କରୋନାର ଦୁଃଖଦ ଚିତ୍ର- “ମୋ ନିଶ୍ଵାସ ନିଅ, ତମେ ବଞ୍ଚିଯାଅ”, ସ୍ତ୍ରୀଙ୍କ ଆପ୍ରାଣ ଉଦ୍ୟମ ପରେ ବି ସ୍ତ୍ରୀ କୋଳରେ ଶବ ପାଲଟି ଗଲେ ସ୍ଵାମୀ

ଆମ ଦେଶରେ ବ୍ୟାପୀଥିବା କରୋନା ଭୂତାଣୁ ବା ଭାଇରସ କେତେ ଯେ ଲୋକ ମାନଙ୍କର ଜୀବନ ନେଇ ସାରିଲାଣି ତାହାର ଗଣନା କରାଯାଇ ପାରିବ ନାହି । ଚୀନରୁ ଆସିଥିବା ଏହି ମାରାତ୍ମକ ଭୂତାଣୁ ଏତେ ମାତ୍ରାରେ ବ୍ୟାପିବାରେ ଲାଗିଛି ଯାହାକୁ ରୋକିବା ଅସମ୍ଭବ ହେଇ ପଡିଛି । କରୋନାର ପ୍ରଥମ ସୋପାନ ଯେତେ ଭୟଙ୍କର ଥିଲା ବର୍ତ୍ତମାନ କରୋନାର ଦିତୀୟ ସୋପାନ ତା ଠାରୁ ବି ଅଧିକ ଭୟଙ୍କର ହୋଇ ପୁରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି ।

ଯାହାକୁ ସାମ୍ନା ନ କରି ପାରି ଅନେକ ନିରୀହ ଲୋକଙ୍କର ମୃ-ତ୍ୟୁ ହେଉଛି । ବିଶେଷ କରି ବର୍ତ୍ତମାନ ପୁରା ଦେଶରେ ଅକ୍ସିଜେନ ବା ଅମ୍ଳଜାନର ଘୋର ଅଭାବ ଦେଖା ଯାଉଛି । ଲୋକ ମାନେ ଅକ୍ସିଜେନ ଅଭାବରୁ ନିଜର ଶେଷ ନିଶ୍ଵାସ ହରାଉଛନ୍ତି । ଯାହା ଫଳରେ ସେମାନଙ୍କର ପରିବାର ଲୋକ ମାନେ ମଧ୍ୟ ଦୁଖରେ ମର୍ମାହତ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା କହିବାକୁ ଯାଉଛୁ ଯାହା କେହି କେବେ ଦେଖି ନ ଥିବେ କି ଶୁଣି ନ ଥିବେ ।

ୟୁପିର ଏକ ଦୁଖ ଘଟଣା ସାମନା ଆସିଛି ଯାହାକୁ କେହି କେବେ କଳ୍ପନା କରି ପାରିବେ ନାହି । ଆଗ୍ରାର ବିକାଶ କଲୋନୀ ସେକ୍ଟର ୭ ରେ ରହୁଥିବା ସ୍ଥାନୀୟ ବାସିନ୍ଦା ରେଣୁ ସିଂହଲଙ୍କ ତାଙ୍କ ସ୍ଵାମୀ ରବି ସିଂହଲଙ୍କ ହଟାତ ଦେହ ଖରାପ ହେବାରୁ ସେ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ତାଙ୍କ ସ୍ଵାମୀଙ୍କର ଅକ୍ସିଜେନ ନେବାରେ ଅସୁବିଧା ହୋଇ ଥିବାରୁ ସେ ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ ।

କିନ୍ତୁ ବାଟରେ ଯିବା ସମୟରେ ତାନକ ସ୍ଵାମୀଙ୍କର ଅଧିକ ସ୍ୱାସ୍ଥ୍ୟ ଖରାପ ହେବାର ଦେଖି ରେଣୁ ତାଙ୍କ ସ୍ଵାମୀଙ୍କ ମୁହଁରେ ନିଜ ମୁହଁ ଲଗାଇ ନିଶ୍ଵାସ ଦେବାକୁ ପ୍ରୟାସ କରିଥିଲେ । କିନ୍ତୁ ରେଣୁଙ୍କର ଅନେକ ଚେଷ୍ଟା କରିବା ସତ୍ବେ ମଧ୍ୟ ତାଙ୍କ ସ୍ଵାମୀ ରବି ସିଂହଲ ରାସ୍ତାରେ ଯାଉଥିବା ସମୟରେ ହିଁ ନିଜର ପ୍ରାଣ ହରାଇ ଥିଲେ । ନିଜ ସ୍ଵାମୀଙ୍କୁ ନିଜ କୋଳରେ ହିଁ ପ୍ରାଣ ତ୍ୟାଗ କରିବାର ରେଣୁ ସିଂହଲ ଦେଖି ସେ ମର୍ମାହତ ହୋଇ ପଡିଥିଲେ ।

ଏହି ଭଳି ଦୁଖକର ଘଟଣା ଆମ ଦେଶରେ ପ୍ରଥମ ଥର ପାଇଁ ଦେଖା ଯାଇଛି । ଯେଉଁଠି ଗୋଟିଏ ସ୍ତ୍ରୀ ନିଜ ସ୍ଵାମିକୁ ବଞ୍ଚେଇବା ପାଇଁ ନିଜର ନିଶ୍ଵାସକୁ ନିଜ ସ୍ଵାମୀକୁ ଦେବାରେ ଲାଗିଥିଲା । କିନ୍ତୁ ଅନେକ ପ୍ରୟାସ ପରେ ମଧ୍ୟ ତା ସ୍ଵାମୀ ସବୁ ଦିନ ଏ ଦୁନିଆରୁ ବିଦାୟ ନେଇଥିଲା ।

ତେଣୁ ଫେଣ୍ଡ୍ସ ଏହି ମହାମାରୀ ଠାରୁ ବଞ୍ଚିବା ପାଇଁ ସବୁବେଳେ ସତର୍କ ରୁହନ୍ତୁ ଓ ସାବଧାନ ରୁହନ୍ତୁ, ତେବେ ଯାଇ ଆପଣ ବଞ୍ଚି ପାରିବେ ଓ ଆପଣଙ୍କ ପରିବାରକୁ ବଞ୍ଚାଇ ପାରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଏ ଲାଇକ କରନ୍ତୁ ।