ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରପାରିକୁ ଯିବାର ଏହା ଭିତରେ ଦୁଇଦିନ ବିତିଗଲାଣି । ଏବେବି ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛନ୍ତି ଦେଶବାସୀ । ନିଜ ସଙ୍ଗୀତ ଜାଦୁରେ ଲତା ଚିରଦିନ ପାଇଁ ଆମର ହୋଇ ସାରିଛନ୍ତି । ତାଙ୍କୁ ଦେଶ କେବେ ମଧ୍ୟ ଭୁଲିପାରିବ ନାହିଁ । ସେଥିପାଇଁ ତ ସଂସଦରୁ ସୋ-ସି-ଆ-ଲ ମି-ଡି-ଆ ସବୁଠୁ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ବିଦେଶରୁ ମଧ୍ୟ ଅନେକ ବ୍ୟକ୍ତି ଲତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ରହିଛନ୍ତି ।
ସେ ଲତାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବେଶ ଭାବବିହ୍ଵଳ ହୋଇ ପଡିଛନ୍ତି । ସେ ଲତାଙ୍କୁ ନେଇ ଏମିତି ଏକ ପୁରୁଣା କଥା ମାନେ ପକାଇଛନ୍ତି ଯାହା ଅନେକଙ୍କ ହୃଦୟକୁ ଛୁଇଁଛି । ତାଙ୍କ କଥା ମନେପକାଇ ସୋଏବ କହିଛନ୍ତି କି, “ମୁଁ ତାଙ୍କୁ ଲତା ଜୀ ବୋଲି ସମ୍ବୋଧନ କରିବାରୁ ସେ ମୋତେ ପୁଅ ବୋଲି ସମ୍ବୋଧନ କରିବା ସହ ମାଆ ବୋଲି ଡାକିବାକୁ କହିଥିଲେ । ” କିନ୍ତୁ ତାଙ୍କୁ ଭେଟି ନପାରିବାର ଦୁଃଖ ମୋ ମନରେ ସବୁବେଳ ପାଇଁ ରହିବ ।
ନିଜ ୟୁଟ୍ଯୁବ ଚ୍ଯାନେଲରେ ସୋଏବ କହିଛନ୍ତି କି, ସେ ୨୦୧୬ରେ କୌଣସି ଏକ କାମରେ ମୁମ୍ବାଇ ଆସିଥିଲେ । ସେ ଲତା ଦିଦିଙ୍କର ବହୁତ ବଡ ପ୍ରଶଂସକ । ତାଙ୍କୁ ସେତେବେଳେ ତାଙ୍କ ସହ ଫୋନରେ କଥା ହେବା ପାଇଁ ସୁଯୋଗ ମିଳିଥିଲା । ଫୋନ କରି ସେ ଯେତେବେଳେ ତାଙ୍କୁ ଲତା ଜୀ ବୋଲି ସମ୍ବୋଧନ କରିଥିଲେ ସେ ତାଙ୍କୁ ପୁଅ ବୋଲି କହିବା ସହ ମାଆ ବୋଲି ଡାକିବା ପାଇଁ କହିଥିଲେ । ଏହା ତାଙ୍କ ପାଇଁ ବେଶ ଭଲ ମୂହୁର୍ତ୍ତ ଥିଲା ବୋଲି ସୋଏବ କହିଛନ୍ତି ।
ସୋଏବ ଲତା ଦିଦିଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପରେ ସେ ତାଙ୍କୁ ମ୍ଯାଚ ବାବଦରେ ପଚାରିଥିଲେ । ଲତା ଦିଦି ସୋଏବଙ୍କୁ ଜାଣିବା ସହ ତାଙ୍କର ଏବଂ ସଚିନଙ୍କ ଖେଳ ସେ ଅନେକ ଥର ଦେଖିଥିବା କହିଥିଲେ । ଏହାସହ ସେ ଜଣେ ଆକ୍ରମଣାତ୍ମକ ଖେଳାଳି ଏବଂ ରାଗୁଆ ସ୍ଵଭାବର ବୋଲି ଲତା ଜାଣିଥିବା କହିବା ସହ ତାଙ୍କୁ କହିଥିଲେ କି, କେବେବି ବଦଳିବ ନାହିଁ’ । ସେହି ସମୟରେ ଲତା ଦିଦି ନବରାତ୍ରି ପାଇଁ ଉପାସ ରଖୁଥିଲେ । ତେଣୁ ସୋଏବ ତାଙ୍କୁ ଭେଟିବାକୁ ଚାହିଁବାରୁ ଲତା ଦିଦି ତାଙ୍କୁ ନବରାତ୍ରି ପରେ ଭେଟିବାକୁ କହିଥିଲେ ।
କିନ୍ତୁ ସୋଏବ ନବରାତ୍ରି ଶେଷ ହେବା ପୂର୍ବରୁ ପାକିସ୍ତାନକୁ ଫେରି ଆସିଥିଲେ । ଆଉ ଏହାପରେ ତାଙ୍କୁ କେବେବି ଲତା ଦିଦିଙ୍କୁ ଭେଟିବାକୁ ସୁଯୋଗ ମିଳି ନଥିଲା । ଆଉ ଏହି ଦୁଃଖ ତାଙ୍କ ମନରେ ସବୁଦିନ ପାଇଁ ରହିବ । କ୍ରିକେଟ ପ୍ରତି ଭଲପାଇବା କାରଣରୁ ଲତା ମଙ୍ଗେସକରଙ୍କୁ ଅନେକ କ୍ରିକେଟ ଖେଳାଳି ମଧ୍ୟ ପସନ୍ଦ କରନ୍ତି ।
ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଲତା ଦିଦିଙ୍କୁ ମାଆ ବୋଲି ଡାକିଥାନ୍ତି । ଲତା ଦିଦି ପ୍ରଥମେ ସଚିନ ତେନ୍ଦୁଲକରଙ୍କୁ ଭାରତ ଦିଆଯାଉ ବୋଲି ଦାବି କରିଥିଲେ । ସେହିଭଳି କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ କ୍ରିକେଟରୁ ଅବସର ନନେବା ପାଇଁ ସେ ଅନୁରୋଧ କରିଥିଲେ ।
ସେହିଭଳି ୧୯୮୩ରେ ବିଶ୍ଵକପ୍ ବିଜେତା ଭାରତୀୟ ଖେଳାଳିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ ବିସିସିଆଇ ସହ ମିଶି ବିଭିନ୍ନ କନସର୍ଟ ମାଧ୍ୟମରେ ଅର୍ଥ୍ୟ ସଂଗ୍ରହ କରିଥିଲେ । ଯାହା ଦର୍ଶାଏ କି ଲତା କ୍ରିକେଟକୁ କେତେ ଭଲ ପାଉଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।