ରିଙ୍ଗି ରିଙ୍ଗିଆ ତିନି ଶିଙ୍ଘିଆ ଚୋପା ବହଳ ମଞ୍ଜି କଅଁଳ, ଯେତେ ଖାଏ ସେତେ ହଜମ ଏହାର ମାନେ କଣ ? (Odia GK & Dhaga Dhamali)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ମୋ ନାଁ ବାବନା ଭୁତ । ମୁଁ ଖାଏ ଅଳତା ଭାତ ଆକାଶରେ ମୁଁ ମାଇଲି ଡିଆଁ, କେହି ନଜାଣେ ମୋର ନାଁ । ଏହାର ମାନେ କଣ ?

ଉ: ଖଣ୍ଡିଆ ଭୂତ ।

2- ଟେ ଟେଇଁଆ ବଣି । ହିଡ ମୁଣ୍ଡ ଗାଣ୍ଡୀ ଟେକି ଦେଇ ପିଇ ଯାଏ ପାଣି । ଏହାର ମାନେ କଣ ?

ଉ: ମୁଗୁରା ।

3- ସରଗରୁ ଆସିଲା ଟୋକା ଟିଏ, ତା’ ମୁଣ୍ଡରେ ଟୋପି ଟିଏ ?

ଉ: ତାଳ ।

4- ସରଗରୁ ଆସିଲେ ଭାଇ ଭଉଣୀ, ଚୋବାଇ ଗଲେ ବିରି ଗଉଣି । ଏହାର ମାନେ କଣ ?

ଉ: ଚକିଶୀଳ ।

5- ଆସିଲା ଆଉ ଜଣେ ବ୍ରାହ୍ମଣ, ତା’ ଦେହସାରା ଜାଦୁ ପଣ ପଣ । ଏହାର ଉତ୍ତର ?

ଉ: ପଣସ ।

6- ଯାଇଥିଲି ଉତ୍ତର, ଦେଖି ଆସିଲି ଫଳ ଉପରେ ପତର ?

ଉ: ସପୁରି ।

7- ତୁ ଥିବୁ ଡାଳେ ମୁଁ ଥିବି ଜଳେ । ଭେଟା ଭେଟି ହେବା ରୋଷେଇ ଶାଳେ । ଏହାର ମାନେ କଣ କଣ ?

ଉ: ମାଛ ଏବଂ ଆମ୍ବ ।

8- ନ ରୁ ଆରମ୍ଭ ନ ରେ ଶେଷ ଦେଖିଥାଏ ସାରା ଦୁନିଆ ଦୃଶ୍ୟ । ତା’ର ନାମଟି କଣ ?

ଉ: ନୟନ (ଆଖି) ।

9- ଗୋଟିଏ ରୁମାଲର ଚାରୋଟି କୋଣ । ଗୋଟିଏ କୋଣ କାଟିଲେ ଆଉ ରହିବ କେତେ କୋଣ ?

ଉ: 5 ଟି କୋଣ ।

10- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁରେ, ପାଚିଗଲେ ଡାକନ୍ତି ଆଉ ଗୋଟେ ନାଁ ?

ଉ: ନଡିଆ ଏବଂ ପଇଡ ।

11- କେଉଁ ଛୁରି ରେ କାଟି ହୁଏନି ?

ଉ: ବାଛୁରି ରେ କାଟି ହୁଏନି ।

12- ଏମିତି ଜାଗା ଅଛି ଅଛି ଯେଉଁଠିକି 100 ଲୋକ ଗଲେ 99 ଲୋକ ଫେରନ୍ତି ?

ଉ: ମଶାଣି ।

13- ଏମିତି ଜାଗା ଅଛି ଅଛି ଯେଉଁଠିକି 100 ଲୋକ ଯାଆନ୍ତି ହେଲେ 101 ଜଣ ଲୋକ ଫେରନ୍ତି ?

ଉ: ବାହାଘର ବରଯାତ୍ରୀ ।

14- ବାବାଜୀ ନୁହେଁ ତା ବଢିଛି ଦାଢି, ପାଦତଳ ଯାଏଁ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତାହାରି କୋଳି ?

ଉ: ବରଗଛ ।

15- ରିଙ୍ଗି ରିଙ୍ଗିଆ ତିନି ଶିଙ୍ଘିଆ ଚୋପା ବହଳ ମଞ୍ଜି କଅଁଳ, ଯେତେ ଖାଏ ସେତେ ହଜମ ଏହାର ମାନେ କଣ ?

ଉ: ଚୁଲି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।