ସେପଟେ ସ୍ବାମୀର ଚିତା ଲିଭି ନଥିବା ବେଳେ ଚାରିପିଲାଙ୍କୁ ଛାଡି ଫେରାର ହୋଇଯାଉଛି ପତ୍ନୀ । ନିଖୋଜ ସ୍ବାମୀର ମୃତଦେହ ମିଳିବ ପରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି । ଆଉ ଏପଟେ ପ୍ରେମିକର ହାତ ଧରି ଗାଁ ଦାଣ୍ଡରେ ନିର୍ଭୟରେ ଚାଲି ଚାଲି ଯାଉଛି ସ୍ତ୍ରୀ । ପୁରା ପରିବାର ଶୋକre ଭାସି ଯାଉଥିବା ବେଳେ ନିଜେ ଜନ୍ମ କରିଥିବା ଚାରି ଚାରୋଟି ପିଲାଙ୍କୁ ଛାଡି ପ୍ରେମିକର ହାତ ଧରି ଗାଁ ଛାଡି ଚାଲିଯାଉଛି ସ୍ତ୍ରୀ । ସେହି ସମୟରେ ଭିଜୁଆଲ ଏବେ ସାମ୍ନାକୁ ଆସିଛି ।
ଏହି ଦୃଶ୍ୟକୁ ସ୍ଵାମୀ ଉପରୁ ଥାଇ ଦେଖୁଥିବ ଆଉ ଭାବୁଥିବ, ଛି ଛି ରେ ମନ ଦିନେ ୟାକୁ ଡାକୁଥିଲି ଧନ । ୨୫ ବର୍ଷର ବିବାହ ସମ୍ପର୍କ ସହ ଚାରୋଟି ପିଲାର ମା ହେବା ପରେ ବି ଆଉ କାହାର ପ୍ରେମ ପାଇଁ ସେ ପାଗେଳି ହୋଇଛି । ଆଉ କାହାର ପ୍ରେମ ଓ ସୁହାଗ ପାଇଁ ସ୍ଵାମୀକୁ ମାରି ଚାରୋଟି ଛୋଟ ଛୁଆଙ୍କୁ ଅନାଥ କରିଦେଇଛି । ଏହି ମହିଳାଜଣକ କୁଆଡେ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ଵାମୀଙ୍କୁ ମାରି ଦେଇଛନ୍ତି ତାହା ଚର୍ଚ୍ଚା ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍ଵାମୀର ଚିତା ବି ଲିଭି ନଥିବା ବେଳେ ଚାରୋଟି ପିଲାଙ୍କୁ ଛତି ପ୍ରେମିକ ସହ ପତ୍ନୀ ଫେରାର ହୋଇଯାଉଛି । ଆଉ ପ୍ରେମିକ ସହ ଫେରାର ହେବା ସମୟର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଅନୈତିକ ସମ୍ପର୍କ ପାଇଁ ସ୍ଵାମୀ ଗଙ୍ଗାଧର ଦାସଙ୍କୁ ତାଙ୍କ ପତ୍ନୀ ରତ୍ନମଣି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଚାରି ପିଲାର ମା ହୋଇ ହୋଇ ମଧ୍ୟ ପ୍ରେମିକ ସହ ମିଶି ସ୍ଵାମୀକୁ ହତ୍ୟା କରି ଫେରାର ହେବା ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଅନୁସାରେ ଭାମଣ୍ଡା ଗାଁର ପୂଜକ ଗଙ୍ଗାଧର ଦାଶଙ୍କ ପତ୍ନୀ ରତ୍ନମଣିଙ୍କର ସେହି ଗ୍ରାମର ଅଶେଷ ଶତପଥିଙ୍କ ସହ ଦୀର୍ଘ ଚାରିବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା । ଏମିତିକି ତାଙ୍କ ପୁଅ ଝିଅ ମଧ୍ୟ ଏକଥା ଜାଣିଥିଲେ ।
ଗତ ୫ଦିନ ତଳେ ମନ୍ଦିରକୁ ପୂଜା କରିବାକୁ ଯାଇ ଗଙ୍ଗାଧର ନିଖୋଜ ହୋଇ ଯାଇଥିଲେ । ଆଉ ୫ଦିନ ପରେ ଗାଁର ଏକ ଜୋର ନିକଟରୁ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।