ଟିମ ଇଣ୍ଡିଆ ର ଚିନ୍ତା ବଢାଇଛନ୍ତି ଏହି 3 ଖେଳାଳି…

ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛନ୍ତି 3 ଖେଳାଳି । ଓପନର ସୁବମନ ଗିଲ, ଶ୍ରେୟସ ଆୟର, ମହମଦ ସିରାଜ । ବିଶ୍ଵକପ ମ୍ଯାଚ ଆରମ୍ଭରୁ ଏ ଯାଏଁ ଏମାନଙ୍କର ଆଖି ଦୃଶିୟା ହୋଇପାରି ନାହିଁ । ଏପରିକି ଏମାନେ କେବେ ବି ମ୍ଯାଚ ୱିନର ଇନିଙ୍ଗ୍ସ ବି ଖେଳି ନାହାନ୍ତି । ଲଗାତାର ଭାବେ ଖରାପ ପ୍ରଦର୍ଶନ ଏବେ ଭାରତ ପାଇଁ ଭାରି ପଡିଛି । ସୁଯୋଗ ପାଇ ସୂର୍ଯ୍ୟ କୁମାର ତାଙ୍କର ପ୍ରଦର୍ଶନ ଦେଖାଇ ସାରିଛନ୍ତି କିନ୍ତୁ ଗିଲ ଏ ଯାଏଁ ଭଲ ସ୍କୋର କରିପାରି ନାହାନ୍ତି ।

ପ୍ରଥମ 2ଟି ମ୍ଯାଚ ଖେଳି ନ ଥିବା ଗିଲ ଏବେ ନିଜ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ବାଙ୍ଗାଲଦେଶ ମ୍ଯାଚରେ 53 ରନ କରିଥିବା ଗିଲ ବାକି 3ଟି ମ୍ଯାଚରେ 51 ରନ କରିଛନ୍ତି । ଯଦିଓ 6ଟି ମ୍ଯାଚ ଜିତି ସାରିଥିବା ଅଭରତ ନିଜର ପ୍ରଦର୍ଶନ ବଜାୟ ରଖିଥିବାରୁ ବାକି 2-3ଟି ମ୍ଯାଚରେ ଗିଲ ନିଜର ସ୍ଥାନ ବଜାୟ ରଖିବାରେ ସମସ୍ୟା ହୋଇପାରେ । ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ଭାରତ ଇଶାନ କିଶାନ ଙ୍କୁ ସୁଯୋଗ ଦେଇପାରେ ।

ସେହିପରି ଶ୍ରେୟସ ଆୟର ମହଦୀ ଟିମ ଇଣ୍ଡିଆର ଚିନ୍ତା ବଢାଇଛନ୍ତି । ଲଗାତାର ସର୍ଟ ବଲ ରେ ଆଉଟ ହେବା ବାଉନ୍ସ କୁ ଖେଳିବାରେ ସେ ଅସମର୍ଥ ହୋଇଛନ୍ତି । ଗୁରୁବାର ମ୍ଯାଚରେ ଶ୍ରୀଲଙ୍କା ମଧ୍ୟ ଆୟରଙ୍କ କ୍ଷେତ୍ରରେ ସର୍ଟ ବଲ ଟିପ୍ସ ଆପଣେଇପାରେ । ଯଦିଓ ମଙ୍ଗଳବାର ମ୍ଯାଚରେ ଆଯର ଲମ୍ବା ବ୍ୟାଟିଙ୍ଗ କରିଥିବାର ଦେଖିବାକୁ ମିଳିଥିଲା ତେବେ ତାଙ୍କୁ ସୁଯୋଗ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।

6ଟି ମ୍ଯାଚରେ ଆୟର ମୋଟ 134 ରନ କରିଛନ୍ତି । ତେବେ ପାଣ୍ଡିୟା ଙ୍କ ଅସୁସ୍ଥତା ତାଙ୍କ ପାଇଁ ବଡ ସୁଯୋଗ ଆଣିଛି  ହୁଏ ତ ଆସନ୍ତା 2ଟି ମ୍ଯାଚ ପାଇଁ ଆୟରଙ୍କ ପାଇଁ ସମସ୍ଯା ହୋଇ ନ ପାରେ । ଇଶାନ କିଶାନ ଏବେ ମିଡିଲ ଅର୍ଡର ହେଉ କି ଓପନିଙ୍ଗ ଭଲ ଟେମ୍ପ୍ରାମେଣ୍ଟ ରେ ରହିଛନ୍ତି । ତେଣୁ ଚୁଡାନ୍ତ ଏକାଦଶ ପାଇଁ ମଧ୍ୟ ସେ ପ୍ରମୁଖ ଦାବିଦାର ରହିଛନ୍ତି । ଆଫଗାନିସ୍ତାନ ବିରୁଦ୍ଧରେ 47 ରନ କରିଥିବା ଇଶାନ କିଶାନ ଗିଲ ଆସିବା ପରେ ବାଦ ପଡିଥିଲେ ।

ଶ୍ରୀଲଙ୍କା ବିପକ୍ଷ ମ୍ଯାଚ ପାଇଁ ବୋଲିଙ୍ଗ ଲାଇନରେ ଅପରିବର୍ତ୍ତିତ ରହିପାରେ । 3 ପ୍ରେସର ଓ 2 ସ୍ପିନର ଫର୍ମୁଲା ଟିମ ଇଣ୍ଡିଆ ପାଇଁ ବରଦାନ ହୋଇଛି । ଚଳିତ ବିଶ୍ଵକପରେ ଷ୍ଟାଡିୟମରେ ଖେଳା ଯାଇଥିବା 2ଟି ମ୍ଯାଚରେ ରେକର୍ଡ ଯଦି ଦେଖାଯାଏ ତେବେ ପ୍ରଥମେ ବ୍ୟାଟିଙ୍ଗ କରି ଟିମ ସୁପର କରି ପାରିବ । ବୋଲିଙ୍ଗ ଲାଇନରେ ଜସପ୍ରିତ ବୁମରା ଟପ ରେ ରହିଛନ୍ତି ।

ବୁମରା 6ଟି ମ୍ଯାଚରେ 14ଟି ୱ୍କେତ ନେଇଛନ୍ତି । ଏହା ପରେ ଅଛନ୍ତି ମହମଦ ସାମୀ । 2ଟି ଯାଚଏ ସାମି 9ଟି ୱିକେଟ ହାତେଇଛନ୍ତି । ଅନ୍ୟ ପରେ ମହମଦ ସିରାଜ ନେଇଛନ୍ତି 6ଟି ୱିକେଟ । ଶିରାଜଙ୍କ ପ୍ରଦର୍ଶନ ମଧ୍ୟ ଏବେ ଭାରତର ଚିନ୍ତାର କାରଣ ପାଲଟିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।