ଘରର କଳି ଏବେ ଦାଣ୍ଡରେ ପଡି ହାତରେ ଗଡୁଥିବା ବେଳେ ସୁମିତ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଦ୍ଵନ୍ଦରେ ପକାଇ ଦେଇଛି । ସୁମିତ କହିଛନ୍ତି କି, “ସମୟ ବଡ ବଳବାନ । ଭବିଷ୍ୟତରେ ସେମାନେ ଏକାଠି ରହିପାରନ୍ତି, କିନ୍ତୁ ଆଗକୁ କଣ ହେବ ସେ ଜାଣି ନାହାନ୍ତି ।” ଏମିତି କିଛି କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଡାକ୍ତର ସୁମିତ କୁମାର ସାହୁ । ଘରର ଚାରିକାନ୍ଥ ଭିତରୁ ଆରମ୍ଭ ହୋଇଥିବା ବିବାଦ ଏବେ ତୀବ୍ର ହୋଇ ହାଇକୋର୍ଟରେ ପହଞ୍ଚିଲାଣି ।
ଉଭୟ ପରସ୍ପର ନାଁରେ ଅନେକ ପ୍ରକାର ଅଭିଯୋଗ ଆଣୁଛନ୍ତି । ଆଉ ଏଭଳି ସ୍ଥିତିରେ ସୁମିତ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ସେପଟେ ତପସ୍ଵିନୀଙ୍କ ଓକିଲ କହୁଛନ୍ତି କି, ସୁମିତ ଏବଂ ତାଙ୍କ ଘରଲୋକ ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି । ଅନ୍ୟପଟେ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରୁଛନ୍ତୁ ସୁମିତ । ତପସ୍ଵିନୀ ଘରେ ରହିବା ପାଇଁ ହେଉ ଅବା ଭରଣପୋଷଣ ପାଇଁ ତପସ୍ଵିନୀଙ୍କୁ ଖର୍ଚ୍ଚ ଦେବା କଥା ହେଉ କେଉଁ କଥାରେ ମଧ୍ୟ ରାଜି ନାହାନ୍ତି ସୁମିତ ।
ଆଉ ସେଥିପାଇଁ ତ ଜିଲ୍ଲା କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ହେଲେ ଏତେ ସବୁ ଘଟିଯିବା ପରେ ବି କାହିଁକି ଏକାଠି ରହିବା କଥା ଭାବୁଛନ୍ତି ଡାକ୍ତର ସୁମିତ ? ଏବେ ବି ହୁଏତ ସେ ତପସ୍ଵିନୀଙ୍କୁ ଭଲ ପାଉଛନ୍ତି । ଘରର କଥା ଦାଣ୍ଡରେ ପକାଇ ଥିବାରୁ ତପସ୍ଵିନୀଙ୍କ ଉପରେ କେବଳ ସେଇ କଥା ପାଇଁ ନାରାଜ ଅଛନ୍ତି ବୋଧେ ସୁମିତ । ଦୀର୍ଘଦିନ ଧରି ତପସ୍ଵିନୀ ଲଢେଇ ଜାରି ରଖିଥିଲେ କି ସେ ସ୍ଵାମୀ ସୁମିତଙ୍କ ସହ ତାଙ୍କ ଘରେ ଏକାଠି ରହିବେ ।
ସୁମିତ କିନ୍ତୁ ଛାଡପତ୍ର ପାଇଁ ଆବେଦନ କରିବା ସହ ତପସ୍ଵିନୀଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ । କିନ୍ତୁ ଦୀର୍ଘ ଦିନ ଧରି ଗାୟବ ରହିବା ପରେ ସୁମିତ ହଠାତ ଏକାଠି ରହିବାକୁ ନେଇ ଇଙ୍ଗିତ କରି ଏଭଳି କିଛି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ତପସ୍ଵିନୀ ଏବେ ସୁମିତଙ୍କ ଘରେ ରହିଛନ୍ତି । ଆଉ ଏହାକୁ ବିରୋଧ କରି ସୁମିତଙ୍କ ବାପା ମଧ୍ୟ ଘର ଛାଡି ଚାଲି ଯାଇଛନ୍ତି ।
ଅନେକ ଦିନ ଧରି ଦେଖା ଦର୍ଶନ ନଦେବା ପରେ ବର୍ତ୍ତମାନ ସୁମିତଙ୍କୁ ସିଧା ହାଇକୋର୍ଟରେ ଦେଖିବାକୁ ମିଳିଥିଲା । ତେବେ ପ୍ରତିଦିନ ନୂଆ ମୋଡ ନେଉଥିବା ଏହି ପାରିବାରିକ ବିବାଦ କେଉଁ ଆଡକୁ ଯିବ ତାହା ଦେଖିବା ପରେ ଉଭୟଙ୍କ ମିଳନ ସମ୍ଭବ କି ନୁହେଁ ତାହା ଜଣାପଡିବ । ଆମ ପୋଷ୍ଟ ଅନ୍ୟମନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।