2011 କ୍ରିକେଟ ବିଶ୍ଵକପର ହିରୋ ଯୁବରାଜ ସିଂ ଯେଉଁ ସଂଘର୍ଷ କରିଛନ୍ତି ତାହା କେବଳ ସାଥି ଖେଳାଳୀ ହିଁ ଜାଣିଛନ୍ତି । ଭାରତ ବିଶ୍ଵକପ ବିଜୟୀ ହେବାର 12 ବର୍ଷ ପରେ ଯୁବରାଜଙ୍କୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା କ୍ରିକେଟପ୍ରେମୀ ମାନଙ୍କୁ କନ୍ଦେଇଦେବ । ସେହି ସମୟରେ ଯୁବରାଜ ଜୀବନର କେଉଁ ମୋଡ ଦେଇ ଗତି କରୁଥିଲେ ତାହା ଲୋକଲୋଚନକୁ ଆଣିଛନ୍ତି ସାଥି ଖେଳାଳୀ ହରଭଜନ ସିଂ ।
ହରଭଜନ କହିଛନ୍ତି, ବିଶ୍ଵକପରେ ଯୁବରାଜ ଅନେକ ମ୍ଯାଚ ବିଜୟୀ ଇନିଂସ ଖେଳି ଦଳକୁ ଫାଇନାଲ ଆଡକୁ କଢାଇ ନେଇଥିଲେ । ହେଲେ ମ୍ଯାଚ ସମୟରେ ଯୁବରାଜଙ୍କୁ ବାରମ୍ବାର କାଶ ହେଉଥିଲା । ସେ ଅସୁସ୍ଥ ଥିବାରୁ ମ୍ଯାଚ ପୂର୍ବରୁ ଚିନ୍ତାରେ ରହୁଥିଲେ । ଖାସ କରି ବ୍ୟାଟିଂ କରୁଥିବା ବେଳେ ଯୁବରାଜଙ୍କୁ କାଶ ହେଉଥିଲା ଏବଂ ମ୍ଯାଚ ମଝିରେ ମଝିରେ ବାନ୍ତି ମଧ୍ୟ ହେଉଥିଲା । ହରଭଜନ କହିଛନ୍ତି ସେ, ଯୁବରାଜଙ୍କୁ ପଚାରିଥିଲେ ତୁମେ ଏତେ କଣ ପାଇଁ କାଶୁଛ । ତୁମ ବୟସକୁ ଦେଖ ତୁମେ କଣ କରୁଛ ।
ଏପରିକି ଯୁବରାଜ କାଶୁଥିବା ବେଳେ ସାଥି ଖେଳାଳୀମାନେ ହସରେ ଉଡାଇ ଦେଉଥିଲେ । ହେଲେ ଏସବୁ କ୍ୟାନସରର ଲକ୍ଷଣ ବୋଲି ସେମାନେ କେହି ଜାଣି ନଥିଲେ । ଏଭଳି ସ୍ଥିତିରେ ବି ଯୁବରାଜ ବିଶ୍ଵକପ ଖେଳିଥିଲେ ଓ ବେଶ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ଚାମ୍ପିୟାନ ଖେଳାଳୀଙ୍କୁ ସଲାମ କରିଛନ୍ତି ହରଭଜନ । ଥରେ ନୁହେଁ ବରଂ ଯୁବରାଜ ଭାରତକୁ ଦୁଇଥର ବିଶ୍ଵ ଚମ୍ପିୟାନ କରିଛନ୍ତି ବୋଲି ହରଭଜନ କହିଛନ୍ତି ।
2011 ରେ ଯଦି ଦଳରେ ଯୁବରାଜ ନଥାନ୍ତେ ତେବେ ଦଳ କଦାପି ବିଶ୍ଵକପ ଜିତି ପାରି ନଥାନ୍ତା । କାରଣ ଅନେକ ନିର୍ଣ୍ଣାୟକ ମ୍ଯାଚରେ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ଯୁବରାଜ । ଅଷ୍ଟ୍ରେଲିଆ ବିପକ୍ଷ କ୍ଵାର୍ଟର ଫାଇନାଲ ମୁକାବିଲାରେ ଯୁବରାଜଙ୍କ ମ୍ଯାଚ ବିଜୟୀ ଇନିଂସ କ୍ରିକେଟପ୍ରେମୀ ଏବେବି ମନେପକାନ୍ତି । ହରଭଜନ କହିଛନ୍ତି, ଯୁବରାଜଙ୍କ ଭଳି ଖେଳାଳୀ ପୂର୍ବରୁ ନଥିଲେ କି ଏବେବି ନାହାନ୍ତି । 2007 ଟି20 ବିଶ୍ଵକପରେ ମଧ୍ୟ ଯୁବରାଜଙ୍କ ଜଲୱାରେ ଚମ୍ପିୟାନ ହୋଇ ପାରିଥିଲା ଭାରତ ।
ଏହି ଦୁଇଟି ବିଶ୍ଵକପରେ ଯୁବରାଜଙ୍କ ସାଥି ଖେଳାଳୀ ଭାବେ ହରଭଜନ ସିଂ ରହିଥିଲେ । ତେଣୁ ବିଶ୍ଵକପରେ ଯୁବରାଜଙ୍କ ସଂଘର୍ଷ ଓ ପରିଶ୍ରମ ସେ ଅତି ପାଖରୁ ଦେଖିଥିବା କହିଛନ୍ତି । 2011 ବିଶ୍ଵକପ ପରେ ଯୁବରାଜ କ୍ୟାନ୍ସରରେ ପୀଡିତ ଥିବା ଜଣା ପଡିଥିଲା । ହେଲେ ତାଙ୍କ ମନୋବଳ ଭାଙ୍ଗି ପାରି ନଥିଲା କ୍ୟାନ୍ସର । ବିଶ୍ଵକପରେ ପ୍ରତିଦ୍ଵନ୍ଦୀଙ୍କୁ ମାତ୍ ଦେବା ଭଳି କ୍ୟାନ୍ସରକୁ ମାତ୍ ଦେବାରେ ସଫଳ ହୋଇଥିଲେ ଯୁବରାଜ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।