ହିନ୍ଦୁ ଧର୍ମରେ ସବୁ ମାସ ବହୁତ ଭଲ ହୋଇଥାଏ କିନ୍ତୁ ଶ୍ରାଦ୍ଧର ମାସ ଏକ ମାତ୍ର ଏମତି ମାସ ଯେଉଁଥିରେ ଲୋକମାନେ ବହୁତ ପୂର୍ବରୁ କେତେକ ନିୟମ ପାଳନ କରୁଛନ୍ତି । ଶ୍ରାଦ୍ଧ ର ମାସରେ କେବଳ ବର୍ତମାନ ନୁହେଁ ପୂର୍ବଜ ମାନେ ବି ଜଡିତ ଅଛନ୍ତି । ଇତିହାସ ରେ ଶ୍ରାଦ୍ଧ କୁ ନେ କେତେ ପ୍ରକାର ପରମ୍ପରା ଏବଂ ପୁରୁଣା କାହାଣୀ ଅଛି । ଯାହାର କଥା ଆଜି ବି ରାମାୟଣ ରେ ହୋଇଥାଏ । ଆଜି ଆମେ ଏହି ଶ୍ରାଦ୍ଧ ସହ ଜଡିତ କିଛି କାହାଣି କହିବାକୁ ଯାଉଛୁ ।
କୁହାଯାଏ କି ଯେତେବେଳେ ଭଗବାନ ରାମ ଲକ୍ଷ୍ମଣ ଏବଂ ସୀତା 14 ବର୍ଷ ବନବାସ ପାଇଁ ଘରୁ ବାହାରେ ଥିଲେ ତେବେ ଏହା ଭିତରେ ତାଙ୍କ ପିତା ମାନେ ରାଜା ଦଶରଥଙ୍କର ନିଧନ ହୋଇ ଯାଇଥିଲା । ଏହାକୁ ଶୁଣି ତିନି ଜଣ ହିଁ ବହୁତ ଦୁଖୀ ହୋଇ ଯାଇଥିଲେ କିନ୍ତୁ ଦଶରଥ ଙ୍କର ସନ୍ତାନ ହେବାର କର୍ତବ୍ୟ କୁ ପାଳନ କରିବା ତାଙ୍କ ପାଇଁ ସେତିକି ହିଁ ଅବଶ୍ୟକ ଥିଲା । ମା ସୀତା ଲକ୍ଷ୍ମଣଙ୍କୁ ପିଣ୍ଡଦାନ କରିବାର ସାମଗ୍ରୀ ଖୋଜି କରି ଆଣିବା ପାଇଁ ହୁକୁମ ଦେଲେ ।
କିନ୍ତୁ ବହୁତ ସମୟ ପର ଏବି ଯେତେବେଳେ ଲକ୍ଷ୍ମଣ ଆସିଲେ ନାହିଁ ତେବେ ମା ସିତାଙ୍କୁ ତାଙ୍କର ଚିନ୍ତା ହେଲା । ଏହି ପରିସ୍ଥିତିରୁ ବାହାରିବା ପାଇଁ ମା ସୀତା ନିଜେ ପିଣ୍ଡଦାନ ପାଇଁ ପ୍ରବନ୍ଧ କରିଲେ । କୁହାଯାଏ କି ପିଣ୍ଡଦାନ ରେ ମା ସୀତା ପଣ୍ଡିତ, ଗାଈ, ଫଲ୍ଗୁ, ନଦୀ ଏବଂ କାଉ ର ସାକ୍ଷୀ ମାନି ଥିଲେ । ଯେତେବେଳେ ଭଗବାନ ରାମ ସୀତା ପାଖକୁ ଆସିଲେ ତେବେ ସୁଦାମା କହିଲେ କି ସେ ପିଣ୍ଡଦାନ ପୁରା ପରମ୍ପରା ସହ କରିଛନ୍ତି । ଏବଂ ସେ ଏହି ଚାରିଜଣଙ୍କୁ ପଚାରି ପାରନ୍ତି ।
ମା ସୀତାଙ୍କୁ ବିଶ୍ଵାସ ଥିଲା କି ସେମାନେ ଚାରିଜଣ ସତ କଥା କହିବେ କିନ୍ତୁ ସେମାନେ ନିଜ କଥାରୁ ଓହରି ଯାଇ ଏହି କଥାକୁ ମିଛ କହିଲେ । ଏହା ପରେ ଭଗବାନ ରାମ ସିତାଙ୍କ ଉପରେ ରାଗିଗଲେ, ସୀତା ରାମଙ୍କର ରାଗକୁ ଶାନ୍ତ କରିବା ପାଇଁ ରାଜା ଦଶରଥଙ୍କର ଆତ୍ମାକୁ ସାମନ୍ନାରେ ଆସିବା ପାଇଁ ବିନତି କରିବା ଆରମ୍ଭ କରିଦେଲ । କିଛି ସମୟ ପରେ ରାଜା ଦଶରଥ ସେଠି ପ୍ରକଟ ହୋଇ ସୀତାଙ୍କ ଦ୍ଵାରା ତାଙ୍କର ପିଣ୍ଡଦାନ ହୋଇଛି ଏବଂ ସେହି ଚାରିଜଣ ମିଛ କଥା କହୁଛନ୍ତି ।
ମା ସୀତା ରାଗି ଯାଇ ପଣ୍ଡିତକୁ ଅଭିଶାପ ଦେଲେ ତୁମକୁ ଯେତେ ଖାଇବା ପିଇବା ମିଳୁ, ରାଜା ମହାରାଜା ବି ସବୁକିଛି ନିଜର ଦେଇଦିଅନ୍ତୁ କିନ୍ତୁ ତୁମେ ଗରିବ ହିଁ ରହିବ । ମା ସୀତା ଫଲ୍ଗୁ ନଦୀ ପାଣି ଦେବା ପରେ ମଧ୍ୟ ତାଙ୍କୁ ଅଭିଶାପ ଦେଲେ ସେ ସବୁବଳେ ଶୁଖିଲା ରହିବେ ଏବଂ ଗାଈକୁ ପୂଜା କରିଲେ ବି ସେ ଏଠି ସେଠି ବୁଲି ଅଇଁଠା ଖାଇବାକୁ ପଡିବ । କାଉ କୁ କହିଲେ ତୁ ଏକୁଟିଆ ଭୋକରେ ରହିବୁ ଏବଂ ଝଗଡା କରି ଖାଇବା ପାଇଁ ଅଭିଶାପ ଦେଲେ । ସେହି ସମୟରୁ ନେଇ ଆଜି ପର୍ଯ୍ୟନ୍ତ ସେମାନେ ଏହି ଅଭିଶାପ କୁ ଭୋଗ କରୁଛନ୍ତି ।