ସ୍ତ୍ରୀ ଚାଲିଗଲା ପରେ ଝିଅକୁ ବୁଲାଇ ନେଇଥିଲା ବାପା ଚନ୍ଦନ,ହେଲେ କାହିଁକି ନିଷ୍ଠୁର ସାଜିଲା ବାପା…

ଭଉଣୀ ମନା କରୁଥିଲା । ଆଉ କହୁଥିଲା ସେ କୁନି ଝିଅ ତୃପ୍ତି ର ଜୀବନକୁ କାହିଁକି ନଷ୍ଟ କୃ ଦେଉଛୁ । ତାକୁ କାହିଁକି ମାରି ଦେଉଛୁ ? କିନ୍ତୁ ଶୁଣି ନ ଥିଲା ବାପା ଚନ୍ଦନ । ହଁ ଦର୍ଶକ ବନ୍ଧୁ ନିଜେ ସିନା ମରଣ ମୁହଁ କୁ ଚାଲିଗଲେ ହେଲେ ଝିଅକୁ ସାଙ୍ଗରେ ନେଇଗଲେ ବାପା ଚନ୍ଦନ । ଚନ୍ଦନ ନିଜ ଅଣ୍ଟା ରେ ବାନ୍ଧି ଥିବା ଗାମୁଛା ରେ ଝିଅକୁ ବାନ୍ଧି ନଦୀ କୁ ଡେଇଁ ପଡିଥିଲେ । ଆଉ ବାପା ଚନ୍ଦନର ସିନା ମୃତ ଦେହ ମିଳି ଯାଇଛି ହେଲେ ଏ ଯାଏଁ ଝିଅ ତୃପ୍ତି ର ମୃତ ଦେହ ମିଳିପାରି ନାହିଁ ।

ଏବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ କୁନି ଝିଅ କୁ ପାଗଳ ଭଳି ଭଲ ପାଉଥିବା ବାପା କାହିଁକି ଏମିତି କରିଲା ? କାହିଁକି ନିଜ ଝିଅକୁ ନିଜ ହାତରେ ମାରି ଦେଲେ ଚନ୍ଦନ ? ନିଜେ ମରିବା ସହ ଝିଅକୁ ମଧ୍ୟ ସାଙ୍ଗରେ ନେଇଗଲେ । ଚନ୍ଦନଙ୍କ ମା ଙ୍କ କହିବା ଅନୁଯାୟୀ ଚନ୍ଦନ ସବୁବେଳେ ଚିନ୍ତାରେ ରହୁଥିଲେ । ସ୍ତ୍ରୀ ଚାଲିଗଲା ପରେ ସ୍ତ୍ରୀ ଙ୍କୁ ଝୁରି ହେଉଥିଲେ ଚନ୍ଦନ । ଆଉ ସେପଟେ ଶ୍ଵଶୁର ଘର ଲୋକେ ପଛରେ ପଡି ଯାଇଥିଲେ ।

ବିଭିନ୍ନ କଥା କହୁଥିଲେ । ଆଉ ପୁରା ଚାପ ରେ ରହୁଥିଲେ ଚନ୍ଦନ । ପାଗଳ ଭଳି ଭଲ ପାଉଥିବା ଝିଅ କୁ କାହିଁକି ଚନ୍ଦନ ଜୀବନ ହାରି ଦେଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି । ସୂଚନା ଅନୁଯାୟୀ ପାଖ ଗାଁ ର ଲକ୍ଷ୍ମୀପ୍ରିୟା ଙ୍କୁ ଭଲ ପାଇ ବାହା ହୋଇଥିଲେ ଚନ୍ଦନ । ଆଉ ବାହାଘର ପରେ ସୁରଟ କୁ ନେଇ ଯାଇଥିଲେ ସ୍ତ୍ରୀ ଙ୍କୁ ଚନ୍ଦନ । ଦୁହେଁ ବେଶ ଖୁସିରେ ରହୁଥିଲେ ।

ଆଉ ତା ପରେ ତୃପ୍ତି ଜନ୍ମ ନେଇଥିଲା । କିନ୍ତୁ ହଠାତ ଦୁହିଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଯେଉଁଥି ପାଇଁ ସ୍ତ୍ରୀ ଜୀବନ ହାରି ଦେଲେ । ଆଉ ଲକ୍ଷ୍ମୀ ଜୀବନ ହାରିବା ପରେ ସୁରଟ ରେ ନ ରହି ଗାଁ କୁ ଫେରିଥିଲେ ଚନ୍ଦନ ଝିଅ କୁ ଧରି । ଅନ୍ୟ ପରେ ଶ୍ଵଶୁର ଘର ଲୋକେ କହୁଥିଲେ ଯଦି ଦ୍ଵିତୀୟ ବିବାହ କରିବାର ଅଛି ତେବେ ତୃପ୍ତି ନାଁରେ 2 ଲକ୍ଷ ରଖ । ତା ପରେ କାହାକୁ ବାହା ହେବା କଥା ହୁଅ ।

ଯାହା ପାଇଁ ଚନ୍ଦନ ଦ୍ଵିତୀୟ ବିବାହ ମଧ୍ୟ କରିପାରୁ ନ ଥିଲେ । ଝିଅଟି ସବୁବେଳେ ମା କୁ ଝୁରି ହେଉଥିଲା । ଚନ୍ଦନ ମଧ୍ୟ ସ୍ତ୍ରୀ ଙ୍କୁ ଖୁରୀ ହେଉଥିଲେ । ଆଉ ଶେଷରେ ବାଇକରେ ଝିଅକୁ ବୁଲାଇ ନେବାକୁ ଯାଇଥିଲେ । ଅଧା ବାଟରେ ନିସ୍ପତି ନେଲେ ଆଉ ହଠାତ ବୈତରଣୀ ବ୍ରିଜ ଉପରୁ ଝିଅକୁ ଧରି ଡେଇଁ ପଡିଥିଲେ ଚନ୍ଦନ । ଏଠାରୁ ଭଉଣୀକୁ ଫୋନ କରି କହିଥିଲେ ମୁଁ ଝିଅକୁ ଧରି ଲକ୍ଷ୍ମୀ ପାଖକୁ ଚାଲି ଯାଉଛୁ । ଯାହା ପରେ ଚନ୍ଦନଙ୍କ ବଉଣୀ ଅନେକ ବୁଝାଇଥିଲେ ହେଲେ ସେ ବୁଝି ନ ଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।