ନମସ୍କାର ବନ୍ଧୁଗଣ ତେବେ ସତ କୁହାଯାଏ କି ଜୀବନର ମୋଡ଼ କେତେବେଳେ ଯେ ବଦଳି ଯିବ ତାହା କେହି ଜାଣି ନାହାଁନ୍ତି । ତେବେ ହସଖୁସି ରେ ଚାଲି ଥିଲା ସୁଖର ସଂସାର, ସୁଖ ରେ ସୁଖୀ ଆଉ ଦୁଃଖ ରେ ଦୁଃଖୀ ହୋଇ ଥିଲେ ଆଉ ଦୁହେଁ ଦୁହିଁଙ୍କୁ କ୍ଷଣିକ ପାଇଁ ମଧ୍ୟ ନ ଦେଖିଲେ ବିଚଳିତ ହୋଇ ଯାଉ ଥିଲେ । କେମିତି ବା ନ ହୋଇ ଥାଆନ୍ତେ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ପା କଥା ଦେଇ ଥିଲେ ।
ଏକାଠି ରହିବେ ବୋଲି ଶପଥ ନେଇ ଥିଲେ ହେଲେ କିଏ ବା ଜାଣି ଥିଲା ତାଙ୍କର ଏହି ସୁଖ ସଂସାର ରେ ଦିନେ କଳା ବାଦଲ ମାଡ଼ି ଆସିବ । ତେବେ ଜୀବନ ମରଣ ସହ ସଂଘର୍ଷ କରୁଥିବା ସାବିତ୍ରୀ ପାଇଁ ଆଜି ସତ୍ୟବାନ ମାଗିବ ଜୀବନ ଭିକ୍ଷା । ଆଜି ଆମେ କହୁଛୁ ଅନୁଗୁଳ ତାଳଚେରର ଦମ୍ପତ୍ତି ତୁଷାର ଓ ନିରୁପମାଙ୍କ କଥା । ୩ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତ୍ତିଙ୍କ ଜୀବନରେ ମାଡି ଆସିଛି ଦୁଃଖର କଳା ବାଦଲ ।
ତେବେ ଦୀର୍ଘ ୨ ବର୍ଷ ହେବ ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନିରୁପମା । ଏମିତିରେ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିବା ନିରୁପମାଙ୍କୁ ଆଜି ବଞ୍ଚେଇବା ପାଇଁ ସ୍ଵାମୀ କରୁଛନ୍ତି ସଂଘର୍ଷ । ନିଜ ଜୀବନର ସବୁ ପୁଞ୍ଜିକୁ ନିରୁପମାଙ୍କ ଚିକିତ୍ସାରେ ଲଗେଇ ଦେଇଛନ୍ତି । ଆଉ ଏବେ ରାଜ୍ୟବାସୀଙ୍କୁ ମାଗିଛନ୍ତି ସହଯୋଗର ହାତ । ଆଜି ବି ସେହି ପୁରୁଣା ସ୍ମୃତିର କିଛି ଭିଡିଓକୁ ମୋବାଇଲରେ ନିଜ ଶଯ୍ୟା ସାଇ ପତ୍ନୀଙ୍କୁ ଦେଖାଇ ଖୁସି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ତୁଷାର ।
ତେବେ ୨୦୧୭ ମସିହାରେ ତୁଷାର ଓ ନିରୁପମାଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମର ସମ୍ପର୍କ । ପରେ ଏହି ଦୁଇ ପ୍ରେମିଯୁଗଳ ନିଜ ପ୍ରେମ ସମ୍ପର୍କକୁ ନାଁ ଦେଇଥିଲେ । ୨୦୧୯ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତୁଷାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ବେସ ହସ ଖୁସିରେ ଚାଲିଥିଲା ତାଙ୍କ ଜୀବନ । ଆଉ ୨୦୨୧ ମସିହାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ନିରୁପମା । ହେଲେ ଜନ୍ମ ଦେବାର ଗୋଟିଏ ଦିନରେ ହଠାତ ବେହୋସ ହୋଇଯାଇଥିଲେ ।
ଏହା ପରେ ତାଙ୍କୁ ଅନୁଗୁଳ ମେଡିକାଲ ନେବା ପରେ କଟକ ବଡ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନିରୁପମାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଆଉ ସେହି ଦିନ ଠାରୁ ବେଡରେ ଚାଲିଛି ନିରୁପମାଙ୍କ ଚିକିତ୍ସା । ହେଲେ ଜୀବନ ମରଣ ସହ ସଂଘର୍ଷ କରୁଥିବା ନିରୁପମାଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ । ତେବେ ରାଜ୍ୟବାସୀଙ୍କ ଟିକେ ସାହାର୍ଯ୍ୟ ନିରୁପମା ଓ ତୁଷାରଙ୍କ ଜୀବନରେ ପୁଣି ଆଣି ପାରେ ସେହି ଖୁସି ।
ଯଦି ଆପଣ କେହି ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ୯୯୮୭୪୬୬୧୦୨ ନମ୍ବରରେ କଲ୍ କରି ଯୋଗାଯୋଗ କରି ପାରିବେ । ତେବେ ଆପଣ ମାନେ ମଧ୍ୟ ଏହି ନମ୍ବର ରେ ଯୋଗାଯୋଗ କରି ଜଣେ ମଣିଷ କୁ ତା ଜୀଵନ ଜଣେ ସ୍ୱାମୀ କୁ ତା ସ୍ତ୍ରୀ ଏବଂ ଜଣେ ସନ୍ତାନ ର ତା ମାଆ ତାକୁ ଫେରାଇ ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।