ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନହେଲେ କ୍ରୋଧିତ ହେବେ ମା ଲକ୍ଷ୍ମୀ

ଆଜି ଶୁକ୍ରବାର ଅଟେ । ହିନ୍ଦୁ ଧର୍ମରେ ଶୁକ୍ରବାରର ଦିନକୁ ମା ଲକ୍ଷ୍ମୀଙ୍କ ଏବଂ ବୈଭବ ବିଳାସର ଦିନ ବୋଲି କୁହାଯାଏ । ଶୁକ୍ରବାର ଦିନ ଯେଉଁ ଭକ୍ତ ଭଲ ମନରେ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ତାଙ୍କର ସବୁ ସାଂସାରିକ ଖୁସି ମିଳିଥାଏ । ଶାସ୍ତ୍ର ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇ ଥାଏ । ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରିବାର ଏକ ଖାସ ମହତ୍ଵ ଅଛି । କୁହାଯାଏ କି ଯେଉଁ ଘରେ ଲକ୍ଷ୍ମୀ ବାସ କରିଥାନ୍ତି ସେ ଘରେ କେବେ ଟଙ୍କାର ଅଭାବ ରୁହେ ନାହିଁ ଏବଂ ମା ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କର ସବୁ କଷ୍ଟ ଦୂର ମଧ୍ୟ ହୋଇଯାଇ ଥାଏ ।

ଯାହା ଉପରେ ମା ଲକ୍ଷ୍ମୀ ରାଗିଯାଇ ଥାନ୍ତି ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବା ଆରମ୍ଭ ହୋଇଯାଇ ଥାଏ । ଭବିଷ୍ୟ ପୁରାଣରେ କୁହାଯାଇଛି କି ଯଦି ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଶୁକ୍ରବାର ଦିନ ଭୁଲରେ ବି ଏହି କାମ କରନ୍ତୁ ନାହିଁ । ଭବିଷ୍ୟ ପୁରାଣ ଅନୁସାରେ ଯେଉଁ ଘରେ ସ୍ତ୍ରୀ ମାନଙ୍କୁ ଅପମାନ କରାଯାଇ ଥାଏ ସେଠାରୁ ମା ଲକ୍ଷ୍ମୀ ରାଗି ସବୁଦିନ ପାଇଁ ଚାଲି ଯାଇଥାନ୍ତି । ତାହେଲେ ଚାଲନ୍ତୁ ଜାଣିବା କେଉଁ କାମକୁ କରିବା ଦ୍ଵାରା ଧନ ହାନି ହୋଇଥାଏ ।

ଶୁକ୍ରବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଭୁଲରେ ବି ଶୁକ୍ରବାର ଦିନ କାହାକୁ ଟଙ୍କା ଦିଅନ୍ତୁ ନାହିଁ କି କାହା ଠାରୁ ଧାର ଆଣନ୍ତୁ ନାହିଁ । କାରଣ କୁହାଯାଇଛି କି ଶୁକ୍ରବାର ଦିନ ଦିଆଯାଇ ଥିବା ଧନ ଫେରି ଆସିନଥାଏ । ଏହିଦିନ କାହାକୁ ଧାର ଦେବା ଦ୍ଵାରା ମା ଲକ୍ଷ୍ମୀ ରାଗିଥାନ୍ତି ଏବଂ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।

ଶୁକ୍ରବାର ଦିନ ମହିଳା, ଯୁବତୀ ଏବଂ କିନ୍ନର ମାନଙ୍କୁ ଅପମାନ କରିବା ଉଚିତ ନୁହେଁ । ତାଙ୍କ ବିଷୟରେ କୌଣସି ଖରାପ କଥା କହିବା ମଧ୍ୟ ଉଚିତ ନୁହେଁ । ମହିଳାମାନଙ୍କର ଅପମାନ କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଯାଇ ଥାନ୍ତି ।

ଶୁକ୍ରବାର ଦିନ କାହାକୁ ବି ଖରାପ କଥା କୁହନ୍ତୁ ନାହିଁ, କାରଣ ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଯାଇ ଥାନ୍ତି ଏବଂ ଆପଣଙ୍କ ସହିତ ଧନ ସବନ୍ଧିତ ସମସ୍ୟା ଆରମ୍ଭ ହୋଇଯାଇ ଥାଏ । ଲୋକ ରୋଗରେ ପୀଡିତ ହୋଇ ପାରନ୍ତି ଏବଂ ବ୍ୟବସାୟରେ କ୍ଷତି ମଧ୍ୟ ହୋଇ ପାରେ ।

ଶୁକ୍ରବାର ଦିନ ଆମିଷ ଖାଇବା ଉଚିତ ନୁହେଁ, ଏହି ଦିନ ସମ୍ପୂର୍ଣ ସାତ୍ଵିକ ଭୋଜନ କରିବା ଉଚିତ । ଶୁକ୍ରବାର ଦିନ ଭୁଲରେ ବି କାହାକୁ ଚିନୀ ଦିଅନ୍ତୁ ନାହିଁ । ଜୋତିଷ ଶାସ୍ତ୍ରରେ ଚିନୀର ସବନ୍ଧ ଶୁକ୍ର ଏବଂ ଚନ୍ଦ୍ର ଉଭୟଙ୍କ ସହିତ ଥାଏ । ଏଥିପାଇଁ ଶୁକ୍ରବାର ଦିନ ଚିନୀ ଦେବା ଦ୍ଵାରା ଆପଣଙ୍କ ଶୁକ୍ର ଦୁର୍ବଳ ହୋଇ ଯାଇଥାନ୍ତି ଏବଂ ଶୁକ୍ର ଭୌତିକ ସୁଖର ସ୍ଵାମୀ ଅଟନ୍ତି । ଶୁକ୍ର ରାଗିବା ଦ୍ଵାରା ଭୌତିକ ସୁଖ ହ୍ରାସ ହେବା ସହିତ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଇଥାଏ ।

ଭୁଲରେ ବି ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହାଦ୍ୱାରା ମା ଲକ୍ଷ୍ମୀ ରାଗିଯାଇ ଥାନ୍ତି ଏବଂ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ, ଏହା ସହିତ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ଆଶଙ୍କା ଥାଏ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।