ମାତ୍ର 17 ଦିନ ପରିଶ୍ରମ କରି ବନିଗଲେ IPS, ମା’ଙ୍କ କଥା ରଖି UPSC ପରୀକ୍ଷା ଦେଇଥିଲେ ଆଉ ତା’ପରେ ହୋଇଗଲା ଚମତ୍କାର

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ସିଭିଲ ପରୀକ୍ଷା ଦେଇଥାନ୍ତି । କିନ୍ତୁ ବହୁତ କମ୍ ଛାତ୍ର ଛାତ୍ରୀଙ୍କୁ ଏଥିରେ ସଫଳତା ମିଳିଥାଏ । ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଥରେ ବିଫଳ ହେବା ପରେବି ପ୍ରଚେଷ୍ଟା ଜାରି ରଖିଥାନ୍ତି । ପରିଶ୍ରମର ଫଳ ଯେ ଦିନେ ନା ଦିନେ ନିଶ୍ଚୟ ମିଳିଥାଏ ଏହା ମହାପୁରୁଷ ମାନେ କହି ଯାଇଛନ୍ତି । ସାମ୍ନାକୁ ଆସିଛି ଠିକ ଏହିଭଳି ଜଣେ ଆଇପିଏସ ଅଫିସରଙ୍କ କାହାଣୀ । ବାରମ୍ବାର ବିଫଳ ହେବା ପରେ ବି ହାର୍ ନମାନି ପରିଶ୍ରମ କରି ଚାଲିଥିଲେ ।

ଆଉ ମାତ୍ର ୧୭ଦିନରେ ତାଙ୍କୁ ବଡ ସଫଳତା ମିଳିଥିଲା । ଫରିଦାବାଦର ଅକ୍ଷତ କୌଶଲ ଲାଗାତର ଚାରିଥର ୟୁପିଏସସି ପରୀକ୍ଷା ଦେଇ ମଧ୍ୟ ବିଫଳ ହୋଇଥିଲେ । କିନ୍ତୁ ପଞ୍ଚମ ଥର ବେଳକୁ ତାଙ୍କୁ ସଫଳତା ମିଳି ପାରିଥିଲା । ଅକ୍ଷତ କୌଶଲ ୨୦୧୨ରେ ସିଭିଲ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ୨୦୧୩ରେ ପ୍ରଥମ ଥର ପରୀକ୍ଷା ଦେଇଥିଲେ । କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳିପାରି ନଥିଲା । ଏହାପରେ ସେ ନିଜକୁ ନିରାଶ କରି ନଥିଲେ ଓ ଦ୍ଵିତୀୟ ଥର ପରୀକ୍ଷା ଦେଇଥିଲେ ।

ଏଥର ସେ ଅତି ନିକଟରୁ ବିଫଳ ହୋଇଥିଲେ । ଏହାପରେ ସେ ତୃତୀୟ ଥର ପରୀକ୍ଷା ଦେଇ ବିଫଳ ହୋଇଥିଲେ । କିନ୍ତୁ ତାଙ୍କର ମନୋବଳ ଏତେ ଥିଲା ଯେ ସେ ତିନିଥର ପରୀକ୍ଷା ଦେଇ ବିଫଳ ହେବାପରେ ମଧ୍ୟ ଚତୁର୍ଥ ଥର ପରୀକ୍ଷା ଦେଇଥିଲେ । କିନ୍ତୁ ଚତୁର୍ଥ ଥର ବିଫଳ ହେବା ପରେ ସେ ସିଭିଲ ସର୍ଭିସ ପାଇଁ ଆଉ ପ୍ରସ୍ତୁତି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ସାଙ୍ଗମାନେ ଓ ପରିବାର ଲୋକେ ତାଙ୍କୁ ପୁଣି ଥରେ ସିଭିଲ ପରୀକ୍ଷା ପାଇଁ ଉତ୍ସାହିତ କରିଥିଲେ ।

ଅକ୍ଷତଙ୍କ ମା ତାଙ୍କୁ ଉତ୍ସାହିତ କରି କହିଥିଲେ, ଯେ ବାସ ଏହି ଶେଷଥର ପାଇଁ ସିଭିଲ ପରୀକ୍ଷା ଦେ । ମା ଏବଂ ସାଙ୍ଗଙ୍କ କଥା ରଖି ଅକ୍ଷତ ଶେଷଥର ପାଇହନ ସିଭିଲ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳକୁ ସିଭିଲ ପରୀକ୍ଷା ପାଇଁ ମାତ୍ର ୧୭ଦିନ ବାକି ଥିଲା । ଏତିକି ଦିନ ମାତ୍ର ହାତରେ ଥିଲେ ବି ସେ ନିରାଶ ନହୋଇ କଡା ପରିଶ୍ରମ କରିଥିଲେ । ଆଉ ଶେଷରେ ପରୀକ୍ଷାରେ ସଫଳତା ହାସଲ କରିଥିଲେ ।

ତାଙ୍କର ଇଣ୍ଟରଭ୍ୟୁ ମଧ୍ୟ ଖୁବ ଭଲ ରହିଥିଲା । ୨୦୧୭ ରେ ପ୍ରଥମ ପ୍ରୟାସରେ ୫୫ତମ ରାଙ୍କ ହାସଲ କରି ଆଇପିଏସ ହୋଇଥିଲେ ଅକ୍ଷତ । ବାରମ୍ବାର ବିଫଳ ହେଉଥିବା ଅନେକ ଯୁବାଙ୍କ ପାଇଁ ଅକ୍ଷତ ନିଶ୍ଚିତ ଭାବେ ଏକ ପ୍ରେରଣା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।