ନମସ୍କାର ବନ୍ଧୁଗଣ । ଆଜି ଆମେ ଯେଉଁ ମହିଳା ଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଡିମ୍ପଲ ବର୍ମା ଯିଏ କି ତାଙ୍କ ସ୍ଵାମୀ ନିରତେଶ ଙ୍କ ମୃତ୍ୟୁ ସହ ସବୁ କିଛି ହରାଇ ଦେଇଛନ୍ତି । ଆଉ ଏବେ ଡାକ୍ତର ମାନଙ୍କ ସହ ମିଶି ସକ୍ରିୟ ଭାବେ କାମ କରୁଛନ୍ତି । ରୋଗୀ ମାନଙ୍କୁ ମାନସିକ ସମର୍ଥନ ବି ଯୋଗାଇ ଦେଉଛନ୍ତି । ନିଜ ଅତିତ ର ଦୁଃଖଦ କାହାଣୀ ସେ ଏବେ ବାଣ୍ଟିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ତାଙ୍କର ଶେଷ କଥା ଥିଲା ଯେ ତାଙ୍କୁ ମାରିବାକୁ ପଡିବନି । ଡିମ୍ପଲ ତାଙ୍କର ଓ ତାଙ୍କ ସ୍ବାମୀଙ୍କ ସମ୍ପର୍କ କୁ ନେଇ କହିଛନ୍ତି ଯେ “ଆମେ ଦୁହେଁ ଗୋଟେ କନଫେରେନ୍ସ ରେ ଭେଟ ହୋଇଥିଲୁ । ତାପରେ ଆମେ ଜାଣିବାକୁ ପାଇଲୁ ଆମେ ଦୁହେଁ ଗୋଟେ କଲେଜରେ ପଢୁଛୁ । ପ୍ରଥମେ ଆମେ ନିକଟତର ହେବା ସମୟରେ ସେ ମୋତେ ନିଜ ବିଷୟରେ ସବୁ କିଛି କହିଥିଲେ ।
ତାଙ୍କର ଆର୍ଥିକ ସମସ୍ଯା ଥିଲା ଓ ଘରେ ପରିବାରର ସ୍ଥିତି ଠିକ ନ ଥିଲା । ଆଉ ଧୀରେ ଧୀରେ ମୁଁ ତାଙ୍କୁ ଭଲ ପାଇ ବସିଲି । କଲେଜରେ ଆମେ ଦୁହିଁଙ୍କର ଦିନ ବହୁତ ଭଲ ବିତୁଥିଲା । ପରସ୍ପର ପାଖରେ ଥିଲେ ଆମେ ଦୁହେଁ ବେଶ ଖୁସିରେ ଥିଲୁ । ହଠାତ ଦିନେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେଲା । ଆଉ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଓ ସେଠାରୁ ଯେବେ ବି ଫେରିଲେ କିଛି ବି କହିଲେ ନାହିଁ ।
ଆଉ ଗାଁ କୁ ଚାଲିଗଲେ । କିନ୍ତୁ ଯିବା ପୂର୍ବରୁ ତାଙ୍କୁ କ୍ୟାନ୍ସର ହୋଇଛି ଓ ଲାଷ୍ଟ ସ୍ଟେଜ ବୋଲି ମୋତେ କହିଥିଲେ । ଆଉ ସେତେବେଳେ ମୁଁ ଅନୁଭବ କରିଲି ମୁଁ ତାଙ୍କୁ ଭଲ ପାଇ ବସିଛି । ଡାକ୍ତର କହିଲେ କେମୋ ଥେରାପି ଦିଆଯିବ । ସେ ଗାଁ ରୁ ଫେରିବା ପରେ ମୁଁ ତାଙ୍କର ଯତ୍ନ ନେଇଥିଲି । ଦିନେ ସେ ମୋତେ ପ୍ରପୋଜ କରିଲେ ଓ ବାହା ହେବାକୁ ଚାହୁଁଛନ୍ତି ବୋଲି କହିଲେ ।
ଏହାପରେ ମୁଁ ମଧ୍ୟ ରାଜି ହୋଇ ଯାଇଥିଲି । କିଛି ମାସ ପରେ ଡାକ୍ତର ତାଙ୍କୁ MRI କରିବାକୁ କହିଥିଲେ । ରିପୋର୍ଟ ରୁ ଜଣାପଡିଲା ତାଙ୍କ ଦେହ ସାରା କ୍ୟାନ୍ସର ବ୍ୟାପୀ ଯାଇଥିଲା ତାଙ୍କ ଶରୀରରେ କିଛି ବି ନ ଥିଲା । ଡାକ୍ତର କହିଲେ ସେ ଆଉ 6 ମାସ ବଞ୍ଚିବର । ଏହାପରେ ମୁଁ ହତାସ ହୋଇଗଲି । ମୁଁ ମୋର ଶେଷ ଚେଷ୍ଟା କରିଲି । ତାପରେ ଆମେ ଡୁହନେ ବାହା ହେଳୁ ।
ମୁଁ ବହୁତ ଚେଷ୍ଟା କରିଲି ତାଙ୍କୁ ବଞ୍ଚାଇବା ପାଇଁ । ତାଙ୍କ ଚେହେରା ନଷ୍ଟ ହେବାରେ ଲାଗିଲା । ଆମେ ମାଲଦୀପ ମଧ୍ୟ ବୁଲିବାକୁ ଯାଇଥିଲୁ । ସେ ଯିବା ପରେ ମୁଁ ସ୍ଥିର କରିଲି ଆଶ୍ରମରେ ରହି ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବି । ମୁଁ ତାଙ୍କର ଶେଷ ସମୟରେ ତାଙ୍କ ପାଖରେ ରହି ତାଙ୍କ ଯନ୍ତ୍ରଣା କୁ ଅନୁଭବ କରୁଥିଲି । ବନ୍ଧୁଗଣ ଆପଣ ମାନଙ୍କୁ ଡିମ୍ପଲ ଙ୍କ ଜୀବନର ସଙ୍ଘର୍ଷମୟ କାହାଣୀ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।