ୟୁକ୍ରେନ ଓ ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆ ଜାରି କରିଛି ହିଟ୍ ଲିଷ୍ଟ । ଋଷିଆର ଟାର୍ଗେଟରେ ରହିଛନ୍ତି ୨୩ ଜଣ ୟୁକ୍ରେନିୟ ମହାରଥୀ । ଏମାନଙ୍କ ମୁଣ୍ଡ ଗଡାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ପୁଟିନ । ଆଉ ଏଥିପାଇଁ ଋଷ ସୈନ୍ୟଙ୍କୁ ସ୍ଵତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । ୟୁକ୍ରେନ ଓ ଋଷିଆ ମହାଯୁଦ୍ଧ ବେଳେ ଋଷର ଏହି ହିଟ୍ ଲିଷ୍ଟକୁ ନେଇ ଏବେ ପୁରା ବିଶ୍ବରେ ଚର୍ଚ୍ଚା ଚାଲିଛି । ଯାହାପରେ ଏହି ହିଟ୍ ଲିଷ୍ଟରେ କିଏ କିଏ ରହିଛନ୍ତି ତାହାକୁ ନେଇ ଏବେ ଖୋଲତାଡ ଆରମ୍ଭ ହୋଇଛି ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସସ୍କି ଋଷର ଟାର୍ଗେଟରେ ଥିବା ବେଳେ ତାଙ୍କୁ ବନ୍ଦୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ମସ୍କୋ । ଏହି ସଂକ୍ରାନ୍ତରେ ବ୍ରିଟେନର ଏକ ଖବର କାଗଜ “ଡେଲି ମେଲ୍” ଏକ ରିପୋର୍ଟ ପ୍ରକାଶ କରିଛି । କେବଳ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ପ୍ରାଇଭେଟ ଗ୍ରୁପ ୱାକନର ଗ୍ରୁପର ୪ ଶହ ସଦସ୍ୟଙ୍କୁ ୟୁକ୍ରେନରେ ଆଲର୍ଟ କରାଯାଇଛି । ଜେଲେନସ୍କିଙ୍କ ସହ କିଭର ମେୟର ମଧ୍ୟ ଏହି ତାଲିକାରେ ରହିଥିବା ଜଣାପଡିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜେଲେନସ୍କିଙ୍କୁ ଟାର୍ଗେଟ କରିବା ଲାଗି ଆଫ୍ରିକାରୁ ୟୁକ୍ରେନ ଉଡାଣ ଭରିଛି ସ୍ଵତନ୍ତ୍ର ଯୁଦ୍ଧ ଜାହାଜ । ଯେଉଁ ଜାହାଜରେ ୱାକନର ଗୋଷ୍ଠୀ ଯବାନମାନେ ଅଛନ୍ତି । ପ୍ରାୟ ସପ୍ତାହେ ହେଲାଣି ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ ଲାଗିଲାଣି । କିଭକୁ ଟାର୍ଗେଟ କରିବାରେ ବ୍ୟସ୍ତ ଅଛନ୍ତି ପୁଟିନ ସେନା । ଆଉ ଋଷିଆସୈନ୍ୟଙ୍କୁ ମୁହଁତୋଡ ଜବାବ ଦେବାକୁ ୟୁକ୍ରେନ ସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଯାହାଫଳରେ ଏତେ ସହଜରେ କିଭକୁ ଅକ୍ତିଆର କରିପାରୁନି ଋଷିଆ ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି, ୟୁକ୍ରେନର ରାଜଧାନୀ କିଭର ମେୟର, ଭିଟାଲିକ କ୍ଲିଚଙ୍କ ମେୟରଙ୍କ ଭାଇ, ଭ୍ଲାଦମିର ଲାଡକିସ୍କଙ୍କ ସମେତ ପ୍ରାୟ ୨୩ ଜଣ ଋଷିଆ ଟାର୍ଗେଟରେ ଅଛନ୍ତି । ୱାକନର ଗ୍ରୁପ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଅତି ନିକଟତର ବୋଲି କୁହାଯାଏ । ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭିଡିଓ ଶେୟାର କରି କହିଥିଲେ ଯେ, “ମୁଁ ଓ ମୋ ପରିବାର ଋଷିଆର ଟାର୍ଗେଟରେ ଅଛୁ । କିନ୍ତୁ ମୁଁ କି ମୋ ପରିବାର ଦେଶ ଛାଡି କେଉଁଆଡେ ବି ଯିବୁନାହିଁ ।
ଏପରି ଘଡିସନ୍ଧି ମୂହୁର୍ତ୍ତରେ ପୁରା ବିଶ୍ଵ ଆମକୁ ଏକା ଛାଡିଦେଲା । ହେଲେ ଆମେ ଲଢେଇ ଜାରି ରଖିଛୁ ଓ ଆଗକୁ ବି ଜାରି ରଖିବୁ ।” ଆଉ ଏହା ଏବେ ସତ୍ୟ ହେବାକୁ ଯାଉଛି । ଋଷ ଟାର୍ଗେଟରେ ଜେଲେନସ୍କି ଥିବା ସ୍ପଷ୍ଟ ଭାବେ ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।