ପଞ୍ଚୁପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କର ଚରିତ୍ର ମହାଭାରତର ପ୍ରମୁଖ ଚରିତ୍ର ମଧ୍ୟରେ ଅନ୍ୟତମ ଥିଲା । ତେବେ ମହାଭାରତର ସେହି ପ୍ରମୁଖ ଚରିତ୍ର ଦ୍ରୌପଦୀ କିଛି ଏଭଳି ମହତ୍ଵପୂର୍ଣ୍ଣ ବାଣୀ କହିଯାଇଛନ୍ତି । ଯାହା ଦାମ୍ପତ୍ୟ ଜୀବନକୁ ନେଇ ରହିଛି । ଏହି ସବୁ ମହତ୍ଵପୂର୍ଣ୍ଣ କଥାକୁ ଦାମ୍ପତ୍ୟ ଜୀବନରେ ଯେଉଁ ଦମ୍ପତ୍ତି ଆପଣାଇ ଚାଲିଥାଏ । ତାଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ ।
1- ଯଦି ପତି ପତ୍ନୀ ଦୁହେଁ ଦୁହିଁଙ୍କ ସହ ଖୁସି ରହିବାକୁ ଚାହୁଁଥିଲେ, ପରସ୍ପରଙ୍କ ମଧ୍ୟରେ ଈର୍ଷା, ଗର୍ବ ଓ ଅହଂକାର ଭଳି ଭାବନା ଆସିବା କଥା ନୁହେଁ ।
2- ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଆବଶ୍ୟକତା ଅନୁଯାଇ ସ୍ଵାଧୀନତା ଦେବା ଆବଶ୍ୟକ । ଅଯଥା କେହି କାହା ଉପରେ ନିୟନ୍ତ୍ରଣ ରଖିବା ଉଚିତ ନୁହେଁ ।
3- ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ଵାମୀର ସବୁ କାମ ଉପରେ ନଜର ରଖିଥାନ୍ତି । ଏହା ଦ୍ଵାରା ତାଙ୍କ ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ପରସ୍ପରକୁ ସବୁବେଳେ ସନ୍ଦେହ ନଜରରେ ଦେଖିବା ଉଚିତ ନୁହେଁ ।
4- ସ୍ତ୍ରୀ ଙ୍କୁ ନିଜ ସ୍ଵାମୀ ସହ ପୁରା ପରିବାରର ଧ୍ୟାନ ରଖିବାକୁ ପଡିଥାଏ । ଯେଉଁ ମହିଳା ମାନେ ନିଜ ଶାଶୁଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ଧ୍ୟାନ ରଖିଥାନ୍ତି । ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ଉପରେ ବହୁତ ପ୍ରସନ୍ନ ରହିଥାନ୍ତି ।
5- ବିବାହ ପରେ ମହିଳା ମାନେ ନିଜ ସଙ୍ଗତ ଠିକ ରଖିବା ଦରକାର । ଚରିତ୍ରହୀନ ବା ଝଗଡା କରୁଥିବା ମହିଳା ମାନଙ୍କ ଠାରୁ ନିଜକୁ ଦୂରେଇ ରହିବା ଦରକାର । ନଚେତ ପରିଣାମ ସ୍ୱରୂପ ସେହି ମହିଳାଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ଖୁସି ମିଳି ନଥାଏ ।
6- ସ୍ଵାମୀ ଓ ସ୍ତ୍ରୀ ପରସ୍ପରଙ୍କୁ ସମ୍ମାନ କରିବା ଉଚିତ । କେହି ମଧ୍ୟ ନିଜ କର୍ତ୍ତବ୍ୟରୁ ମୁହଁ ବୁଲାଇ ଦେବା ଉଚିତ ନୁହେଁ।
7- ବିବାହ ପରେ ସ୍ତ୍ରୀ କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏହଛଡା କୌଣସି ଅଜଣା ବ୍ୟକ୍ତିଙ୍କ ସହ ଅଧିକ ସମୟ କଥା ହେବା ଉଚିତ ନୁହେଁ । ଯେଉଁ ମହିଳା ମାନେ ଏହା କରିଥାନ୍ତି ସମାଜରେ ତାଙ୍କ ଛବି ଖରାପ ହୋଇଥାଏ ।
8- ଏକ ଭଲ ବୈବାହିକ ଜୀବନ ପାଇଁ ସ୍ଵାମୀ ନିଜ ସ୍ତ୍ରୀ ର ଇଛାକୁ ସମ୍ମାନ ଦେବା ଉଚିତ ଓ ଆବଶ୍ୟକ ସ୍ଥଳେ ତାହାକୁ ପୂରଣ କରିବା ମଧ୍ୟ ଦରକାର । ଯାହାଦ୍ୱାରା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଶାନ୍ତି ଓ ଆନନ୍ଦ ବଜାୟ ରହିଥାଏ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ