ଟଙ୍କା ହଡପ ପାଇଁ ନିଜକୁ ନିଜେ ଅପହରଣ କରିଥିଲେ ମହାକାଳପଡା ଫାଇନାନ୍ସ କମ୍ପାନୀ ଏଜେଣ୍ଟ କର୍ମଚାରୀ ଏହାର ପର୍ଦ୍ଦାଫାଶ କରିଲା ପୋଲିସ ।

ଧରା ପଡିଲେ ଫାଇନାନ୍ସ କମ୍ପାନୀର ଏଜେଣ୍ଟ । ଟଙ୍କା ହଡପ ପାଇଁ ନିଜେ ରଚିଥିଲେ ଅପହରଣର ନାଟକ । ହଁ ଦର୍ଶକ ବନ୍ଧୁ ଧରା ପଡି ଯାଇଛି ନାଟକ । ଆଉ ନିଜ ଜାଲରେ ନିଜେ ଫସିଗଲେ । ଅଧିକ ଦିନ ଯାଏଁ ଚାଲିଲା ନାହିଁ ମିଛ ନାଟକ । ସେଦିନ ଖାବରା ଆସିଥିଲା ଫାଇନାନ୍ସ ଏଜେଣ୍ଟ କର୍ମଚାରୀ ନିଖୋଜ ହୋଇ ଯାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବୋରପିଢି ମୁଖ୍ୟ ରାସ୍ତା ରୁ ଘରୋଇ ଫାଇନାନ୍ସ ର କର୍ମଚାରୀ ନିଖୋଜ ହୋଇଥିବା ନେଇ ଚାରି ଆଡେ ଚହଳ ସୃଷ୍ଟି ହୋଇଥିଲା ।

କର୍ମଚାରୀ ଜଣକ ସନ୍ଧ୍ୟାରେ ଫେରୁଥିବା ସମୟରେ ଅପହରଣ ହୋଇ ଯାଇଥିଲା । ଆଉ ତା ପର ଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନ ଥିଲା । ରାସ୍ତାରେ ପଡିଥିଲା ତାଙ୍କର ବାଇକ, ଚପଲ ଆଉ ବ୍ୟାଗ । ହେଲେ ବ୍ଯାଗରେ ଥିବା ଟଙ୍କା କିନ୍ତୁ ନ ଥିଲା । ଅନେକ ଖୋଜା ଖୋଜି ପରେ ପାଇ ନ ଥିଲେ ପରିବାର ବର୍ଗ କି କମ୍ପାନୀ କର୍ତ୍ତୁପକ୍ଷ ।

ହେଲେ ଘଟଣାର ତଦନ୍ତ କରିବା ପରେ ପୋଲିସ ସତ ଜାଣିବାକୁ ପାଇଥିଲା । ଏ କୌଣସି ସତ ଶତିକା ଅପହରଣ ନ ଥିଲା ଏ ଥିଲା ନାଟକ । ଆଉ ସେହି ନାଟକର ନାୟକ ଥିଲେ ଏଜେଣ୍ଟ କର୍ମଚାରୀ ସ୍ଵାଗତ ସାମଲ । ଆଉ ଯେଉଁ ନାଟକ ର ନାଁ ଥିଲା ଅପହରଣ । ସ୍ବାଗତଙ୍କର ଘର ମହାକାଳପଡା ଥାନା ରାଜଗଡ ଗାଁ ରେ । ଯାହାଙ୍କର ଅପହରଣ ନାଟକର ସବୁ ଗୁମର ଏବେ ଖୋଲି ଯାଇଛି ।

ଟଙ୍କା ଲୁଟ ପାଇଁ ନିଜେ ନିଜର ଅପହରଣ କରିଥିଲେ ସ୍ଵାଗତ ସାମଲ । ଯାହାର ପର୍ଦ୍ଦାଫାସ କରିଛି ପୋଲିସ । କମ୍ପାନୀର 2 ଲକ୍ଷ 65 ହଜାର ତାଙ୍କ ହଡପ କରିବାକୁ ଯୋଜନା କରିଥିଲେ ସ୍ଵାଗତ । ଗତ ବୁଧବାର କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବୋରପିଢି ମୁଖ୍ୟ ରାସ୍ତା ର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରୁ ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଏତାଲା ରୁଜୁ ହୋଇଥିଲା ।

କଲେକ୍ସନ ସାରି ଫେରୁଥିବା ସମୟରେ ଡାକ ବଙ୍ଗଳା ନିକଟରେ ନିଖୋଜ ସ୍ବାଗତଙ୍କର ବାଇକ ସହ ଖାଲି ବ୍ୟାଗ ଓ ଚପଲ ଘଟଣା ସ୍ଥଳରେ ପଡି ରହିଥିଲା । ଏ ନେଇ ପୋଲିସ ସାଇଣ୍ଟିଫିକ ଟିମ ସହ ଯାଞ୍ଚ ଆରମ୍ଭ କରିଥିଲା । ଆଉ 2 ଦିନର ସନ୍ଧାନ ପରେ ଅପହରଣର ସତ ସାମନାକୁ ଆସିଛି । ଏବେ ଅଭିଯୁକ୍ତ ସ୍ଵାଗତ ଙ୍କୁ ଗାଁ ନିକଟରୁ ଉଧାର କରି ଥାନା ରେ ଅଟକ ରଖିଛି ପୋଲିସ ।

ତାଙ୍କ ଠାରୁ 1 ଲକ୍ଷ 25 ହଜାର ଟଙ୍କା ଜବତ କରିଛି ପୋଲିସ । ବାକି 55 ହଜାର ତାଙ୍କ ସମ୍ପର୍କୀୟ ଙ୍କ ଆକାଉଣ୍ଟ ରେ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ନିଜେ କରିଥିବା ଯୋଜନାରେ ନିଜେ ଫସିଗଲେ ଏଜେଣ୍ଟ ସ୍ଵାଗତ ସମାଲ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।