ସାରା ଜୀବନ ସାଙ୍ଗ ହୋଇ ରହିବାକୁ କଥା ଦିଆନିଆ ହୋଇଥିଲେ । କିନ୍ତୁ କଥା ନରଖି ଅଧାବାଟରେ ହାତ ଛାଡି ଚାଲିଗଲେ । ତେଣୁ ଏ ଦୁନିଆରେ ଏକା ରହିବାରେ କଣ ଲାଭ । ଯେଉଁ ପ୍ରେମର ଆକାଶରେ ଦୁହେଁ ଏକାଠି ଉଡି ବୁଲିଥାନ୍ତେ ଏବେ ସେହି ଆକାଶରେ ସେ ଏକା କେମିତି ବା ଉଡିଥାନ୍ତେ । ତାଙ୍କ ସାଥି ତାଙ୍କୁ ଯେଉଁଠି ଅପେକ୍ଷା କରିଛନ୍ତି ସେଇଠିକୁ ସେ ବି ଚାଲି ଯାଇଛନ୍ତି । ଯେଉଁଠି ଆମକୁ କେହି ବି ଅଲଗା କରି ପାରିବେନି ଆମେ ଦୁହେଁ ସେଇ ଖୋଲା ଆକାଶରେ ଏକାଠି ଉଡି ବୁଲିବା ।

ଆମେ ଆପଣଙ୍କୁ କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର କାହାଣୀ କହୁନାହୁଁ ବରଂ ଏମିତି ବାସ୍ତବରେ ଘଟିଛି କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ କଖଡି ଗାଁରେ । ଗତ ଦୁଇ ଦିନ ତଳେ ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଜଣେ ଯୁବକ ଆରପାରିକୁ ଚାଲି ଯାଇଥିଲେ । ଆଉ ଆଜି ତାଙ୍କ ପ୍ରେମିକା ମଧ୍ୟ ତାଙ୍କ ପାଖକୁ ଚାଲି ଯାଇଛନ୍ତି । ପ୍ରେମିକଙ୍କ ମୃତ୍ୟୁକୁ ଦୁଇ ଦିନ ନ ପୁରୁଣୁ ପ୍ରେମିକାଙ୍କର ବି ଜୀବନ ଚାଲିଯାଇଛି ।
ଖବର ମୁତାବକ ଦୁହେଁ ପୂର୍ବରୁ ବିବାହ କରିଥିଲେ ଓ ଉଭୟଙ୍କ ସଂସାର ମଧ୍ୟ ରହିଛି । କିନ୍ତୁ କେଉଁ ଏକ ଦୁର୍ବଳ ମୂହୁର୍ତ୍ତରେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇ ପ୍ରେମରେ ପଡି ଯାଇଥିଲେ । କିନ୍ତୁ ଯେତେବେଳେ ହୋସ୍ ଫେରିଥିଲା ଦୁହେଁ ବୁଝି ପାରିଥିଲେ ଯେ ସେମାନଙ୍କ ପ୍ରେମ କାହାଣୀ ସଫଳ ହୋଇପାରିବ ନାହିଁ ।

ଏହାପରେ ଦୁହେଁ ବାଧ୍ୟ ହୋଇ ଏଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏମିତି ପ୍ରେମ କାହାଣୀର ଯେ ଏମିତି ଅନ୍ତ ହେବ ଏହା ସେମାନେ କେବେ କଳ୍ପନା ସୁଦ୍ଧା କରି ନଥିବେ । ଉଭୟଙ୍କ ମୃତ୍ୟୁରେ ଲୋକ ଯେତିକି ଶୋକ ପ୍ରକାଶ କରୁଛନ୍ତି ସେମାନଙ୍କ ଏଭଳି ପ୍ରେମ ସମ୍ପର୍କକୁ ନେଇ ସେତିକି ସମାଲୋଚନା ମଧ୍ୟ କରୁଛନ୍ତି ।
ସେମାନେ କିନ୍ତୁ ଜଣଙ୍କ ପରେ ଆଉ ଜଣେ ଡକାଡକି ହୋଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ମର୍ତ୍ତ୍ୟରେ ସିନା ମିଳନ ସମ୍ଭବ ହୋଇପାରିଲା ନାହିଁ ହୁଏତ ଉପରେ କେଉଁଠି ଦୁହେଁ ଏକାଠି ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।