ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ଘର ପାଇଁ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ନାରୀ ମାନଙ୍କ ଦ୍ଵାରା ଘର ସ୍ଵର୍ଗ ହୋଇଯାଇଥାଏ । ଯଦି ନାରୀ ମାନେ ଏପରି କିଛି ଭୁଲ ନିଜ ଜୀବନରେ ସବୁବେଳେ କରୁଥାନ୍ତି । ତେବେ ଏପରି ମହିଳା ମାନଙ୍କ ପାଇ ତାଙ୍କ ସ୍ଵାମୀ ଜୀବନରେ ଦରିଦ୍ରତା ଆସିଯାଇଥାଏ। ମହିଳା ମାନେ ସର୍ବଦା ମଝି ସିନ୍ଥିରେ ସିନ୍ଦୁର ଲଗାଇବା ଉଚିତ । କାରଣ ସ୍ଵାମୀର ମଙ୍ଗଳ କରିବା ସହିତ ସ୍ଵାମୀର ସୁଖ, ସମୃଦ୍ଧିର ଉନ୍ନତି ଘଟିଥାଏ ।
କାରଣ ଯେଉଁ ମହିଳା ମାନେ ମଝି ସିନ୍ଥିକୁ ଛାଡି ବଙ୍କା ସିନ୍ଥିରେ ସିନ୍ଦୁର ଲଗାଇଥାନ୍ତି । ତେବେ ଏହା ତାଙ୍କ ସ୍ଵାମୀର ବର୍ବାଦୀର କାରଣ ହୋଇଥାଏ। ଅନେକ ମହିଳା ନିଜ ମଥାରେ ସିନ୍ଦୁର ଲଗାଇବା ସମୟରେ ନିଜ ହାତରେ ସିନ୍ଦୁର ଲଗାଇଦେଇଥାନ୍ତି । ହେଲେ ଏପରି ନିଜ ହାତରେ ସିନ୍ଦୁର ଲଗାଇବା ମଥାରେ ଅନୁଚିତ । ସିନ୍ଦୁରକୁ ରୂପା କଣ୍ଟା ନା ଝିଙ୍କ କାଠିରେ ଲଗାଇବା ଉଚିତ । ଅନେକ ମହିଳା ଲୁହା କଣ୍ଟାରେ ସିନ୍ଦୁର ଲଗାଇଥାନ୍ତି ।
ହେଲେ ଏପରି ଲୁହା କଣ୍ଟାରେ ସିନ୍ଦୁର ଲଗାଇବା ଅନୁଚିତ । ଅନେକ ମହିଳା ଠାକୁର ପୂଜା କରିବା ସମୟରେ ତଳେ ଭୂମୀ ଉପରେ ବସି ପୂଜା କରିଥାନ୍ତି । ପୂଜା କରିବା ସମୟରେ କାଠ ପିଢା ବ କୁଶ ଆସନରେ ଉପରେ ବସି ପୂଜା କରିବା ଦ୍ଵାରା ଘରର ସମୃଦ୍ଧି ବଢିଥାଏ । ଅନେକ ମହିଳା ଗାଧୋଇବା ସମୟରେ ଉଲଗ୍ନ ହୋଇକରି ଗାଧୋଇଥାନ୍ତି । ଏପରି କରିବା ଦ୍ଵାରା ତାଙ୍କ ଘରର ଦୁର୍ଭାଗ୍ୟ ଆସିଯାଇଥାଏ ।
ତେଣୁ ବାଥରୁମ୍ ରେ ହେଉ ଅବା କୌଣସି ସ୍ଥାନରେ ସ୍ନାନ କରିବା ସମୟରେ ନିଜ ଶରୀରରେ କପଡା ରଖି ସ୍ନାନ କରିବା ଉଚିତ । ଯାହା ଦ୍ଵାରା କି ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଘର ଉପରେ ପଡିଥାଏ । ସ୍ନାନ କରିବା ପରେ ଓଦା ବସ୍ତ୍ରରୁ ଝରୁ ଥିବା ପାଣି ଅନ୍ୟ କାହା ଉପରେ ପଡିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ ।
ମହିଳା ମାନେ ନିଜ ମଥାରେ କେବଳ ନାଲି ରଙ୍ଗର ସିନ୍ଦୁର ହିଁ ଲଗାଇବା ଉଚିତ । ମାର୍କେଟରୁ ଅନ୍ୟ କୌଣସି ରଙ୍ଗର ସିନ୍ଦୁର ନିଜ ସାଉକୀ ଅନୁଯାଇ ଲଗାଇବା ଅନୁଚିତ । ଏହା ଦ୍ଵାରା ସ୍ଵାମୀର ଆୟୁଷ କ୍ଷୀଣ ହୋଇଥାଏ । ଏହା ସହ ସ୍ଵାମୀଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଥାଏ । ଗୁରୁବାର ଦିନ ଯଦି କାନ୍ଥରେ ଝିଟିପିଟି ଦେଖିଥାନ୍ତି ।
ତେବେ ଠାକୁର ଘରୁ ଅରୁଆ ଚାଉଳ ଆଣି ନିଜ ମନରେ କୌଣସି ଏକ ମନସ୍କାମନା ରଖୀ ଝିଟିପିଟି ଉପରକୁ ଫୋଫାଡନ୍ତୁ । ଯାହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ମନୋବାଞ୍ଛିତ କାମନା ପୂରଣ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ