Paytm କାଣ୍ଡ: କିଛି ସମୟ ଭିତରେ ହିଁ 7 ରୁ 85 ଲକ୍ଷ ସାଲାରୀ ପର୍ଯ୍ୟନ୍ତ ପହଞ୍ଚିଥିଲେ ସୋନିୟା.. ତା ପରେ କରିବାକୁ ଲାଗିଲେ ମାଲିକକୁ ବ୍ଲାକମେଲ – ପୁରା ଘଟଣା କଣ ଥିଲା??

ପେଟିଏମ ଫାଉଣ୍ଡର ବିଜୟ ଶେଖର ଶର୍ମାଙ୍କୁ ବ୍ଳାକମେଲ କରି ୧୦ କୋଟି ଟଙ୍କା ମାଗିବା ବାଲା କାହାଣୀ କୌଣସି ଫିଲ୍ମ ରୁ କମ ନୁହଁ। ନୋଏଡା ପୁଲିସ କହିଲେ କି କମ୍ପାନି ର କର୍ପୋରେଟ କମ୍ଯୁନିକେଶନ ର ପ୍ରମୁଖ ସୋନିୟା ଧବନ ଏହି ଯୋଜନା କରିଥିଲେ । ସେ ସବୁବେଳେ ଶର୍ମାଙ୍କୁ ଫିରୋତି ଟଙ୍କା ଦେବା ପାଇଁ କହୁଥିଲେ । ପୁଲିସ ଏହି ମାମଲାରେ ସୋନିୟା ଧବନ, ତାଙ୍କ ସ୍ଵାମୀ ରୂପକ ଜେନ ଏବଂ ପେଟିଏମ ର ଅନ୍ୟ ଏକ କର୍ମଚାରୀ ଦେବେନ୍ଦ୍ର କୁମାରଙ୍କୁ ଗିରଫ୍ତାର କରିଛନ୍ତି ।

ସୋନିୟା ର କ୍ଯାରିୟର ରେକର୍ଡ ବହୁତ ଭଲ ଅଟେ । ସେ ଜାନୁଆରୀ ୨୦୧୦ ରେ ପେଟିଏମ ରେ ଯୋଗ ଦେଇଥିଲେ। ସେ ଆରମ୍ଭରୁ ପେଟିଏମ ଫାଉଣ୍ଡର ବିଜୟ ଶେଖରଙ୍କର ସେକ୍ରେଟରୀ ରୂପରେ କାମ କରିଥିଲେ । ପର ସେ କମ୍ପାନି ରେ ଲଗାତାର ସଫଳତା ପାଇ ଚାଲିଲେ।

ଡିଜିଟଲ ଟ୍ରାଂଜେକ୍ଶନ କମ୍ପାନୀ ପେଟିଏମ ବ୍ଳାକମେଲ ମାମଲାର ମୁଖ୍ୟ ଆରୋପି ସୋନିୟା ଧବନ ଗତ ମାସରେ ୱାଇସ ପ୍ରେସିଡେଂଟ ପୋସ୍ଟରେ ପ୍ରୋମ୍ଟ କରାଯାଇଥିଲା । ସୋନିୟାଙ୍କୁ ବିଜୟଙ୍କ ଠାରୁ ୨୦ କୋଟି ଟଙ୍କା ଫିରୋତି ମାଗିବା ଆରୋପରେ ଗିରଫ୍ତାର କରାଯାଇଥିଲା । ଏହି କମ୍ପାନୀ ରେ ୮ ବର୍ଷରେ ସୋନିୟାଙ୍କ ଦରମା ୭ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮୫ ଲକ୍ଷ ପର୍ଯ୍ଯନ୍ତ ବଢି ଯାଇଥିଲା ।

ସୋନିୟା ହିଁ ଦେବେନ୍ଦ୍ର ସହିତ ମିଶି ବିଜୟଙ୍କ ଲାପଟୋପ ରୁ ଡାଟା ଲିକ କରିଥିଲେ । କିନ୍ତୁ ଅନ୍ୟ ଏକ ଚତୁର୍ଥ ବ୍ୟକ୍ତି ଦ୍ଵାରା ଫିରୋତି ର ଟଙ୍କା ମାଗିଥିଲେ । ତଥ୍ୟ ରୁ ଜଣା ଯାଇଛି କି ସୋନିୟା ଏପଟେ ଏହି ଲୋକକୁ କଣ କହିବା ପାଇଁ କହୁଥିଲା ଏବଂ ସେପଟେ ନିଜ ବସ କୁ ମଧ୍ୟ ଟଙ୍କା ଦେବା ପାଇଁ କହୁଥିଲା ।

ପୁଲିସ ର ଆଶଙ୍କା ଅଛି କି ଆରୋପି ମାନେ ଏହି ଟଙ୍କାରେ ପ୍ରୋପାର୍ଟି କିଣି ବାର ଆଶାରେ ଥିଲେ । କୋର୍ଟ ମଙ୍ଗଳବାର ଦିନ ତିନି ଆରୋପିଙ୍କୁ 14 ଦିନ ପର୍ଯ୍ଯନ୍ତ ଜେଲ ରଖିବା ପାଇଁ କହିଛନ୍ତି । ସୋନିୟା ଏବଂ ଦେବେନ୍ଦ୍ରଙ୍କ ଘରେ ଏକ ହାର୍ଡ ଡିସ୍କ ମିଳିଛି ଯେଉଁଥିରେ କମ୍ପାନି ର ବହୁତ ମୂଲ୍ୟବାନ ଡାଟା ଅଛି ।

ପୁଲିସ ଅଧିକାରୀ କହିଲେ ସୋନିୟା ଏବଂ ଦେବେନ୍ଦ୍ର ପେଟିଏମ ରେ ୧୦ ବର୍ଷ ପୂର୍ବରୁ ଚାକିରି ଆରମ୍ଭ କରିଥିଲେ । ସୋନିୟା କମ୍ପାନୀ ର ବଢିବା ପାଇଁ ନିଜର ଭୂମିକା ଥିବାରୁ ସେ ୧୦ କୋଟି ଟଙ୍କା ମାଗିଥିଲେ । ଦେବେନ୍ଦ୍ର ର କୌଣସି ପ୍ରମୋଶନ ହେଇ ନଥିଲା, କିନ୍ତୁ ସୋନିୟା ର ପ୍ରମୋଶନ ହେଇ ଶେଖରଙ୍କର ପର୍ସନଲ ସେକ୍ରେଟରୀ ହୋଇଥିଲେ ।