ଟିମ ଇଣ୍ଡିଆ ର କିଙ୍ଗ କୋହଲି ବିରାଟ କୋହଲିଙ୍କର ଜନ୍ମଦିନରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା…

ନମସ୍କାର ବନ୍ଧୁଗଣ । ବିରାଟ କୋହଲିଙ୍କ ନାଁ କାଫି ।  ଯେବେ ସେ ବ୍ୟାଟ ଧରି ମଇଦାନ କୁ ଆସନ୍ତି ସେତେବେଳେ ତାଙ୍କ ନାଁ ର ନାରା ଖେଳିଯାଏ । ତାଙ୍କ ବ୍ୟାଟ ଆଗରେ କୌଣସି ଖେଳାଳୀ ତିଷ୍ଠି ପାରନ୍ତି ନାହିଁ । ବିରାଟଙ୍କ ବ୍ୟାଟିଙ୍ଗ ଆରମ୍ଭ ହେଲେ ବର୍ଷା ହୁଏ ଚଉକା ଛକା । ଆଉ ଛିଡା ହୁଏ ରନ ର ପାହାଡ । ବିଶ୍ଵ କ୍ରିକେଟରେ ତାଙ୍କର ସ୍ଥାନ ସବୁବେଳେ ସ୍ଵତନ୍ତ୍ର । ଆଜି ହେଉଛି ବିରାଟଙ୍କ ଜନ୍ମଦିନ ।

1988 ନଭେମ୍ବର 5 ରେ କିଙ୍ଗ କୋହଲି ଦିଲ୍ଲୀ ରେ ଜନ୍ମ ଲାଭ କରିଥିଲେ । ତାଙ୍କ ବାପାଙ୍କ ନାଁ ପ୍ରେମ କୋହଲି ଯିଏ କି ଜଣେ କ୍ରୀମିନାଲ ଲୟର ଥିଲେ । ଆଉ ମା ଙ୍କ ନାଁ ସରୋଜ କୋହଲି । ବିରାଟ ପିଲାଦିନୁ କ୍ରିକେଟ ବେଶ ଆଗ୍ରହୀ ଥିଲେ । 1998 ରେ ସ୍କୁଲରେ ପଢୁଥିବା ସମୟରେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମି ରେ ସେ ଯୋଗ ଦେଇଥିଲେ । 2002 ରେ 15 ବର୍ଷରେ କମ, 2006ରେ 19 ବର୍ଷରୁ କମ ଟିମ ଇଣ୍ଡିଆରେ ସାମିଲ ହୋଇଥିଲେ ।

2008ରେ 19 ବର୍ଷରୁ କମ ଭାରତୀୟ ଦଳ ବିଶ୍ଵ ବିଜେତା ହୋଇଥିଲା । ଆଉ ଏହି ଦଳର ଅଧିନାୟକ ଥିଲେ ବିରାଟ । ସେହିପରି ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଯୋଗ ଦେଇଥିଲେ । 2008 ରୁ ଆଜି ଯାଏଁ ବିରାଟ ବିଶ୍ଵ କ୍ରିକେଟରେ ବାଦଶା ହୋଇ ସାରିଛନ୍ତି । ତାଙ୍କ ନାଁ ରେ ବଡ ବଡ ରେକର୍ଡ ରହିଥିବା ବେଳେ ଅନେକ କିମ୍ବଦନ୍ତୀ କ୍ରିକେଟ କଲ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଚଳିତ ବର୍ଷ ମଧ୍ୟ ସେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଚଳିତ ବର୍ଷକୁ ମିଶାଇ ଗୋଟେ କ୍ଯାଲେଣ୍ଡର ବର୍ଷ ରେ 8 ଥର 1000 ରନ କରିଛନ୍ତି । ଏ ରେକର୍ଡ ରେ ସଚିନ ତେନ୍ଦୁଲକର ଙ୍କୁ ପଛରେ ପକାଇଛନ୍ତି । ସଚିନ ଗୋଟେ କ୍ଯାଲେଣ୍ଡର ବର୍ଷରେ 7 ଥର 1000 ରନ କରିଥିଲେ । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ ଚଳିତ ବର୍ଷ 26 ହଜାର ରନ ପୂରଣ କରିଛନ୍ତି ।

ଅନ୍ୟ ପରେ ସଚିନଙ୍କ ଆଉ ଏକ ରେକର୍ଡର ଅପେକ୍ଷାରେ କୋହଲି ଅଛନ୍ତି । ବର୍ତ୍ତମାନ ସେ ଦିନିକିଆରେ 48 ଶତକ ହାସଲ କରିଛନ୍ତି । ଆଉ ଗୋଟେ ଶତକ ହାସଲ କରିଲେ ସେ ସଚିନଙ୍କ ସମକକ୍ଷ ହୋଇଯିବେ । ଯାହାକୁ ଫ୍ୟାନ ମାନେ ଅପେକ୍ଷା କରି ରହିଛନ୍ତି । ଚଳିତ ବର୍ଷ ବିଶ୍ଵକପରେ ସେ ଦମଦାର ଫର୍ମ ରେ ରହିଛନ୍ତି । ଭାରତ ପାଇଁ ସର୍ବାଧିକ ରନ ହାସଲ କରି ବିଜୟୀ ମଧ୍ୟ କରାଇଛନ୍ତି ।

ଆଜି ଦକ୍ଷିଣ ଆଫ୍ରିକା ସହ ଭାରତ ମ୍ଯାଚ ଥିବାରୁ ଭାରତ ବିଜୟୀ ହୋଇ ବିରାଟକୁ ବଡ ଉପହାର ଦେଇପାରେ । ବିରାଟଙ୍କ ଶତକ ହାସଲ ନେଇ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି । ଆଜି ହିଡେନ ଗାର୍ଡେନରେ ଏକା ସହ 70 ହଜାର ବିରାଟଙ୍କୁ ଦେଖିବାକୁ ମିଳିବ କାରାଣ ଫ୍ରୀ ରେ ବିରାଟଙ୍କ ମାସ୍କ ବଣ୍ଟାଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।