସହ ଜଡିତ କୌଣସି ଚତୁର ଲୋକ ମାନେ ଆପଣଙ୍କର ଉଦାରତାର ଫାଇଦା ଉଠାଇବେ । କାହାର ଅତିଥି ସତ୍କାର କରିବାର ଅବସର ମିଳିବ । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ ସମୟ ଆସିପାରେ । ସମାଜରେ ଆପଣଙ୍କର କ୍ଷତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରି ଉପକୃତ ହେବେ ।
ମିଥୁନ ରାଶି : କୌଣସି ବଡ ବିଜେନ୍ସ ଗ୍ରୁପ ସହ ଆପଣଙ୍କର ପାର୍ଟନରସିପ ହୋଇପାରେ । ରୋଜଗାର ସହ ଜଡିତ ସୁଖଦ ସମାଛାଡ଼ ପ୍ରାପ୍ତ ହେବ । ଆପଣଙ୍କର ଯୋଗ୍ୟତା ବିକଶିତ କରିବାର ଲାଭ ହେବ । ବ୍ୟାପାରି ବର୍ଗ ଙ୍କ ପାଇଁ ଆକସ୍ମିକ ଧନ ଲାଭ ହୋଇପାରେ । ମିଟିଂ ଆଦିରେ ଅଧିକ କଥା କହିବାରୁ ବଞ୍ଚିତ ହୁଅନ୍ତୁ । ଆପଣଙ୍କର ମାତାଙ୍କର ସ୍ଵାସ୍ଥ୍ୟରେ ସୁଧାର ଆସିବ । ସମ୍ପତିରେ ବଡ ସଉଦା ହୋଇପାରେ । ବଡ ଲାଭ ମିଳିପାରେ । ନିଜର ପ୍ରିୟ ଲୋକଙ୍କ ଠାରୁ ଧୋକା ମିଳିବାର ସମ୍ଭାବନା ରହିଛି ତେଣୁ ସତର୍କ ରୁହନ୍ତୁ ।
କର୍କଟ ରାଶି : ଆଜି ଦିନ ଟି ଆପଣଙ୍କର ରହଣସହଣି ଓ ସୁନ୍ଦର ହେବାର ଅଛି । ସହଯୋଗୀ ଓ ସହକର୍ମୀ ଆପଣଙ୍କର କଥାକୁ ସହଜରେ ବୁଝି ପାରିବେ ନାହି । ବ୍ଯବସାୟିକ ଓ ରଚନାତ୍ମକ କ୍ଷେତ୍ର ସହ ଜଡିତ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ । ରୋମାଣ୍ଟିକ ଲାଇଫ ବହୁତ ଭଲ ରହିବ । କୌଣସି ପୁରୁଣା ବିବାଦ ଶେଷ ହୋଇପାରେ । ରାଜକୀୟ ସହଯୋଗ ଓ କାର୍ଯ୍ୟ ସିଦ୍ଧି ହୋଇପାରେ । ବ୍ଯବସାୟିକ ଯାତ୍ରା ବା ଭୂମି ନିବେଶ ଲାଭଦାୟକ ରହିବ ।
ସିଂହ ରାଶି : ଦିନର ଆରମ୍ଭ ରେ ଆପଣ କିଛି ସମୟ ଧର୍ମ କର୍ମରେ ମଧ୍ୟ ଦିଅନ୍ତୁ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ଯଦି ଆଜି ଆପଣ ଚାକିରି ବା ବ୍ୟାପାର କ୍ଷେତ୍ରରେ କୌଣସି ଦିଲ ଫାଇନାଲ କରୁଛନ୍ତି ତେବେ ଆପଣଙ୍କଉ ବିଶେଷ ଲାଭ ମିଳିବ । ଆବଶ୍ୟକ କାମ ପୁରା କରିବାକୁ ଯେଉଁ ସମସ୍ଯା ଅଛି ତାର ସମାଧାନ ହେବ । ଆଜି ଆପଣ ଯାହାକୁ ନିଜର ଭାବନା କହିବାକୁ ଚାହୁଁଛନ୍ତି ସେ ଆପଣଙ୍କର କଥା ବୁଝିବେ । ଜୀବନ ସାଥିଙ୍କ ସହ ଆପଣଙ୍କର କୌଣସି କାରଣ ପାଇଁ ଭୁଲ ବୁଝାମଣା ହୋଇପାରେ । ସନ୍ଧ୍ୟା କାଳରେ ପ୍ରିୟଜନଙ୍କ ସହ ଭେଟ ହୋଇପାରେ ।
କନ୍ୟା ରାଶି : ଇନକମ କ୍ଷେତ୍ରରେ ବୃଦ୍ଧି ହେବ । ନିଜ ମନ ଶୁଣିଲେ ସବୁ କିଛି ଠିକ ରହିବ । ବ୍ୟାପାରରେ ବିସ୍ତାର ହେବ । କୌଣସି ବଡ ପ୍ରୋଜେକ୍ଟ ର ରୂପରେଖା ହେବ । ନୂଆ ମିତ୍ର ସ୍ଥାପନ କରିବେ । ଅସହାୟ ଲୋକଙ୍କର ସାହାଜ୍ଯ କରିବେ । ଉନ୍ନତି ହେବ । ବାହନ କ୍ରୟ କରିବାର ସମ୍ଭାବନା ରହିଛି । ଆପଣଙ୍କର କର୍ମ କ୍ଷେତ୍ରରେ ବିସ୍ତାର ହେବ । ପିତାଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଆପଣଙ୍କୁ ଭାରି ଧନ ଲାଭ ହେବାର ନଜର ଆସୁଛି । ପରିଜନଙ୍କ ସହ ବିବାଦ ହେବାରୁ ବଞ୍ଚିତ ହୁଅନ୍ତୁ । ଦୋକାନରେ କାହା ସହ ବିବାଦ ହେବାର ନଜର ଆସୁଛି ।
ତୁଳା ରାଶି : ସର୍ବଦା କିଛି ନୂଆ କରିବାର ଇଚ୍ଛା ଥିଲେ ଆଜି ଆପଣଙ୍କୁ ସଫଳତା ଦେବ । ଆଜି ଆପଣ ନିଜର ସନ୍ତାନଙ୍କ ଭବିଷ୍ୟତକୁ ନେଇ ଜରୁରୀ ବିଷୟା ଉପରେ ମାତା ପିତାଙ୍କ ସହ ଆଲୋଚନା କରିବେ । ଯେଉଁଥି ପାଇଁ ଆପଣଙ୍କୁ ଜୀବନ ସାଥିଙ୍କ ପରାମର୍ଶ ର ବି ଆବଶ୍ୟକତା ପଡିବ । ସନ୍ତୁଷ୍ଟି ପ୍ରାପ୍ତ କରିବା ପାଇଁ ଅଧିକ ଧନ ବ୍ୟୟ କରିବାର ବିକଳ୍ପ ଚୟନ କରନ୍ତୁ ନାହି । ଆପଣଙ୍କୁ କୌଣସି ବିଷୟ ବସ୍ତୁ ବୁଝିବାରେ ସମସ୍ୟା ଆସିପାରେ । ଶତ୍ରୁ ପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ ।
ବିଛା ରାଶି : ଆପଣଙ୍କର ପାରିବାରିକ ଓ ବୈବାହିକ ଜୀବନ ଭଲ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ । ଆପଣଙ୍କର ଅଧିକ ଖର୍ଚ୍ଚ ହେବ । ଆର୍ଥିକ ଆବଶ୍ୟକତା ଥିଲେ ତାହା ତୁରନ୍ତ ପୂରଣ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବା ସହ ଧନ ଲାଭର ନୂଆ ରାସ୍ତା ଦେଖାଯିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧ୍ୟ ମଧୁରତା ଦେଖିବାକୁ ମିଳିବ । ଅଫିସରେ ଆପଣ ସହକର୍ମୀ ମାନଙ୍କ ସହଯୋଗ ପାଇବେ । ଯାହା ଆପଣଙ୍କୁ ସଫଳତା ଆଡକୁ ଅଗ୍ରସର କରିବ ।
ଧନୁ ରାଶି : ଆପଣ ପ୍ରତେକ ଦିଗରୁ ସଫଳ ହେବେ । ବିଦେଶ ଯିବାର ଯୋଗ ଅଛି । ନିଜର ଗାଡି ଚଳାଇବା ସମୟରେ ସାବଧାନର ସହ ଚଲାନ୍ତୁ । ନିଜର ମିତ୍ର ମାନଙ୍କ ସହ ଆପଣ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ଭଲ ଦିଗରେ ନିଜର ଧନ ନିବେଶ କରିବେ ସେଥିରୁ ଉନ୍ନତି କରିବେ । ଯଦି ଚାକିରି କରିବାକୁ ଚାହୁଁ ଛନ୍ତି ତେବେ କିଛି ସମୟ ରହି ଯାଅନ୍ତୁ କିଛି ଦିନ ପରେ ଚେଷ୍ଟା କରିବେ। ଆତ୍ମବଳର ସହ ଆଗକୁ ଯାଅନ୍ତୁ ଆପଣ ସଫଳ ହେବେ।
ମକର ରାଶି : ଆପଣ କିଛି ଗଭୀର ଚିନ୍ତାରେ ରହି ପାରନ୍ତି । ନିସ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିସ୍ପତି ନେବେ । ଆପଣ ଯଦି ଚାକିରି କରିଛନ୍ତି ତ ସେଥିରେ ଶୁଭ ଫଳ ପାଇବେ । ଯଦି କିଛି ସରକାରୀ କାମ ଅଟକି ଥିବ ସମ୍ପୁର୍ଣ୍ଣ ହୋଇଯିବ । ଏହି ରାଶିର ଲୋକ ମାନଙ୍କୁ ନିଜର ପ୍ରତେକ କାମ କରିବା ସହଜ ହେବ । ନିଜର ଘର ଲୋକଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜର ଜମା ରାଶିକୁ ଦେଖିକି ନିବେଶ କରନ୍ତୁ । ଆପଣଙ୍କର ବିବାହର ଯୋଗ ମଧ୍ୟ ଅଛି ।
କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କୁ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଜୀବନରେ ସଫଳତା ହାସଲ କରିବେ । ଆଜିର ଦିନ ଟି ଆପଣଙ୍କ ପାଇଁ ଶୁଭ ଫଳ ଆଣିବ । ବେପାର ଓ ବାଣିଜ୍ୟ ରେ ଆପଣ ଅଧିକ ଲାଭବାନ ହେବେ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ନୂଆ ପଦ ପାଇବା ସହ ସଫଳତା ଅର୍ଜନ କରିବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ମୀନ ରାଶି : ଏହି ରାଶିର ଲୋକ ମାନେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ମିତ୍ର ମାନଙ୍କ ସହ ଆପଣ କୌଣସି ସ୍ଥାନ କୁ ଯାତ୍ରା କରି ପାରନ୍ତି । ଆପଣଙ୍କ ଯାତ୍ରା ସଫଳ ହେବେ । ଆପଣ କମ ପରିଶ୍ରମ କରି ଅଧିକ ଫଳ ପାଇବେ । କୌଣସି କ୍ଷେତ୍ର ରୁ ଧନ ଲାଭର ଆଶଙ୍କା ରହିଛି । କୌଣସି ମହାନ ବ୍ୟକ୍ତିଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।