Virat Kohli ଙ୍କ ଲାଇଫଷ୍ଟାଇଲ, ଗୋଟେ ଆଡ କରିବାକୁ ସେ କେତେ ଟଙ୍କା ନିଅନ୍ତି ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବିରାଟ କୋହଲି ଇଣ୍ଡିଆନ କ୍ରିକେଟ ଟିମର ପ୍ରଥମ ଶ୍ରେଣୀର ବ୍ୟାଟ୍ସମ୍ୟାନ ଓ କ୍ୟାପଟେନ ମଧ୍ୟ । ସେ କେବଳ ଭାରତରେ ନୁହଁନ୍ତି ପୁରା ବିଶ୍ୱରେ ମଧ୍ୟ ପରିଚିତ ଅଟନ୍ତି । ସେ ବହୁତ କମ ବୟସରେ ଅଧିକ ଟଙ୍କା ରୋଜଗାର କରୁଥିବା ଖେଳାଳି ଅଟନ୍ତି । ସେ ତାଙ୍କର ଏ ପର୍ଯ୍ୟନ୍ତ କ୍ୟାରିଅରରେ ରେକର୍ଡ ମଧ୍ୟ ହାସଲ କରିସାରିଛନ୍ତି । ତେବେ ଆସନ୍ତୁ ଆଜି ଆମେ ଜାଣିବା ବିରାଟ କୋହଲିଙ୍କ ସମ୍ପତି ବିଷୟରେ ଓ ତାଙ୍କର ଲାଇଫ ଷ୍ଟାଇଲ ବିଷୟରେ ।

ବିରାଟ କୋହଲିଙ୍କ ଡାକ ନାମ ଚିକୁ । ସେ ୨୦୧୩ ମସିହାଠାରୁ ଇଣ୍ଡିଆନ ଟିମର କ୍ୟାପଟେନ ଅଛନ୍ତି । ସେ ଦୀର୍ଘ ତିନି ବର୍ଷ ହେଲା ବିଶ୍ଵର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ଅଛନ୍ତି । ବିରାଟ କୋହଲି ଗୋଟିଏ ବର୍ଷରେ ପ୍ରାୟ ୧୧୦ କୋଟି ଟଙ୍କା ରୋଜଗାର କରିଥାନ୍ତି । ସେ ତାଙ୍କର ଅଧିକ ଟଙ୍କା ବ୍ରାଣ୍ଡ ଆମ୍ବାସଡର ଓ ଆଡ଼ଭୋଟାଇଜରୁ କମାଇ ଥାନ୍ତି ।

ବିରାଟ କୋହଲିଙ୍କୁ କୌଣସି ବ୍ରାଣ୍ଡ ପ୍ରମୋସନ କରିବାରେ ଆମ ଭାରତରେ ସବୁଠାରୁ ଅଧିକ ଟଙ୍କା ମିଳିଥାଏ । ସେ ବର୍ତ୍ତମାନ ପାଖାପାଖି ୨୦ ଟି ବ୍ରାଣ୍ଡର ଆମ୍ବାସାଡର ଅଛନ୍ତି । ସେ ଗୋଟିଏ ବ୍ରାଣ୍ଡର ପ୍ରମୋସନ ପାଇଁ ୧୦ କୋଟିରୁ ୧୦୦ କୋଟି ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ସେ ଏହି କିଛି ଦିନ ତଳେ ପୁମା ବ୍ରାଣ୍ଡର ପ୍ରମୋସନ ପାଇଁ ୧୧୦ କୋଟି ଟଙ୍କା ନେଇଥିଲେ । ସେ ଭାରତର ପ୍ରଥମ ଖେଳାଳି ଯିଏକି ପ୍ରମୋସନ ପାଇଁ ଏତେ ଟଙ୍କା ନେଇଛନ୍ତି ।

ବିରାଟ କୋହଲି କେବଳ ଗୋଟିଏ କମ୍ପାନୀର ପାଣି ପିଇ ଥାଆନ୍ତି, ଯାହାର ମୂଲ୍ୟ ଲିଟର ପିଛା ୬୦୦ ଟଙ୍କା ହୋଇଥାଏ । ସେ କେବଳ ଗୋଟିଏ ଘଡି ପିନ୍ଧନ୍ତି, ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥାଏ । ସେ ଏକ ବହୁତ ବଡ ବିଜିନେସ ମ୍ୟାନ ମଧ୍ୟ । ସେ ପ୍ରତି ବର୍ଷ ତାଙ୍କ ବିଜିନେସରେ ୭୦ ରୁ ୮୦ କୋଟି ଟଙ୍କା ଲାଗେଇଥାନ୍ତି । ସେ ହେଉଛନ୍ତି ବିସିସିଆଇ ର A+ ଖେଳାଳି ଅଟନ୍ତି । ତାଙ୍କୁ ଖେଳ ପାଇଁ ବିସିସିଆଇ ପ୍ରତିବର୍ଷ ତାଙ୍କୁ ୭ କୋଟି ଟଙ୍କା ଦେଇଥାଏ ।

ସେ ଗୋଟିଏ ଟେଷ୍ଟ ମ୍ୟାଚ ପାଇଁ ୬ ଲକ୍ଷ, ୱାଣ୍ଡେ ମ୍ୟାଚ ପାଇଁ ୫ ଲକ୍ଷ ଓ ଗୋଟିଏ ଟି–୨୦ ପାଇଁ ଅଢେଇ ଲକ୍ଷ ଟଙ୍କା ନେଇଥାନ୍ତି । ସେ ଆଇପିଏଲ ଗୋଟିଏ ସିଯିନ ଖେଳିବା ପାଇଁ ୧୭ ରୁ ୨୦ କୋଟି ଟଙ୍କା ନେଇଥାନ୍ତି । ବିରାଟଙ୍କ ପାଖରେ ବହୁତ ବଡ଼ ଲଗଜରି କାର ମାନ ରହିଛି, ଯାହାର ମୂଲ୍ୟ ୧୫ ରୁ ୨୦ କୋଟି ପର୍ଯ୍ୟନ୍ତ ହୋଇଥାଏ ।

ତାଙ୍କୁ ଭାରତର ଶ୍ରେଷ୍ଠ ଖେଳ ରତ୍ନ ” ରାଜୀବ ଗାନ୍ଧୀ ” ଆୱାଡ଼ ମଧ୍ୟ ମିଳିସାରିଛି । ତାଙ୍କର ପୁରା ସମ୍ପତିର ମୂଲ୍ୟ ୬୩୦ କୋଟି ଟଙ୍କା ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସମ୍ପତିର ମୂଲ୍ୟ ୨୨୦ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ଦିଲ୍ଲୀ ଓ ମୁମ୍ବାଇରେ ବହୁତ ବଡ଼ ଆଲିସାନ ବଙ୍ଗଳା ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।