ଆରମ୍ଭରୁ ନିଜ ବୋହୂ ସହିତ ଠିଆ ହୋଇଥିଲେ, ଆଉ ଏବେବି ନିଜ ବୋହୂ ସହିତ ହିଁ ଠିଆ ହେବେ । ଅପରାଜିତା ମହାନ୍ତି ନିଜ କର୍ତ୍ତବ୍ୟକୁ ସବୁବେଳେ ଆଗରେ ରଖିବେ । ପୁଅ ଭଳି ବୋହୂକୁ ମଧ୍ୟ ଯେଉଁ ସମାନ ଅଧିକାର ଓ ପ୍ରେମ ଦେଖାଇଥିଲେ ତାହା ଏବେବି ଅଛି । ନିଜ ପୁଅକୁ କିପରି ପ୍ରକୃତି ମିଶ୍ରଙ୍କ ଠାରୁ ଦୂରେଇ ରଖିବେ ଓ ତାଙ୍କ ହକ୍ ପାଇଁ ଲଢିବେ ଏହା ଭଲଭାବେ ଜାଣିଛନ୍ତି ଅପରାଜିତା । ପ୍ରକୃତି ୫କୋଟି ଟଙ୍କାର ଯେଉଁ ମାନହାନି ମକଦ୍ଦମା କରିଛନ୍ତି ସେଥିରୁ ଜଣାପଡୁଛି କି, ସେ ନିଜ ଭୁଲ ପାଇଁ କେତେ ଅନୁତପ୍ତ ଅଛନ୍ତି ।
ନିଜ ବନ୍ଧୁ ବାବୁଶାନଙ୍କୁ କେତେ ଭଲ ପାଆନ୍ତି ତାହା ମଧ୍ୟ ଜଣାପଡୁଛି । ପ୍ରକୃତି ଯେଉଁ ଯୁଦ୍ଧର ଲଲକାର ଦେଇଛନ୍ତି ତାକୁ ହସି ହସି ସ୍ଵୀକାର କରିବେ ତୃପ୍ତି ଓ ତାଙ୍କର ସାରଥି ହୋଇ ତାଙ୍କ ସହ ଠିଆ ହେବେ ଶାଶୁ ଅପରାଜିତା । ଯେତେବେଳେ ଏହି ଝଡ ସୃଷ୍ଟି ହୋଇଥିଲା ସେତେବେଳେ ବୋହୂ ସହ ଠିଆ ହୋଇଥିଲେ ଅପରାଜିତା ଓ ଆଜି ମଧ୍ୟ ଠିକ ସେମିତି ତାଙ୍କ ସହ ଠିଆ ହେବେ ।
ପ୍ରକୃତିଙ୍କୁ ଭୁଲ ମାଗିବାର ପ୍ରଶ୍ନ ଉଠୁନି ଏବଂ ଏହାସହ ସେ ୫କୋଟି ଟଙ୍କାର ଯେଉଁ ମକଦ୍ଦମା କରିଛନ୍ତି ତା’ର ଜବାବ ମଧ୍ୟ ଦେବେ ତୃପ୍ତି । ନିଜ ଅଧିକାର ପାଇଁ ତୃପ୍ତି ମଧ୍ୟ ଲଢି ଚାଲିଛନ୍ତି । ତୃପ୍ତିଙ୍କ ପାଖରେ ସବୁ ପ୍ରମାଣ ରହିଛି ଓ ଠିକ ସମୟରେ ସେ ସବୁ ପ୍ରମାଣ ଦେଖାଇବେ ବୋଲି ଆଗରୁ ମଧ୍ୟ କହି ସାରିଛନ୍ତି ।
ଆଗକୁ କିଭଳି ଏସବୁ ପରିସ୍ଥିତିର ମୁକାବିଲା କରିବେ ସେଥିପାଇଁ ନିଜ ଶାଶୁଙ୍କ ମନ୍ତ୍ରଣା ନେବେ ତୃପ୍ତି । ଶାଶୁ ଯାହା କହିବେ ଠିକ ସେହିଭଳି ଭାବେ ଉଭୟ ମିଶି ପ୍ରକୃତିଙ୍କ ବିରୋଧରେ ଲଢିବେ ବୋଲି ଏଥିରେ କୌଣସି ସନ୍ଦେହ ନାହିଁ । କେବଳ ଦେଖିବାକୁ ବାକି ରହିଲା କଣ ଉତ୍ତର ରଖୁଛନ୍ତି ତୃପ୍ତି ଓ ଏନେଇ ଅପରାଜିତା କଣ ଜବାବ ଦେଉଛନ୍ତି ।
ଏହା କେବଳ ତୃପ୍ତିଙ୍କ ଲଢେଇ ନୁହେଁ ବରଂ ସେ ସମସ୍ତ ଝିଅଙ୍କ ଲଢେଇ ଯେଉଁମାନେ ନିଜ ସ୍ଵାମୀଙ୍କୁ ସବୁପ୍ରକାର କୁଦୃଷ୍ଟିରୁ ବଞ୍ଚେଇ ରଖିବାକୁ ଚାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।