ସିଂହ ରାଶିର ଅକାଟ୍ୟ ସତ୍ୟ କଥା ! ଜାଣନ୍ତୁ ସିଂହ ରାଶିର ସଂପୂର୍ଣ୍ଣ ବିବରଣୀ… (Jyotish shastra)

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ଥିବା 12 ଗୋଟି ରାଶି ମଧ୍ୟରୁ ସିଂହ ରାଶି ସମ୍ପର୍କରେ ଆଜି ବିସ୍ତ୍ରୁତ ଭାବେ ଆଲୋଚନା କରିବା । ସେମାନଙ୍କ ଚରିତ୍ର, ସ୍ଵଭାବ, କାର୍ଯ୍ୟରୁଚି ଆଦି ପ୍ରେମ ଜୀବନ, କ୍ୟାରିଅର, ଧନଜୀବନ ଏମିତି ଅନେକ କିଛି ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ସିଂହ ରାଶି କୁ 3 ଭାଗ ରେ ବିଭକ୍ତ କରାଯାଇଛି ଯଥା 10/5 ମେଘା ନକ୍ଷତ୍ର ସିଂହ ରାଶି ଏମାନେ ଦାନବ ଗଣ, 11/ 5 ପୂର୍ବାଭାଦ୍ରପଦ ନକ୍ଷତ୍ର ସିଂହ ରାଶି ଏମାନେ ହେଉଛନ୍ତି ମାନବ ଗଣ, 12 /5 ଉତ୍ତର ଫାଲଗୁନ ନକ୍ଷତ୍ର ଏମାନେ ମାନବ ଗଣ ରଜସେକ ଭକ୍ତିରେ ଏମାନେ ଲିପ୍ତ ଥାନ୍ତି ।

ସିଂହ ରାଶିର ଲୋକ ବିଚାର ବନ୍ତ, ବଳବାନ, ସାହସୀ, ସତ୍ୟ ପ୍ରିୟ ଏବଂ ଉଦାର ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ମନ୍ଦ ବୁଦ୍ଧି ହେଉଛି ଗର୍ବି ଓ ଅହଙ୍କାରୀ । ବାତ ରୋଗ, ଶିର, ଗଳା, ଉଦର ରୋଗ ଆଦି ଏମାନଙ୍କୁ ହୋଇଥାଏ । ସରକାରୀ କର୍ମଚାରୀ , ବେସରକାରୀ କର୍ମଚାରୀ, କୃଷି, ଶିଳ୍ପ, ପରିବହନ, ଯୋଗାଯୋଗ , ଧର୍ମ ପ୍ରଚାରକ , ଇଞ୍ଜିନିୟର, ଡକ୍ଟର, ଆଦି କ୍ଷେତ୍ରରେ ଏହି ଏମାନେ ବିଶେଷ ଭାବେ କାର୍ଯ୍ୟ କରିଥାନ୍ତି ।

ସୁନା ବା ତମ୍ବା ପୂଜା କରି ରବିବାର ପିନ୍ଧିଲେ ଏମାନଙ୍କ ପାଇଁ ଶୁଭ ହୋଇଥାଏ । ହରିବଂଶ ପାଠ କରିଲେ ଶୁଭ ହୋଇଥାଏ । ଶୁଭ ରଙ୍ଗ କମଳା ରଙ୍ଗ । ବୁଦ୍ଧି ପ୍ରଖର ହୋଇଥାଏ । କାର୍ଯ୍ୟ ରେ ସଫଳତା ହାସଲ ପର୍ଯ୍ୟନ୍ତ ଚେଷ୍ଟା ଚାଲିଥାଏ । ଯତ୍ନବାନ୍ ଓ ଜ୍ଞାନୀ ହୋଇଥାନ୍ତି । ବିଦ୍ୟା କମ୍ ଥିଲେ ମଧ୍ୟ ବୁଦ୍ଧିର ସହାୟକରେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ମାନ୍ୟତା ପାଇଥାନ୍ତି ।

ଚତୁର ଓ ଧର୍ଯ୍ୟବାନ୍ ଉଦାରତା ହୋଇଥାନ୍ତି । ତାଲିମ ପାଇଁ ପ୍ରତିଷ୍ଠିତ ହୋଇଥାନ୍ତି । ବିଚାର ମନ୍ତ ଓ ସୁସମ୍ପର୍କ ଗଠନ କରିଥାନ୍ତି । ଭଲ କାର୍ଯ୍ୟ ରେ ମାନ ଥାଏ । ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତି । ସବୁ ବର୍ଷ ଦ୍ୱିତୀୟ ମାସ 3, 18, 24,29 ଆଦି ଦିନ ଗୁଡ଼ିକ ଖରାପ ହୋଇଥାଏ । ପ୍ରତି ଶନିବାର ଅଶୁଭ ଅଟେ । କର୍କଟ, ବିଛା ,ମୀନ , ରାଶି ର ବ୍ୟକ୍ତି ଏମାନଙ୍କ ପାଇ ଅସୁବିଧା ସୃଷ୍ଟି କରିଥାନ୍ତି । କଳା ରଙ୍ଗର ବସ୍ତ୍ର ଓ ପଦାର୍ଥ ଅଶୁଭ ହୋଇଥାଏ ।

ପାରିବାରିକ ସମସ୍ୟା ଦୂରୀଭୂତ ହେବ । ନିଜ ଜୀବନ ସାଥି ଙ୍କୁ ଖୁସି ରେ ରଖିବେ । ଜୀବନର ଶେଷରେ ଭୂସମ୍ପତ୍ତି ଧନ ଅର୍ଜନ ଆଦିରେ ଲୋଭ ରହିବ । ଅହିଂସା ଆଚରଣ କରିବେ । ଯାନବାହାନ ପ୍ରାପ୍ତ ସହ ଧନ ପ୍ରାପ୍ତି ଯୋଗ ରହିଥାଏ । ପତ୍ନୀଙ୍କ ସହ ବେଳେ ମନୋମାଳିନ୍ୟ ହୋଇପାରେ । ହେଲେ ଭୁଲ ବୁଝାମଣା ଶେଷ ପରେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି । ସୁଯୋଗ୍ୟ ସନ୍ତାନ ମାନ ଙ୍କ ପାଇ ଜୀବନ ରେ ଖୁସି ଭରି ଆସିଥାଏ ।

ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ