ତୁଟିଗଲା କି ସବୁ ବିବାଦ ! ଗୋଟିଏ ଫିଲ୍ମରେ ଦେଖା ଦେବେ ଅନୁଭବ ,ଅରିନ୍ଦମ ଓ ମନୋଜ ମିଶ୍ର !

ନମସ୍କାର ବନ୍ଧୁଗଣ । ନୂଆବର୍ଷ 2024 ରେ ରିଲିଜ ହେବାକୁ ଯାଉଛି ଓଡିଆ ସିନେମା “ରାଧେ ରାଧେ” । ଆଉ ଯେଉଁଥିରେ ଅଭିନୟ କରିବେ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ । ଆଉ ତାଙ୍କ ବିପକ୍ଷରେ ଏହି ଫିଲ୍ମ ରେ ଖଳନାୟକ ଭୂମିକା ରେ ଅଭିନୟ କରିବେ ମନୋଜ ମିଶ୍ର । ଆଉ ଏହି ଫିଲ୍ମ ଏକ ବଡ ଧରଣର ହେବାକୁ ଯାଉଛି । ଏହି ଫିଲ୍ମ କୁ ନେଇ ଅନ୍ତର୍ଜାତୀୟ ସ୍ତର ରେ ଚର୍ଚ୍ଚା ମଧ୍ୟ ହେବ ।

ସିନେମାର ନାଁ ହେଉଛି “ରାଧେ ରାଧେ” । ଏହି ଫିଲ୍ମ ର ନାଁ କୁ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଛି । ଏଠାରେ କହି ରଖୁଚୁ ଏମିତି ଏକ ବଡ ଘୋଷଣା ଅନୁଭବ ଓ ଅରିନ୍ଦମ ମିଶି କରିଛନ୍ତି । ଆଉ ତାଙ୍କର ଏହି ପୋଷ୍ଟରେ ମନୋଜଙ୍କ ର ଏକ ବାଇଟ କୁ ସେୟାର କରି ଏମିତି କିଛି ଲେଖା ଯାଇଛି । ଏହି ପୋଷ୍ଟ ରେ ଲେଖା ଯାଇଛି “ରାଧେ ରାଧେ ଆଉ ଯାହାର ଅର୍ଥ ଆଗାମୀ ଦିନରେ “ରାଧେ ରାଧେ” ନାଁ ରେ ଏକ ସିନେମା ରିଲିଜ ହେବାକୁ ଯାଉଛି” ।

ଏହି ପୋଷ୍ଟ ଯେହେତୁ ଅନୁଭବ ଓ ଅରିନ୍ଦମ ମିଶି ପୋଷ୍ଟ କରିଛନ୍ତି । ମନେ ହେଉଛି ଏହି ସିନେମାରେ ସତେ ଯେମିତି ମନୋଜ ମିଶ୍ର ଖଳନାୟକ ଭୂମିକାରେ ଅଭିନୟ କଇବେ । କହି ରଖୁଚୁ ଏହି ପ୍ରତିକ୍ରିୟା ଟି ଯେଉଁ ସେୟାର କରା ଯାଇଛି ଏ ହେଉଛି ସେତେବ ବେଳର ଯେବେ ଅରିନ୍ଦମ ଙ୍କ ସିନେମା ରିଲିଜ ହୋଇଥିଲା ଅଶୋକ ସମ୍ରାଟ । ଆଉ ଏହି ସିନେମାରେ ଖଳନାୟକ ଚରିତ୍ରରେ ନଜର ଆସିଥିଲେ ମନୋଜ ମିଶ୍ର ।

ଆଉ ମନୋଜ ମିଶ୍ରଙ୍କର ସେହି ସମୟର ଏକ ପ୍ରତିକ୍ରିୟା ଦେଇଥିବା ବାଇଟ ଏହି ପୋଷ୍ଟ ରେ ଲେଖା ଯାଇଛି । ଏହି ପୋଷ୍ଟ ରେ ଲେଖା ଯାଇଛି କି “ଭାଇ ଚାଲ ଆମେ ଏମିତି ଏକ ମର୍ଡନ ସିନେମା କରିବା । ଆଉ ଯାହା ସବୁଠୁ ବଡ ସିନେମା ହେବ । ଯେଉଁଥିରେ ପ୍ରଡକସନ ର ଭ୍ୟାଲୁ ଥିବ । ଆଉ ଗୋଟେ ବଡ ଟିମ ହେବ । ଆଉ ଯାହାକୁ ଆମେ ସବୁ ମିଶି କରିବା ।

ଯାହାକୁ ଜାତୀୟ ସ୍ତରରେ ଲୋକେ ଦେଖିବେ” । ଆଉ ଇଂଷ୍ଟାରେ ପୋଷ୍ଟ କୁ ଦେଖିବା ପରେ ଏବେ ୟୁଜର୍ସ କହିଲେଣି ଆଗକୁ ରାବଣ ଓ ଚାରି ଧାମ ଅନୁଭବ ଙ୍କ ସିନେମା ଆସିବା ପୂର୍ବରୁ ନୁଆବର୍ଷ ରେ ଏକ ବଡ ସିନେମା ସାମ୍ନା କୁ ଆସିବ । ଆଉ ଯାହାର ନାଁ ରହିବ “ରାଧେ ରାଧେ” ।