“ସତର୍କ ରହୁ ଟିମ୍ ଇଣ୍ଡିଆ, କାରଣ ଏବେ ମୋତେ ଭାରତ ଖେଳି ପାରିବନି”, T-20 ବିଶ୍ଵକପ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଏହି ପାକିସ୍ତାନୀ ବୋଲର

ବିଶ୍ଵକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ଏହି ପାକିସ୍ତାନୀ ବୋଲର । ଟି-୨୦ ବିଶ୍ଵକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଅକ୍ଟୋବର ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ ଓ ପାକିସ୍ଥାନର ହାଇଭୋଲଟେଜ ମୁକାବିଲା ଦେଖିବ ବିଶ୍ଵ । ଆଉ ଏହି ମ୍ଯାଚ ଦେଖିବାକୁ ସାରା ବିଶ୍ଵର କ୍ରିକେଟପ୍ରେମୀମାନେ ଅପେକ୍ଷା କରି ବସିଛନ୍ତି । ଠିକ ଏତିକି ବେଳେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ପାକିସ୍ତାନର କ୍ରିକେଟର ହାରିସ ରୋଫ କହିଛନ୍ତି, “ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ହେଉଛି ମୋ ହୋମ ଗ୍ରାଉଣ୍ଡ” ।

ଆସନ୍ତା ଅକ୍ଟୋବର ୨୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମେଲବୋର୍ଣ୍ଣରେ କଡା ମୁକାବିଲା ହେବାକୁ ଯାଉଛି । ତେଣୁ ହାରିସ ରୋଫ ଏନେଇ କହିଛନ୍ତି, “ଟି-୨୦ ବିଶ୍ଵକପରେ ସତର୍କ ରହୁ ଭାରତ । ମୁଁ ଯଦି ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବି ତେବେ ଭାରତୀୟ ଟିମ୍ ମୋତେ ଖେଳି ପାରିବ ନାହିଁ । ଟି-୨୦ ବିଶ୍ଵକପ ପାଇଁ ମୁଁ ବେଶ ଉତ୍ସାହିତ ଅଛି । କାରଣ ଏହା ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ହେଉଛି । ଆଉ ମେଲବୋର୍ଣ୍ଣ ହେଉଛି ମୋ ହୋମ ଗ୍ରାଉଣ୍ଡ ।

ମେଲବୋର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳୁଥିବାରୁ ଏଠାକାର ପରିବେଶ ଓ ସ୍ଥିତି ପ୍ରତି ମୁଁ ପୁରା ଅବଗତ ଅଛି । ଭାରତ ବିପକ୍ଷରେ କେମିତି ଶାଣିତ ବୋଲିଂ କରିବି ସେନେଇ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି ।” ଆଉ ଏଭଳି କିଛି ମନ୍ତବ୍ୟ ଦେଇ ବିଶ୍ଵକପ୍ ମ୍ଯାଚର ରୋମାଞ୍ଚକକୁ ଆହୁରି ବୃଦ୍ଧି କରିଛନ୍ତି ହାରିସ ରୋଫ ।

ହାରିସ ରୋଫ ଏଭଳି ଏକ ବଡ ବୟାନ ଦେବାର ଅନ୍ୟ ଏକ କାରଣ ହେଉଛି ସେ ବହୁତ ଭଲ ଫର୍ମରେ ଅଛନ୍ତି । ଗତ ଏସିଆ କପ୍ ରେ ହାରିସ ବେଶ ଦମଦାର ପ୍ରଦର୍ଶନ କରି ଅନେକ ମ୍ଯାଚରେ ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ ହାରିସ । ଏବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି ହାରିସ । ଏହାସହ ହାରିସ କହିଛନ୍ତି, ଭାରତ ପାକିସ୍ତାନ ମ୍ଯାଚ ଖୁବ ହାଇଭୋଲଟେଜ ମ୍ଯାଚ ହୋଇଥାଏ ଏବଂ ଉଭୟ ଦଳ ଉପରେ ପ୍ରବଳ ଚାପ ଥାଏ ।

ଗତ ଟି-୨୦ ବିଶ୍ଵକପରେ ମଧ୍ୟ ସମାନ ସ୍ଥିତି ଥିଲା । କିନ୍ତୁ ଆମେ ସବୁ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ତେବେ ଦେଖାଯାଉ ହାରିସଙ୍କ କଥା କେତେ ସତ ହେଉଛି ଏବଂ ଭାରତ ଏହାର କିପରି ଜବାବ ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।