ତ୍ରିରଙ୍ଗାରେ ହାତ ମାରିଲାନି ଋଷ, ହଟେଇଲା ସମସ୍ତ ଦେଶର ଜାତୀୟ ପତାକା ! ଦେଖନ୍ତୁ….

ଋଷିଆ ରକେଟରୁ ବାଦ୍ ପଡିଲା ବିଭିନ୍ନ ଦେଶର ପତାକା । ହେଲେ ତ୍ରିରଙ୍ଗାରେ ହାତ ମାରିଲାନି ଋଷ । ଭାରତର ଜାତୀୟ ପତାକାକୁ ସମ୍ମାନ ଦେଇ ଋଷ ରକେଟରେ ଶୋଭାପାଉଛି ତ୍ରିରଙ୍ଗା ପତାକା । ଭାରତୀୟ ଜାତୀୟ ପତାକାର ଦମ୍ କେତେ ତା’ର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି । ୟୁକ୍ରେନରେ ତ୍ରିରଙ୍ଗା ପତାକା ଦେଖାଇ ଭାରତୀୟ ଛାତ୍ରମାନେ ସୀମା ପାର ହେବା ଖବର ଆପଣ ଦେଖିଥିବେ । ଏମିତିକି ତ୍ରିରଙ୍ଗା ପତାକା ଦେଖାଇ ତୁର୍କୀ ଓ ପାକିସ୍ତାନ ଛାତ୍ର ମଧ୍ୟ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଠିକ ଏତିକି ବେଳେ ଋଷରୁ ଆସିଛି ତ୍ରିରଙ୍ଗା ସମ୍ମାନର ଆଉ ଏକ କାହାଣୀ । ବିଭିନ୍ନ ପାଶ୍ଚାତ୍ୟ ଓ ୟୁରୋପୀୟ ଦେଶରୁ କଟକଣାର ଶିକାର ହେବ ପରେ ଋଷ ଯେଉଁ ପଦକ୍ଷେପ ନେଇଛି ସେଥିରୁ ଭାରତକୁ ବାଦ୍ ଦିଆଯାଇଛି । ବାଇକୋନୁରରେ ଥିବା ସୋୟୁଜ ରକେଟରେ ପୂର୍ବରୁ ଲଗା ଯାଇଥିବା ବିଭିନ୍ନ ଦେଶର ଜାତୀୟ ପତାକାକୁ ଲୁଚାଇ ଦେଇଛି ରୁଷୀୟ ମହାକାଶ ଗବେଷଣା ସଂସ୍ଥା ରସ୍କସମସ୍  । ତେବେ ତ୍ରିରଙ୍ଗାରେ କିନ୍ତୁ ହାତ ମାରିନି ଋଷ ।

ସେଥିରେ କେବଳ ଭାରତର ଜାତୀୟ ପତାକା ଶୋଭାପାଉଛି । ରସ୍କସମସ୍ ର ମୁଖ୍ୟ ଦିମିତ୍ରି ରୋଗଜିନ ଟ୍ବିଟ କରି କହିଛନ୍ତି କିଛି ଦେଶର ପତାକାକୁ ବାଦ୍ ଦେଲେ ଏହି ରକେଟ ଅଧିକ ସୁନ୍ଦର ଦିଶିବ ବୋଲି ଲଞ୍ଚର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦେଶମାନେ କଟକଣା ଲଗାଇଥିଲେ ବି ଭାରତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଋଷ ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବ ସମର୍ଥନରେ ଭୋଟ ନଦେଇ ନିରପେକ୍ଷତା ଅବଲମ୍ବନ କରାଯାଇଛି ।

ସେଥିପାଇଁ ରୁଷୀୟ ରକେଟରୁ ତ୍ରିରଙ୍ଗାକୁ ଲୁଚା ଯାଇନାହିଁ ବୋଲି ଅନୁମାନ କରାଯାଇଛି । ଆସନ୍ତା୪ ତାରିଖରେ ସୋୟୁଜ ରକେଟରେ ୩୬ଟି ୱାନ ୱେଭ ସାଟେଲାଇଟ ମହାକାଶକୁ ଉତକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ଥିଲା । ଯାହା ବିଶ୍ୱବ୍ୟାପୀ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଣରେ ସହାୟକ ହୋଇଥାନ୍ତା । ତେବେ ୟୁକ୍ରେନ ସହ ଯୁଦ୍ଧକୁ ନଜରରେ ରଖି ଏହି ଉତକ୍ଷେପଣକୁ ବାତିଲ କରିଛି ଋଷିଆ । ଭାରତ ଓ ଋଷ ଦୁଇ ଦେଶ ମଧ୍ୟରେ ସର୍ବଦା ଭଲ ସମ୍ପର୍କ ରହିଆସିଛି ।

ଭାରତ ଦୁନିଆକୁ ସବୁବେଳେ ଶାନ୍ତିର ବାର୍ତ୍ତା ଦେଇଆସିଛି । ତେଣୁ ୟୁକ୍ରେନ ଓ ଋଷ ଯୁଦ୍ଧ ମାମଲାରେ ଭାରତ ନିରପେକ୍ଷ ରହିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ମଧ୍ୟ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା ମାଧ୍ୟମରେ ସମାଧାନ କାଢିବାକୁ ପରାମର୍ଶ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।