ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ପାଇଁ ସାରା ଓଡିଶା ଗର୍ବ କରୁଛି । ରାଷ୍ଟ୍ରପତିଙ୍କ ଜଣେ ବାନ୍ଧବୀ ଧରିତ୍ରୀ ଦେଓ ତାଙ୍କ ବିତାଇଥିବା କିଛି ମୂହୁର୍ତ୍ତକୁ ମନେ ପକାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ଗଭର୍ଣ୍ଣର ଥିଲେ ବୋଲି ଆପଣ ନିହାତି ଜାଣିଥିବେ । ଆଉ ଏବେ ସେ ଦେଶର ସର୍ବୋଚ୍ଚ ନାଗରିକତାର ଗୌରବ ଅର୍ଜନ କରିଛନ୍ତି । ଅନେକ ଉଚ୍ଚ ଆସନରେ ବସିଥିଲେ ମଧ୍ୟ ତାଙ୍କ ମଧ୍ୟରେ ତିଳେ ମାତ୍ର ଗର୍ବ ଦେଖିବାକୁ ମିଳେନାହିଁ ।
ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନଯାପନ କାଟିବାକୁ ପସନ୍ଦ କରନ୍ତି ମହାମହିମ । 2019 ରେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଗଭର୍ଣ୍ଣର ଥିଲେ ସେତେବେଳେ ତାଙ୍କ ବାନ୍ଧବୀ ଧରିତ୍ରୀ ଦେଓ ତାଙ୍କୁ କହିଥିଲେ, ତୁମେ ନିଶ୍ଚୟ ଦିନେ ରାଷ୍ଟ୍ରପତି ହେବ । ଆଉ ଯେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିଲେ ସେଦିନ ରାତିଆରେ ଖୁସିରେ ଶୋଇ ପାରି ନଥିଲେ ବୋଲି କହିଛନ୍ତି ଧରିତ୍ରୀ । ରାଷ୍ଟ୍ରପତି ହେବା ପରେ ମଧ୍ୟ ସେ ନିଜ ପ୍ରିୟ ବାନ୍ଧବୀ ମାନଙ୍କୁ ଭୁଲି ନାହାନ୍ତି ।
ବରଂ ଶପଥ ପାଠ ପୂର୍ବରୁ ନିଜ ପରିବାର ସହ ସମସ୍ତ ବାନ୍ଧବୀ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ସେମାନଙ୍କୁ ସେଠାରେ ସମସ୍ତ ଭିଆଇପି ସୁବିଧା ଯୋଗାଇ ଦିଆଯିବା ସହ ରାଷ୍ଟ୍ରପତିଙ୍କ ସହ ସମୟ ବିତାଇବାକୁ ମଧ୍ୟ ସୁଯୋଗ ଦିଆ ଯାଇଥିଲା । ହେଲେ ପ୍ରୋଟୋକଲ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଇଁବା ପାଇଁ ସେମାନଙ୍କୁ ମନା କରା ଯାଇଥିଲା । ସେମାନେ ଜାନୁୟାରୀ 23 ରୁ 29 ତାରିଖ ପର୍ଯ୍ୟନ୍ତ ପିକକ୍ ଭବନରେ ରହିଥିଲେ ।
24 ତାରିଖ ଦିନ ରାଷ୍ଟ୍ରପତିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିବାକୁ ସୁଯୋଗ ଦିଆ ଯାଇଥିଲା । ବାନ୍ଧବୀ ମାନେ ଏକାଠି ବସି କଥାବାର୍ତ୍ତା ହେଉଥିବା ବେଳେ ଧରିତ୍ରୀ ଭାବବିହ୍ଵଳ ହୋଇ ଦ୍ରୌପଦୀ ମୁର୍ମୁଙ୍କୁ ଛୁଇଁ ଦେଇଥିଲେ । ଅନ୍ୟ ବାନ୍ଧବୀ ମାନେ ତାଙ୍କୁ ସତର୍କ କରାଇ ଦେଇଥିଲେ । ସେଠାରେ ପ୍ରତିଦିନ ତାଙ୍କୁ ସୁସ୍ଵାଦୁ ଖାଦ୍ଯ ଭୋଜନ କରିବାକୁ ଦିଆ ଯାଉଥିଲା । ପ୍ରାୟ ଅଢେଇ ଘଣ୍ଟା କାଳ ସେମାନେ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ ।
ଏପରିକି ବାହାରକୁ ବୁଲିଯିବା ଏବଂ ବଜାର ଆଦି ଯିବାରେ ମଧ୍ୟ ତାଙ୍କୁ ଗାଡି ଏବଂ ଗାଇଡ ଯୋଗାଇ ଦିଆ ଯାଉଥିଲା । ସେସବୁ ଅନୁଭୂତି ସେ କେବେ କଳ୍ପନା ସୁଦ୍ଧା କରି ନଥିଲେ ବୋଲି କହିଛନ୍ତି ଧରିତ୍ରୀ । ତାଙ୍କ ବାନ୍ଧବୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଥିବାରି ସେ ଯେତିକି ଖୁସି ସେତିକି ଗର୍ବିତ ମଧ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।