ଆପଣମାନେ ପ୍ରାୟତଃ ଶୁଣିଥିବେ କି ଉଡାଜାହାଜ କିମ୍ବା ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି କାରଣରୁ ବେଳେ ବେଳେ ତଳେ ଖସି ପଡନ୍ତି । ଏହି କାରଣରୁ ବହୁତ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ । କେତେକ ଲୋକମାନେ ଏହିଭଳି ଦୁର୍ଘଟଣାରୁ ବଞ୍ଚି ବି ଯାଆନ୍ତି । ପ୍ଳେନ ଗୁଡିକ ଅତ୍ୟଧିକ ପୁରୁଣା ହୋଇଗଲେ ଏହିଭଳି ଦୁର୍ଘଟଣାର ଶିକାର ହୋଇଥାନ୍ତି । ଭାରତରେ ବି ଏହିଭଳି ଦୁର୍ଘଟଣା ହୋଇସାରିଛି । ବର୍ତ୍ତମାନ ବିମାନ ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସୁଛି ।
ଯେଉଁଥିରେ କିଛି ଲୋକମାନେ ଯାନ୍ତ୍ରିକ ତ୍ରୁଟି କାରଣରୁ ତଳେ ଖସି ପଡିଥିବା ବିମାନକୁ ନେଇ ଚାଲି ଯାଉଛନ୍ତି । ଏମିତିରେ ଯେଉଁମାନେ ବି ଏହି ଭିଡିଓକୁ ଦେଖୁଛନ୍ତି ତାଙ୍କ ମନରେ ଏକ ଭୁଲ ଧାରଣା ଆସୁଛି । ଅନ୍ୟ ପଟେ କିଛି ଲୋକମାନେ ଏହାର ପ୍ରଶଂସା ବି କରୁଛନ୍ତି ।
ଏହା ପଛର ଅସଲ କଥା କିଛି ଅଲଗା ହିଁ ଅଟେ । ଅସଲ କଥା ହେଉଛି ଗ୍ରାମବାସୀମାନେ ଏହି ବିମାନକୁ ଉଦ୍ଧାର କରୁଛନ୍ତି । ଚାଷ ଜମି ମଝିରେ ଯେତେବେଳେ ବିମାନଟି ପଡିଗଲା ତେବେ ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ସେମାନେ କାହାକୁ ଅପେକ୍ଷା ନ କରି ନିଜେ ହିଁ ସେହି ବିମାନକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେଇ ଯାଉଛନ୍ତି ।
ଏହି ଗ୍ରାମର ଲୋକମାନେ ବହୁତ ସରଲ ଅଟନ୍ତି । ଏମାନେ କାହାର ବି ଦୁଃଖ ଦେଖି ପାରନ୍ତି ନାହିଁ । ସମସ୍ତଙ୍କର ସାହାର୍ଯ୍ୟ ବି ଆଗକୁ ଚାଲି ଆସନ୍ତି । ଭାରତୀୟ ସେନାର ଏକ ହାଲୁକା ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇଗଲା । ବିମାନଟି ନିୟନ୍ତ୍ରଣ ହରାଇ ଚାଷ ଜମିରେ ପଡିଗଲା ।
ଶୁକ୍ରବାର ଦିନ ବିହାରର ବୋଦ୍ଧଗୟାରେ ଏହି ଘଟଣା ଘଟିଛି । ଲାଇଟ ଏୟାରକ୍ରାଫ୍ଟ AAW ୧୦୨ରେ ଦୁଇ ଜଣ ପାଇଲଟ ପ୍ରଶିକ୍ଷଣ ପାଇଁ ଯାଉ ଥିଲେ । କିନ୍ତୁ ଅଚାନକ ସେମାନଙ୍କର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଅଚାନକ ବିମାନ ଟି ଚାଷ ଜମି ମଝିରେ ଖସି ପଡିଲା ।
ପାଇଲଟ ଦୁଇ ଜଣ ବଞ୍ଚି ଗଲେ କିନ୍ତୁ ଚାଷ ଜମି ମଝିରେ ବିମାନ ଟି ଫସି ଯାଇ ଥିଲା । କେମିତି ଏହାକୁ ଉଦ୍ଧାର କରିବେ ଏହାକୁ ନେଇ ଦୁଇ ଜଣ ପାଇଲଟ ଚିନ୍ତାରେ ଥିଲେ । ଗ୍ରାମବାସୀମାନେ ଏହାକୁ ଦେଖି ଏକଜୁଟ ହୋଇ ସାହାସ ଦେଖାଇ ବିମାନର ଉଦ୍ଧାର କାର୍ଯ୍ୟରେ ଲାଗିଗଲେ । ସମସ୍ତେ ଏକାଠି ହୋଇ କାନ୍ଧରେ ବିମାନକୁ ଟେକି ଟେକି ରାସ୍ତାରେ ରଖି ଦେଲେ । ଗ୍ରାମବାସୀମାନଙ୍କ ଏହିଭଳି ସାହାର୍ଯ୍ୟ ମନୋବୃତି ଦେଖି ସମସ୍ତେ ସେମାନଙ୍କର ପ୍ରଶଂସା କରୁଛନ୍ତି ।