ଦେଖନ୍ତୁ Video: ଗୀତ ମାଧ୍ୟମରେ ସଚେତନତା ର ବାର୍ତ୍ତା ଦେଲେ Viral ବୟ Trailokya Ray, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ହେଇଛି ଭାଇରାଲ

ନମସ୍କାର ବନ୍ଧୁଗଣ । ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା କୁନି ପୁଅ ସରକାରୀ ସ୍କୁଲରେ ଗୀତ ଗାଇବା ପରେ ତ୍ରୈଲୋକ୍ୟ ରାଏ ରାତାରାତି ଲୋକପ୍ରିୟ ହୋଇ ଯାଇଥିଲେ । ତାଙ୍କ ଘର ହେଉଛି ଖୋର୍ଦ୍ଧା ନିଆଳିରେ ।

ଖବର ଅନୁଯାୟୀ ସେ ପୁଣି ଥରେ କଟକରେ ଆଉ ଏକ ଗୀତର ରେକଡିଙ୍ଗ କରୁଛନ୍ତି । ସେ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସହ ମିଶି “କଣ ଶୁଣିଛି ଅମାନିଆ ହେଲେ କୋରୋନା ହେଉଛି” ଗୀତା ରେକଡିଙ୍ଗ କରା ଯାଇଛି । ଏହି ଗୀତ ମାଧ୍ୟମରେ ତ୍ରିଲୋକ୍ୟ କୋରୋନା ସଚେତନତା ପାଇଁ ବାର୍ତ୍ତା ଦେଉଛନ୍ତି । ନିଆଳିର ଏହି କୁନି ପୁଅ ତ୍ରୈଲୋକ୍ୟ ଅଭିଜିତ ମଜ୍ମୁଦାରଙ୍କ ସହ ମିଶି କୋରୋନା ବାବଦରେ ଏହି ଗୀତ ଗାଇ ବେଶ ଚର୍ଚ୍ଚାରେ ରହିଛନ୍ତି । ସାଇ କୃଷ୍ଣ ମ୍ୟୁଜିକ ପକ୍ଷରୁ ଏହି ଗୀତ ପ୍ରମୋଦ ପରିଡା ଲେଖିଛନ୍ତି ।

ଏହି ଗୀତରେ ନିର୍ଦେସନା ଦେଇଛନ୍ତି ଅଭିଜିତ ମଜୁମଦାର । ତ୍ରିଲୋକ୍ୟ ପ୍ରଥମ ଥର ଅଭିଜିତ ଙ୍କ ସହ ମିଶି “ମୁ ସ୍କୁଲରେ ପଢୁଛି ପ୍ରଥମ ଶ୍ରେଣୀରେ” ଗୀତ ଗାଇଥିଲେ ଯାହା ଫଳରେ ସେ ପୁରା ଓଡିଶାରେ ଲୋକପ୍ରିୟ ହୋଇଥିଲେ । ବର୍ତ୍ତମାନ ପୁଣି ଥରେ ଏହି ଦୁଇ ଜଣ ଭିନ୍ନ ସ୍ଵାଦରେ ଗୀତ ଗାଇବାର ନଜର ଆସିଛନ୍ତି । ଅଭିଜିତ ନିଜ ରାଏରେ କହିଛନ୍ତି ଯେ ଏହି ଗୀତଟି ଏକ ନିଆରା ଢଙ୍ଗରେ ପ୍ରଦର୍ଶନ କରା ଯାଇଛି । ଏହି ଗୀତକୁ ଗାଇ ସେ ନିଜକୁ ଧନ୍ଯ ମନେ କରୁଛନ୍ତି ।

ତ୍ରିଲୋକ୍ୟଙ୍କ ଠାରୁ ବହୁତ କିଛି ଶିଖିଛନ୍ତି ଓ ତାଙ୍କ ସହ ଗୀତ ଗାଇ ବହୁତ ଆନନ୍ଦ ଅନୁଭବ କରିଛନ୍ତି ବୋଲି ଅଭିଜିତ କହିଛନ୍ତି । ଏହା ସହ ଅଭିଜିତ ଦାଦାଙ୍କ ସହ ପୁଣି ଥରେ ଗୀତ ଗାଇ ନିଜକୁ ଆନନ୍ଦ ଅନୁଭବ କରିଛନ୍ତି ବୋଲି ତ୍ରୈଲୋକ୍ୟ ମଧ୍ୟ ନିଜ ମତାମତ ଦେଇଛନ୍ତି । ଏହା ଗୀତ ଦର୍ଶକ ମାନେ ଏହି ଗୀତାକୁ ଶୁଣିବା ପରେ କୋରୋନା ସହ ଜଡିତ ଏହି ସବୁ କଥାକୁ ପାଳନ କରିବେ ବୋଲି ଅଭିଜିତ କହିଛନ୍ତି ।

ଏଥିରୁ ସ୍ପଷ୍ଟ ହେଉଛି ଯେ ୫ ବର୍ଷ ର ଏହି କୁନି ପୁଅ ତ୍ରିଲୋକ୍ୟ ନିଜର ସୁମଧୁର କଣ୍ଠରେ କୋରୋନା ଠାରୁ କିପରି ସଚେତନତା ରହି ହେବ ସେହି ବାବଦରେ ଗାଇଥିବା ଗୀତ ଟି ବହୁତ ପ୍ରଶଂସନୀୟ ଅଟେ । ଏତେ କମ ବୟସରେ ଏହି କୁନି ପିଲା ଟି ଗିତ ଗାଇବା ଆମ ଓଡିଶା ପାଇଁ ବେଶ ଚର୍ଚ୍ଚାର ବିଷୟ ଅଟେ ଓ ବହୁତ ବଡ ଗର୍ବ ର କଥା ମଧ୍ୟ ଅଟେ ।

ବନ୍ଧୁଗଣ ତ୍ରୈଲୋକ୍ୟଙ୍କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।