କ୍ୟାବ ରେ ଛୋଟ ଝିଅଟି ପଚାରିଲା, ମୁସ୍ଲିମ ଟୋପି କାହିଁକି ପିନ୍ଧନ୍ତି ?? ମା ଯାହା ଉତ୍ତର ଦେଲେ ସମସ୍ତଙ୍କୁ ଜାଣିବା ଦରକାର

ଏହି କାହାଣୀ କିଛି ମାସ ପୂର୍ବର ଅଟେ । ମୁଁ ଦିଲ୍ଲୀ ରେ ଉବର ପୁଲ ବୁକୁ କରିଲି । ଉବର ରେ ମୁଁ ବସିଥିବା ବେଳେ ଜଣେ ମହିଳା ନିଜ ଝିଅ ସହିତ ଆସି କ୍ୟାବ ରେ ବସିଲେ । ପାଖାପାଖି ୧ କିଲୋମିଟର ଗଲାପରେ ଜଣେ ମୁସ୍ଲିମ ବ୍ୟକ୍ତି ଆମମାନଙ୍କ ସହ ଆସି ବସିଲେ। ଡ୍ରାଇଭର ଗୀତ ଲଗାଇ ଦେଲା । ସେହି ମୁସଲମାନ ବ୍ୟକ୍ତି ଜଣକ ଡ୍ରାଇଭର ସହ କଥା ହେଲା ଏବଂ ମୁଁ ବସି ମୋବାଇଲ ଦେଖିଲି । ମୁଁ ଦିଲ୍ଲୀ ର ମେଘନା ଅଥୱାନୀ ଏହି କାହାଣୀ ସୋସିୟାଲ ମିଡିୟାରେ ସେୟାର କରୁଛି । ମେଘନା କହିଲେ – ଯେମିତି ମୁସ୍ଲିମ ବ୍ୟକ୍ତି ଆମ କ୍ୟାବରେ ଆସି ବସିଲେ, ସେହି କ୍ୟାବ ରେ ବସିଥିବା ଛୋଟୋ ଝିଅ ପିଲାଟି ନିଜ ମାକୁ ପଚାରିଲା – ମା ମୁସଲମାନ ମାନେ କାହିଁକି ଟୋପି ପିନ୍ଧନ୍ତି ?

ଏହି ପ୍ରଶ୍ନ ଶୁଣିବା ପରେ ଡ୍ରାଇଭର ଗୀତକୁ ଧୀରେ କରିଦେଲେ । ଏହାପରେ ତାହାର ମା ସେହି ପ୍ରଶ୍ନ ର ଉତ୍ତର ଦେଲେ । ସେ କହିଲେ କି ଝିଅ ତୁ କେବେ ମୋତେ ମନ୍ଦିର ଯିବା ସମୟରେ ଓଢଣିକୁ ମୁଣ୍ଡ ରେ ଘୋଡେଇ ଥିବାର ଦେଖିଥିବୁ ? ଯେତେବେଳେ ଜଣେ ବଡ ଅଥିତି ଆମ ଘରକୁ ଆସନ୍ତି କିମ୍ବା ଯେତେବେଳେ ମୁଁ ବାପା ମା ଙ୍କ ଗୋଡ ଧରି ନମସ୍କାର କରେ, ସେତେବେଳେ ଏହାକୁ କରିବା ଦ୍ଵାରା ଏହା ଏକ ସମ୍ମାନ ର ପ୍ରତୀକ ଅଟେ । ଯେମିତି ଆମେ ସମ୍ମାନ ଦେବା ପାଇଁ ମୁଣ୍ଡରେ ଓଢଣି ଦେଉ, ସେମିତି ମୁସଲମାନ ମାନେ ନିଜ ମୁଣ୍ଡରେ ଟୋପି ପିନ୍ଧିଥାନ୍ତି ।

ପୁଣି ଥରେ ଝିଅଟି ପଚାରିଲା ଯେ, ଏଠାରେ ତ କୌଣସି ମନ୍ଦିର ନାହିଁ କିମ୍ବା କେହି ବଡ ଲୋକ ନାହାନ୍ତି, ତେବେ ସେହି ଭାଇ କାହିଁକି ଟୋପି ପିନ୍ଧିଛନ୍ତି । ତାଙ୍କ ମା ତାଙ୍କୁ ପ୍ରଶ୍ନ ର ଉତ୍ତରରେ କହିଲେ କି ତାଙ୍କ ପିତା – ମାତା ତାଙ୍କୁ ସମସ୍ତଙ୍କ ସମ୍ମାନ କରିବାକୁ କହିଛନ୍ତି ଯାହାକି ତାଙ୍କୁ ରାସ୍ତା ରେ କେହି ବି ମିଳଯାନ୍ତି ତ ତାଙ୍କୁ ବି ସମ୍ମାନ କରିବାକୁ ପଡେ । ଏଥିପାଇଁ ମୁଁ ତୁମକୁ ଅତିଥି ଙ୍କୁ ନମସ୍କାର କରିବାକୁ କହିଥାଏ । ମୁଁ ଏହି ପ୍ରଶ୍ନ ଏବଂ ଏହାର ଉତ୍ତର ଶୁଣି ବହୁତ ଖୁସି ହେଲି ।

ଏହାପରେ ମୁଁ ଭାବିଲି ଯେ ‘ମୋ ଭାରତ ମହାନ’ ।

ଜଣେ ଭାରତୀୟ ହିସାବରେ ଗର୍ବରେ ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ