କରୋନା ଟୀକା ଆପଣଙ୍କ ବଡିରେ ଠିକ ଭାବରେ କାମ କରୁଛି ନା ନାହିଁ, ଜାଣନ୍ତୁ ଏହି ଲକ୍ଷଣରୁ

କରୋନା ଭାଇରସ ପୁରା ଦେଶରେ ମାତିବାରେ ଲାଗିଛି । ଏହା ଠାରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ କରା ଯାଉଛି । ଭାରତରେ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟୀକା ଦିଆଯାଉଛି । ମେ ୧ରୁ ୧୮ ବୟସରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ । ଏହି ଟିକାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏହାର ପ୍ରଭାବ ଆମ ଶରୀର ଉପରେ କିଭଳି ଭାବେ ପଡିବ ଓ ଏହାର ପ୍ରତିକ୍ରିୟା କଣ ହୋଇପାରେ ଏହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆମେରିକାର ଚିଫ ମେଡିକାଲ ଏଡବାଇଜର ଡାକ୍ତର ଏନ୍ଥନୀ ଫାଉଚିଙ୍କ ମତରେ ଯଦି ଟୀକାର ଦିତୀୟ ଡୋଜ ନେବା ପରେ ଆପଣଙ୍କୁ କଷ୍ଟ ଅନୁଭବ ହେଉଛି ଓ ହାଲ୍କା ଥଣ୍ଡା କାଗୁଛି ତେବେ ଆପଣଙ୍କ ଉପରେ ଟିକାର ପ୍ରଭାବ ପଡୁଛି । ଏହି ଭ୍ଯାକ୍ସିନରେ ଆପଣଙ୍କ ଇମ୍ୟୁନି ସିଷ୍ଟମ କୋବିଡ-୧୯ ଶ୍ୟାପିକ ପ୍ରୋଟିନ ନାମକ ଏକ ଭାଇରସ ରହିଛି ଓ ଏହା ଶରୀରରେ ଆନ୍ଟିବଡି ସହ ଲଡିବାକୁ ସାହାଜ୍ଯ କରିଥାଏ ।

ଏହି ପ୍ରୋଟିନ ଭାଇରସ ସହ ଲଢିବାରେ ଆମ ଶରୀରକୁ ସାହାଜ୍ଯ କରିଥାଏ । ଏହା ସହ ରୋଗକୁ ବଢିବାରେ ମଧ୍ୟ ରୋକିବା ପାଇଁ ସାହାଜ୍ଯ କରିଥାଏ । ଯେବେ ଏହି ଭଳି ପ୍ରତିକ୍ରିୟା ହୋଇଥାଏ ତେବେ ଆମ ଶରୀରରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଏହି ଟୀକା ନେବା ପରେ ହାତରେ ଯନ୍ତ୍ରଣା, ଠକି ଯିବା, ମୁଣ୍ଡ ବିନ୍ଧା, ବାନ୍ତି ହେବା ଆଦି ଲକ୍ଷଣ ଦେଖାଯାଏ ।

ଯଦି ଆପଣଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଯାଏ ତେବେ ଚିନ୍ତା କରିବା କିଛି କାରଣ ନାହି । ବରଂ ଏହି ଟୀକା ଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି । ଟୀକା ନେବା ପରେ ହାଲ୍କା ଖାଦ୍ଯ ଖାଆନ୍ତୁ । ଯଦି ଟୀକା ନେବା ସ୍ଥାନ ଫୁଲିଯାଇଛି ତେବେ ବରଫ ଲଗାନ୍ତୁ । ଭରାତ୍ର ସ୍ଵଦେଶୀ ଭ୍ଯାକ୍ସିନ କୋଭ୍ଯାକ୍ସିନ କରୋନାର ୬୧୭ ବେରେଏନ୍ଟ  ବିରୁଦ୍ଧରେ ହୋଇଥାଏ । ଏହା ଦୁନିଆର ସବୁଠାରୁ ଭଲ ଟୀକା ହୋଇଥାଏ । ଆମେରିକାର ଚିଫ ମେଡିକାଲ ଉପଦେଶକ ଡାକ୍ତର ଏନ୍ଥନୀ ଫାଉଛି ମଧ୍ୟ ଏହି କଥାକୁ ସ୍ଵୀକାର କରିଛନ୍ତି ।

ଟୀକା ନେବା ପରେ ଆମ ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ଗୋଟେରୁ ଦୁଇ ଦିନ ଯାଏଁ ରହିଥାଏ । ଯଦି ଆପଣଙ୍କୁ ଅଧିକ ଦିନ ଯାଏଁ ଜ୍ଵର ବା ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଟୀକା ନେବା ପରେ ଯେତେ ସମ୍ଭବ ବିଶ୍ରାମ କରନ୍ତୁ ।

ଯଦି ଆପଣ ଟୀକା ନେଇ ନାହାନ୍ତି ଓ ଟୀକା ନେବା ପାଇଁ ଚାହୁଛନ୍ତି ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ । ଯେପରି ଟୀକା ନେବା ପୂର୍ବରୁ ଭଲ ଭାବେ ଶୋଇ ରୁହନ୍ତୁ, ଅଧିକ ଖାଦ୍ଯ ଖାଆନ୍ତୁ ଇତ୍ୟାଦି । ଏହା କରିବା ଦ୍ଵାରା ଟୀକା ନେବା ପରେ ଆପଣଙ୍କ ଶରୀରରେ କମଜୋରି ଅନୁଭବ ହେବ ନାହି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।