Truecaller ଆପ୍ ର ଟ୍ରୁ ଷ୍ଟୋରି ନିହାତି ଜାଣିବା ଦରକାର, ମାତ୍ର ତିନି ବର୍ଷରେ ସାରା ବିଶ୍ବରେ ଏମିତି ନାଁ କଲା ଏହି କମ୍ପାନୀ (Truecaller App Story)

ଟ୍ରୁ-କଲର୍ ଆପ୍ ନିଶ୍ଚୟ ବ୍ୟବହାର କରିଥିବେ । ମୋବାଇଲରେ ନମ୍ବର ସେଭ୍ ନଥିଲେ ବି କେହି କଲ୍ କରିବା ମାତ୍ରେ ତାଙ୍କ ନାଁ ଏହି ଆପ୍ ଦ୍ଵାରା ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଟ୍ରୁ-କଲର୍ ର ଟ୍ରୁ ଷ୍ଟୋରି ବିଷୟରେ କହିବୁ ଏହି କମ୍ପାନୀ 2009 ରେ ସ୍ଵିଡେନରେ ଆଲନ ମାମେଡି ଓ ନାମି ଜାରିଙ୍ଘଲମଙ୍କ ଦ୍ଵାରା ଏହି ଆପ୍ ଆରମ୍ଭ ହୋଇଥିଲା ଓ ସେତେବେଳେ ଏହା କେବଳ ବ୍ଲାକବେରୀ ମୋବାଇଲ ପାଇଁ ଥିଲା । ଆଲନ ଓ ନାମି ଇଂଜିନିୟରିଂ କରୁଥିବା ବେଳେ ଦୁଇ ଦୁଇଟି ଷ୍ଟାର୍ଟଅଫ୍ ରେ ବିଫଳ ହୋଇଥିଲେ ।

ଏକ ତୃତୀୟ ଷ୍ଟାର୍ଟଅଫ ଭାବେ ସେମାନେ ଏକ କର୍ମଚାରୀ ସମୀକ୍ଷା ୱେବସାଇଟ ତିଆରି କରିଥିଲେ । ହେଲେ ଅନେକ ଅଜଣା ନମ୍ବରରୁ ସେମାନଙ୍କୁ କଲ୍ ସବୁ ଆସୁଥିଲା । ଏହାପରେ ସେମାନଙ୍କ ମନରେ ଏକ କଲର୍ ଆଇଡି ଆପ୍ ତିଆରି କରିବାର ଚିନ୍ତା ଆସିଥିଲା । ଆଉ ସେବେ ଠାରୁ ଟ୍ରୁ-କଲର୍ ର କାହାଣୀ ଆରମ୍ଭ ହୋଇଥିଲା । 2009 ରେ ଆରମ୍ଭ ହୋଇଥିବା ଏହି କମ୍ପାନୀକୁ ତିନି ବର୍ଷ ମଧ୍ୟରେ ପ୍ରାୟ 10 ଲକ୍ଷ ଲୋକ ଡାଉନଲୋଡ କରି ସାରିଥିଲେ ।

ସେହି ସମୟରେ କମ୍ପାନୀରେ କେବଳ 15 ଜଣ କର୍ମଚାରୀ ନିୟୋଜିତ ଥିଲେ । ତେବେ ଭାରତ ଓ ମଧ୍ୟ-ପୂର୍ବ ଦେଶ ମାନଙ୍କରେ ଟ୍ରୁ-କଲର୍ ଆପ୍ ର ବ୍ୟବହାରକାରୀ ବେଶ ବୃଦ୍ଧି ପାଉଥିଲେ । ଏହି ସମୟରେ ଆଲନ ଓ ନାମି ଏକ ନୂଆ ସଫ୍ଟୱେୟାର କମ୍ପାନୀ ଗଠନ କରି ମାର୍କେଟିଂ ଆରମ୍ଭ କରିଥିଲେ ।

2021 ଅକ୍ଟୋବରରେ ନାସଟାକ ଷ୍ଟକହୋମରେ ଆଇପିଓ ଆଣିଥିଲେ । ଏଭଳି ଭାବେ ଆଗକୁ ବଢି ଚାଲିଥିଲା କମ୍ପାନୀ । ଆଉ ଆଜି ସାରା ବିଶ୍ବରେ ପ୍ରାୟ ତିନିଶହ ନିୟୁତ ଲୋକ ଟ୍ରୁ-କଲର୍ ବ୍ୟବହାର କରୁଛନ୍ତି । ଟ୍ରୁ-କଲର୍ ଆପ୍ ମାଧ୍ୟମରେ ନୂଆ ବା ଅଜଣା ନମ୍ବରରୁ କଲ୍ କରିଥିବା ବ୍ୟକ୍ତିଙ୍କ ନାମ ଜଣା ପଡିଥାଏ । ତେବେ ଏହା କିପରି ସମ୍ଭବ ହେଉଛି ବୋଲି ଅନେକ ଲୋକ ଭାବିଥାନ୍ତି । ତେବେ ଆପ୍ ଟି ଚାରୋଟି ଉତ୍ସ ମାଧ୍ୟମରେ ବ୍ୟକ୍ତିଙ୍କ ଡାଟା ସଂଗ୍ରହ କରିଥାଏ ।

ପ୍ରଥମ ଉତ୍ସ ହେଉଛି ଆପ୍ଲିକେସନ ଡାଉନଲୋଡ । ଆପ୍ ଡାଉନଲୋଡ କରୁଥିବା ବ୍ୟକ୍ତି ନିଜ ବିବରଣୀ ପୂରଣ କରନ୍ତି ଓ ସେହି ତଥ୍ୟ ସେଭ୍ ହୋଇ ରୁହେ । ସେହିପରି ଅନ୍ୟ ଏକ ଉତ୍ସ ହେଉଛି ଫୋନ ନାରେଟୋରୀ, ଏହି ସିଷ୍ଟମ ଅନେକ ଦେଶରେ ରହିଛି ।

ତୃତୀୟ ଉତ୍ସ ହେଉଛି ସୋସିଆଲ ମିଡିଆ ଏବଂ ଚତୁର୍ଥ ଉତ୍ସ ହେଉଛି ଏପିଆଇ ଓ ଏସଡ଼ିକେ, ଯାହା ବିଭିନ୍ନ କମ୍ପ୍ୟୁଟର ପ୍ରୋଗ୍ରାମ ସହ କଥା ହେବାର ମାଧ୍ୟମ ଅଟେ । ଟ୍ରୁ-କଲର୍ ଆପ୍ପ ସର୍ବାଧିକ 70% ଆୟ ବିଜ୍ଞାପନରୁ କରିଥାଏ । ସେହିପରି ସବସ୍କ୍ରିପ୍ସନରୁ ଆୟର 16% ଆସୁଥିବା ବେଳେ ବାକି 14% ଅନ୍ୟ ଉପାୟରୁ ଆସିଥାଏ । ଏହି ଆପ୍ 2012 ରେ ଭାରତ ଆସିଥିଲେ ହେଁ ଲୋକମାନେ ଏହାକୁ ପୂର୍ବରୁ ଡାଉନଲୋଡ କରିବା ଆରମ୍ଭ କରି ଦେଇଥିଲେ ।

ବର୍ତ୍ତମାନ ଭାରତରେ ଏହାର 22 କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ତଥା ଭାରତରୁ ହିଁ ଏହି କମ୍ପାନୀ ସବୁଠୁ ଅଧିକ ରୋଜଗାର କରେ । ଗତ ଆର୍ଥିକ ବର୍ଷରେ କମ୍ପାନୀ 830 କୋଟି ଟଙ୍କା ରୋଜଗାର କରିଛି, ସେଥିରୁ 578 କୋଟି ଟଙ୍କା କେବଳ ଭାରତରୁ ଆସିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।