ଶିବଙ୍କର ରୁଦ୍ରାଭିଷେକ କରିବା ଦ୍ଵାରା ପୁରା ହୋଇଯାଏ ସବୁ ମନୋକାମନା, କେବଳ ଏହି ସବୁ କଥା ପ୍ରତି ଧ୍ୟାନ ରଖନ୍ତୁ

ଆମ ଶାସ୍ତ୍ରରେ ରୁଦ୍ରାଭିଷେକକୁ ବହୁତ ଉତ୍ତମ ବୋଲି କୁହାଯାଇଛି ଓ ରୁଦ୍ରାଭିଷେକ କରିବା ଦ୍ଵାରା ଏକ ସହିତ ବିଭିନ୍ନ ସମସ୍ୟା ଦୂର ହୋଇଯାଏ । ରୁଦ୍ରାଭିଷେକ କରିବା ଦ୍ଵାରା ଜାତକରେ ଥିବା ଗ୍ରହଦୋଷକୁ ମଧ୍ୟ ଦୂର କରାଯାଇ ପାରିବ ଓ ଭଗବାନ ଶିବଙ୍କର କୃପା ମଧ୍ୟ ମିଳିପାରିବ । ଏହା ସହିତ ମନୋସ୍କାମନାକୁ ପୁରା କରିବା ପାଇଁ ମଧ୍ୟ ରୁଦ୍ରାଭିଷେକ କରାଯାଇଥାଏ ।

ରୁଦ୍ରାଭିଷେକ କେଉଁ ଭଳି ଭାବରେ ଏବଂ କେଉଁ ଉପାୟରେ କରାଯିବା ଉଚିତ ତାହା ଆମେ ଆପଣଙ୍କୁ ଆଜି କହିବୁ ।

ଘର କିଣିବା ପାଇଁ

ଘର କିମ୍ବା ବାହନ କିଣିବା ପାଇଁ ଆପଣଙ୍କୁ ଦହି ଦ୍ଵାରା ରୁଦ୍ରାଭିଷେକ କରିବା ଆବଶ୍ୟକ । ଯଦି ଆପଣ ଘର କିମ୍ବା ଗାଡି କିଣିବାକୁ ଚାହୁଁଛନ୍ତି ତେବେ ଜଲ୍ଦି ହିଁ କିଣି ପାରିବେ ।

ଧନ ପାଇବା ପାଇଁ

ଯେଉଁ ଲୋକମାନେ ଅଧିକ ଧନ ଉପାର୍ଜନ କରିବା ପାଇଁ ଚାହୁଁଛନ୍ତି ଓ ଯେଉଁ ଲୋକମାନେ ଆର୍ଥିକ ସମସ୍ୟାରେ ଚିନ୍ତିତ ଅଛନ୍ତି ସେମାନେ ମହୁ ଓ ଘିଅକୁ ମିଶାଇ ରୁଦ୍ରାଭିଷେକ କରିବା ଉଚିତ । ମହୁ ଓ ଘିଅ ବ୍ୟତୀତ ଆପଣ ଆଖୁ ରସରେ ବି ରୁଦ୍ରାଭିଷେକ କରି ପାରିବେ ।

ମୋକ୍ଷ ହାସଲ କରିବା ପାଇଁ

ମୋକ୍ଷ ପାଇବାର ଇଛା ରଖୁଥିବା ଲୋକମାନେ ରୁଦ୍ରାଭିଷେକ କରି ନିଜର ଏହି ଇଛାକୁ ପୁରା କରି ପାରିବେ । ଯେଉଁ ଲୋକମାନେ ନିଜ ଜୀବନରେ ମୋକ୍ଷ ଚାହୁଁଛନ୍ତି ସେମାନେ ତୀର୍ଥ ସ୍ଥାନରେ ପାଣି ଦ୍ଵାରା ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ।

ରୋଗ ଦୂର କରିବା ପାଇଁ

ରୋଗରେ ପୀଡିତ ଲୋକମାନେ ଯଦି ରୁଦ୍ରାଭିଷେକ କରିବା ସମୟରେ ସେଥିରେ ଅଳ୍ପ ଅତର ମିଶାଇ ଅଭିଷେକ କରନ୍ତି ତେବେ ସେମାନଙ୍କୁ ଏହାର ଲାଭ ମିଳି ପାରିବ ।

ବିଦ୍ଵାନ ହେବା ପାଇଁ

ବିଦ୍ଵାନ ହେବା ପାଇଁ ଇଚ୍ଛା ରଖୁଥିବା ଲୋକମାନେ ଯଦି କ୍ଷୀରରେ ଚିନି ମିଶାଇ ଶିବଙ୍କର ଅଭିଷେକ କରିବେ ତେବେ ତାଙ୍କୁ ଲାଭ ମିଳିବ ଏବଂ ମୂର୍ଖ ବ୍ୟକ୍ତି ମଧ୍ୟ ବିଦ୍ଵାନ ହୋଇଯିବ ।

ଶତୃକୁ ପରାସ୍ତ କରିବା ପାଇଁ

ନିଜର କୌଣସି ବି ଶକ୍ତିଶାଳୀ ଶତୃ କୁ ପରାସ୍ତ କରିବା ପାଇଁ ଆପଣ ରୁଦ୍ରାଭିଷେକ କରି ପାରିବେ । ଏହି ରୁଦ୍ରାଭିଷେକ କରିବା ପାଇଁ କେବଳ ଶୋରିଷ ତେଲର ବ୍ୟବହାର କରନ୍ତୁ ।

ବଂଶ ବୁଦ୍ଧି ପାଇଁ

ଯେଉଁ ଲୋକମାନେ ନିଜର ବଂଶ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ସେମାନେ କେବଳ ଶିବଙ୍କର ସହସ୍ରନାମର ମନ୍ତ୍ର ଜପ କରି ଶିବଲିଙ୍ଗ ଉପରେ ଘିଅ ଢାଳନ୍ତୁ । ଏହିଭଳି ରୁଦ୍ରାଭିଷେକ କରିବା ଦ୍ଵାରା ଆପଣଙ୍କର ବଂଶ ବୃଦ୍ଧି ହୋଇଥାଏ ।

ଅପରାଧ ଗୁଡିକ କ୍ଷମା କରିବା ପାଇଁ

ଯେଉଁ ଲୋକମାନେ ନିଜ ଜୀବନରେ ବହୁତ ପାପ କରିଛନ୍ତି ଓ ସେମାନେ ଏହି ପାପରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ସେମାନେ ମହୁ ଦ୍ଵାରା ରୁଦ୍ରାଭିଷେକ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ପାପରୁ ମୁକ୍ତି ପାଇ ପାରିବେ ।