କରୋନା ନେଲା ତ୍ରିପଲ ମ୍ୟୁଟାନ୍ଟ ର ରୂପ, ଜାଣନ୍ତୁ ଏହା କଣ ଓ ୟାକୁ କାହିଁକି ଏତେ ଡର ?

କୋରୋଆ ଭୂତାଣୁ ଚୀନ ରୁ ଆସି  ନିଜର ପ୍ରଭାବ ଦେଖାଇ ସାରିଛି ସାରା ବିଶ୍ବରେ ତେବେ କଣ ଏହାକୁ ହରାଇ ହେବ ନାହିଁ । ଏଭଳି ଅନେକ ପ୍ରଶ୍ନ ଉଠୁଛି ଲୋକଙ୍କ ମନରେ । ପ୍ରତେକ ଦେଶ ନିଜର ଲୋକଙ୍କୁ ନେଇ ଚିନ୍ତାରେ ଥିବା ବେଳେ କେତେକ ଦେଶରେ ଏହା ପାଇଁ ଟୀକା ମଧ୍ୟ ଆସୀ ସାରିଲାଣି । ତେବେ ଏହି ଟୀକା ଆମ ଦେଶରେ ମଧ୍ୟ ବାହାରି ସାରିଛି । ଅନେକ ଜୀବନ ନେବା ପରେ ଅନେକ ଗବେଷଣା ପରେ ଟୀକା କରଣ କରା ଯାଉଛି । ତେବେ ଏହା କେବଳ ବୟସ୍କ ଲୋକ ମାନଙ୍କ ପାଇଁ ଆସିଛି ।

କୋରୋନା ର ବର୍ଷ ୨୦୨୦ ଜେଭଳି ମୃ-ତ୍ୟୁର ତାଣ୍ଡବ କଲା ତାହା ସାରା ବିଶ୍ଵକୁ ବ୍ୟତିବ୍ୟସ୍ତ କରି ଦେଇଛି । ଏବେ ଚାଲିଛି କୋରନାର ଦ୍ଵିତୀୟ ପର୍ଯ୍ୟାୟ ଯାହା ଆଉ କିଛି ଅଲଗା ପ୍ରକାର ଓ ନୂଆ ଭୟ ସହ ଆସିଛି । ଏବେ ଦେଶପାଇଁ ନୂଆ ଚିନ୍ତା କୋରନାର ଟ୍ରିପଲ ମ୍ୟୁଟ୍ରାଣ୍ଟ ଭାରିଆଣ୍ଟ ଗୁଣ ।

ଆଗରୁ ଥିବା କୋରନାର ଡବଲ ମ୍ୟୁଟ୍ରାଣ୍ଟ ଭାରିଆଣ୍ଟ ଗୁଣ ରେ ଏହି ରୋଗର ୨ଗୁଣ ପ୍ରକାସ ପାଇଥିବା ବେଳେ । ଏଥିରେ ଆଉ ଏକ ମ୍ଯୁଟେଶସନ ହୋଇ ତିନୋଟି ସ୍ଟ୍ରେନ ର ଗୁଣ ପ୍ରକାଶ ପାଉଛି । ଏହା ଟ୍ରିପଲ ମ୍ୟୁଟ୍ରାଣ୍ଟ ଭାରିଆଣ୍ଟ ରେ ଦେଖା ଯାଉଛି । ୪ ଟି ରାଜ୍ୟରେ ଏହା ଦେଖିବାକୁ ମିଳିଛି ସେଗୁଡିକ ହେଲେ।

ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ ରେ ଏହା ଦେଖା ଯାଉଛି ।ଏହା ଅଧିକ ବେଗରେ ବ୍ୟାପିବାକୁ ଲାଗିଛି । ଏହି ନୂଆ କୋରନା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମାଇ ବାରେ ଲାଗିଛି ।  ପଶ୍ଚିମ ବଙ୍ଗ କୁ ଏହାର ହଟ ସ୍ପଟ ବୋଲି କୁହା ଯାଉଛି । କୋରନା ର ଏହି  ତ୍ରିପଲ ମ୍ୟୁଟ୍ରାଣ୍ଟ ସ୍ଟ୍ରେନ କୁ ବେଙ୍ଗଲ ସ୍ଟ୍ରେନ ବୋଲି କହୁଛନ୍ତି କେତେକ ଗବେଷକ ।

ତେବେ ଚିନ୍ତା ର ବିଷୟ ହେଉଛି ଏହାର ତୀବ୍ର ଗତି ଏହା ଆଗରୁ କୋରନା ହୋଇଥିବା ବ୍ୟକ୍ତିଙ୍କୁ ହୋଇ ପାରେ ଓ ଭ୍ଯାକସିନ ନେଇ ସାରିଥିବା ଲୋକଙ୍କୁ ବି ହୋଇ ପାରେ ବୋଲି କହିଛନ୍ତି ବିଶେଷକ ମାନେ । ତେବେ ଏହା ଉପରେ ଗବେଷଣା ଚାଲିଛି । ଏଭଳି ପରିସ୍ଥିତିରେ ଆମେ ପୁରା ପୁରୀ ଭାବେ ଟୀକା କରଣ କାମ ନ ଦେବା ବୋଲି କହି ପାରିବା ନାହିଁ ।

ଏହା କିଛି ମାତ୍ରାରେ ଫଳପ୍ରଦ ହେବ ନିଶ୍ଚୟ । ତେବେ ଆସନ୍ତୁ ନିଜକୁ ନିଜେ ସଚେତନ ହେବା ଓ କୋରନାକୁ ହରେଇବା । ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଉପସ୍ଥାପନା ଭଲ ଲାଗେ ତେବେ ଲାଇକ କରନ୍ତୁ ।