ଟିମ ଇଣ୍ଡିଆ ର କ୍ଯାପଟେନ ରୋହିତ ଶର୍ମା ଦେଲେ ବଡ ବୟାନ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି…

ଏବେ ଜିତୁଛି ସବୁ ଠିକ ଚାଲିଛି । ଗୋଟେ ମ୍ଯାଚ ପାଇଁ ମୁଁ ହୋଇଯିବୀ ଖରାପ କ୍ୟାପଟେନ । ଦର୍ଶକ ବନ୍ଧୁ ବିଶ୍ଵକପ 2023 ରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି । ସବୁ ମ୍ଯାଚରେ ଜିତିବା ସହ ଭାରତ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି । ବୋଲିଙ୍ଗ, ବ୍ୟାଟିଙ୍ଗ ଓ ଫିଲଡିଙ୍ଗ ରେ ଦଳ ଦମଦାର ପ୍ରଦର୍ଶନ କରିବା ଯାହା ବିପକ୍ଷ ଦଳକୁ ନିଜର ପ୍ରଦର୍ଶନ ଦେଖାଇ ସାରିଛି ।

ଆଉ ଏହାରି ମଧ୍ୟରେ କ୍ଯାପଟେନ ରୋହିତ ଶର୍ମା ଦେଇଛନ୍ତି ବଡ ବୟାନ ଯାହାକୁ ନେଇ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରେସ କନଫିରେନ୍ସ କରି ନିଜର ଅଧିନାୟକ ଓ କ୍ରିକେଟ ଭାବନାକୁ ନେଇ ଏମିତି କିଛି ରୋହିତ କହିଛନ୍ତି ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ରୋହିତ ଶର୍ମା କହିଛନ୍ତି” ଏବେ ଆମେ ମ୍ଯାଚ ଜିତୁଛୁ ସବୁ ଠିକ ଠାକ ଚାଲିଛି ।

କିନ୍ତୁ ଗୋଟେ ଖରାପ ମ୍ଯାଚ ମୋତେ ଖରାପ କ୍ଯାପଟେନ କରିଦେବ । ଅଧିନାୟକ ହିସାବରେ ଏବେ ମୋତେ ମିଳୁଥିବା ପ୍ରଶଂସା କୁ ନେଇ ମୁଁ ଚିନ୍ତିତ ନୁହେଁ । ଅନେକ ସମୟରେ ମ୍ଯାଚ ସ୍ଥିତି ବୁଝିବାକୁ ପଡେ । ସ୍କୋର ବୋର୍ଡ କୁ ନେଇ ନିସ୍ପତି ଏବାକୁ ପଡେ । ଏବେ ନିସ୍ପତି କାମ କରେ ତ ଆଉ କେବେ କରେନି । ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡେ । ଆଗକୁ ରୋହିତ ନିଜର ବ୍ୟାଟିଙ୍ଗକୁ ନେଇ କହିଛନ୍ତି ଯେ ମୁଁ ମୋ ଖେଳକୁ ନେଇ ଉପୋଭୋଗ କରୁଛି ।

କିନ୍ତୁ ଟିମର ସ୍ଥିତିର ଭାର ମୋ ଉପରେ ରହିଛି । ଏମିତି ନୁହେଁ କି ପିଚକୁ ଯାଇ କିଛି ନ ବୁଝି ନ ସୁଝି ବ୍ୟାଟ ବୁଲାଇବାରେ ଲାଗିବି । ମୋତେ ବ୍ୟାଟର ବ୍ୟବହାର କରିବା ଠିକ ଜଣା ଅଛି । ଭଲ ବ୍ୟାଟିଙ୍ଗ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚିବା ମୋର କାମ । ମୁଁ ଓପନିଙ୍ଗ କରିବା ସମୟରେ ସବୁ 0 ରୁ ଆରମ୍ଭ ହୋଇଥାଏ । ତେଣୁ ସ୍କୋର ଲକ୍ଷ୍ୟ ସ୍ଥଳରେ କେମିତି ପହଞ୍ଚିବ ତାହା ମୁଁ ଭାବିଥାଏ ।

ଚଳିତ ବିଶ୍ଵକପରେ ଭାରତ ଏବେ ଯାଏଁ ଭଲ ପ୍ରଦର୍ଶନ କରିଆସୁଛି । ଦଳ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ସଞ୍ଜିବନୀ ସଦୃଶ କାମ କରୁଛନ୍ତି । ଉଭୟ ବ୍ୟାଟର ଏବେ ଯାଏଁ ଦଳ ପାଇଁ ଚମତ୍କାର ବ୍ୟାଟିଙ୍ଗ କରି ଦଳକୁ ବିଜୟୀ କରିଛନ୍ତି । ସେହିପରି ବୋଲୋର ମାନେ ଦଳକୁ ଜିତାଇ ଆସୁଛନ୍ତି । କେବେ ଜସପରିତ ବୁମରା ଓ ମହମଦ ସାମୀ ନିଜର ଦାମ ଦେଖାଉଛନ୍ତି ।

ପୂର୍ବରୁ କିଛି ଟୁର୍ଣ୍ଣାମେଣ୍ଟ ରେ ଭାରତର ପରାଜୟ ପରେ ରୋହିତ ଶର୍ମାଙ୍କୁ ଫ୍ୟାନ୍ସ ମାନେ ସମାଲୋଚନା କରିଥିଲେ । ଖାଲି ସେତିକି ନୁହେଁ ଅଧିନାୟକ ପଦ ଛାଡିବାକୁ ଦାବି ହୋଇଥାଏ । ଏମିତିକି ଏହାର ଶିକାର ବିରାଟ ମଧ୍ୟ ହୋଇ ସାରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିଛି ବୋଲି ବିରାଟ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।