“ସୀତା ଲୋ… ଗୀତ ହିଟ୍ ହେବ ବୋଲି ଭାବି ନଥିଲି, କିନ୍ତୁ ବୁଝି ସାରିଥିଲି ମ୍ୟୁଜିକ ମୋ ଡେଷ୍ଟିନେସନ…” ସଂଗୀତକାର T. Souri ଙ୍କ ବିଶେଷ ସାକ୍ଷାତକାର

“ସୀତା ଲୋ… ଆଜି ଜଳୁଛି ଯାହାର ଚିତା ଲୋ…” ଏହି ଗୀତଟି ଆପଣ ଶୁଣିଥିବେ । ୧୯୯୨ ମସିହାରେ ରିଲିଜ ହୋଇଥିବା ଲୋକପ୍ରିୟ ଓଡିଆ ଫିଲ୍ମ “ଉଦଣ୍ଡୀ ସୀତା” ଏ ଏହି ଗୀତଟି ଆଜି ବି ଲୋକେ ମନେ ରଖିଛନ୍ତି । ଗୀତଟି ସେତେବେଳେ ବହୁତ ହିଟ୍ ହୋଇଥିଲା । ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମର ହିଟ୍ ଗୀତ “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…” ଗୀତଟିକୁ ଗାଇଥିଲେ କଣ୍ଠଶିଳ୍ପୀ ଟି ସୌରୀ ।

ଓଡିଆ ମ୍ୟୁଜିକ କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଛି । ଆଉ ଅନେକ ବର୍ଷ ପରେ ବର୍ତ୍ତମାନ କଣ୍ଠଶିଳ୍ପୀ ଟି ସୌରୀ ଓ ତାଙ୍କର ଏହି ହିଟ୍ ଗୀତକୁ ନେଇ ଅନେକ ରୋଚକ ତଥ୍ୟ ସେ ନିଜେ ସାମ୍ନାକୁ ଆଣିଛନ୍ତି । ଟି ସୌରୀଙ୍କ କହିବା ଅନୁଯାୟୀ, ସେ ଯେତେବେଳେ ତାଳଚେରରେ କଲେଜରେ ପାଠ ପଢୁଥିଲେ ସେବେଠାରୁ ସଙ୍ଗୀତ ପ୍ରତି ତାଙ୍କର ବେଶ ରୁଚି ଥିଲା । କଲେଜର ସଙ୍ଗୀତ ଦଳରେ ସେ ଗୀତ ଗାଉଥିଲେ ଏବଂ ଅନେକ ସ୍ଥାନକୁ ପ୍ରୋଗ୍ରାମ କରିବାକୁ ମଧ୍ୟ ଯାଉଥିଲେ ।

କଲେଜରେ ପଢିବା ବେଳେ ସେ ଥରେ କଟକ ଏକ ପ୍ରୋଗ୍ରାମ କରିବାକୁ ଆସିଥିଲେ । ଯାହାକୁ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଘର କାଫଲା ବଜାର ନିକଟରେ ଆୟୋଜିତ ହୋଇଥିଲା । ପ୍ରୋଗ୍ରାମ ଶେଷ ହେବା ପରେ ତାଙ୍କୁ ସ୍ୱରୂପ ନାୟକ ଡକାଇ ପଠାଇଥିଲେ । ଟି ସୌରୀଙ୍କ କଣ୍ଠ ତାଙ୍କୁ ଏତେ ପସନ୍ଦ ହୋଇଥିଲା ଯେ ସେ ହିଁ ପ୍ରଥମେ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ତାଙ୍କୁ ଯେମିତି ଗାଇବା ପାଇଁ କୁହା ଯାଇଥିଲା ସେହି ଅନୁସାରେ ଟି ସୌରୀ ଗୀତ ଗାଇଥିଲେ ।

ଆଉ ଗୀତଟି ମାର୍କେଟକୁ ଆସିବା ପରେ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ସେଥିପାଇଁ ଟି ସୌରୀ କୁହନ୍ତି କି, ତାଙ୍କ ଚେଷ୍ଟା ଓ ପରିଶ୍ରମ ସହ ଭାଗ୍ୟ ଏବଂ ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିଲା । ତେଣୁ ସେ ଏତେ ଛୋଟ ବଯସରୁ ଏଭଳି ସୁଯୋଗ ପାଇ ପଡ଼ିଥିଲେ ଏବଂ ଗୀତଟି ହିଟ୍ ମଧ୍ୟ ହୋଇଥିଲା । ଏହାପରେ ବୁଝି ସାରିଥିଲେ ଯେ ସିଙ୍ଗର ହେବା ହିଁ ତାଙ୍କର ଭାଗ୍ୟ । ଏହାବ୍ୟତୀତ ସେ ଆଉ କିଛିରେ ସଫଳ ହୋଇପାରିବେ ନାହିଁ ।

ଓଡିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ନାଁ କମେଇବା ଆଗରୁ ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ ଓ ଅଭାବ ଅସୁବିଧା ଦେଇ ମଧ୍ୟ ଗତି କରିଛନ୍ତି । ତେବେ ତାଙ୍କର ଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ସେ ଆଜିବି ଏକଦମ ପୂର୍ବ ଭଳି ଦେଖାଯାନ୍ତି ବୋଲି କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।